ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ ସିକ୍ୟୁରୁଟି ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ କେଉଁ ଅଧିକାରୀ କେଉଁ ଦାୟିତ୍ୱରେ ରହିବେ ତାକୁ ନେଇ ଆଲୋଚନା ହୋଇଛି । 11 ଜଣ ଡିସିପି ରେଙ୍କର ଅଧିକାରୀ , 22 ଜଣ ଅତିରିକ୍ତ ଡିସିପି, 66 ଜଣ ଏସିପି, 100 ଜଣ ଆଇଆଇସି, 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ଲକ୍ଷାଧିକ ମହିଳାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ମହିଳା ପୋଲିସ ଅଧିକାରୀ ମଧ୍ୟ ମୁତୟନ କରାଯିବ.. ଏହା ସହ STU, ଓଡ୍ରାଫ ଟିମ ସହ ଦୁଇ କମ୍ପାନୀ CRPF ମଧ୍ୟ ମୁତୟନ ହେବେ । ସାଧା ପୋଷାକ ଧାରୀ ପୋଲିସ, ଡଗ ସ୍କ୍ବାର୍ଡ଼, ବମ ସ୍କ୍ୱାର୍ଡ କୁ ମୋଦୀଙ୍କ ଗସ୍ତ ବେଳେ ମୁତୟନ କରାଯିବ । ଏପଟେ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି ।
ନୂଆ ସରକାର ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ଵିତୀୟ ଓଡିଶା ଗସ୍ତ । ନିଜ ଜନ୍ମଦିନରେ ମହିଳାଙ୍କୁ ଦେବେ ସୁଭଦ୍ରା ଯୋଜନା ମାଧ୍ୟମରେ ବଡ ଉପହାର । ତେଣୁ ୟାକୁ ନେଇ ଉତ୍ସାହିତ ମହିଳା ଓ ଦଳୀୟ କର୍ମୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: