ପୁଣି ବିଧାନସଭାରେ ଭୋଟ ପ୍ରତିଶତ ଅଧିକ ଥାଇ ବି ଦଳ କେମିତି ପରାସ୍ତ ହେଲା ? ଏସବୁର ଅନୁଧ୍ୟାନ କରିବାକୁ ଦାବି କରିଥିଲେ ରାଜା । ତେବେ ରାଜା ସ୍ବାଇଁ କ୍ୟାମେରା ଆଗରେ ଏହି ପ୍ରସଙ୍ଗ ଏଡ଼ାଇ ଯାଇଥିବା ବେଳେ ତାଙ୍କ ମତରେ ସତ୍ୟତା ଥିବା କହିଛନ୍ତି ବିଜେଡିର ଆଗଧାଡ଼ିର ନେତା।
ଦଳର ଆଗଧାଡ଼ିର ନେତାଙ୍କ ଏ ସ୍ବର ସ୍ପଷ୍ଟ କରୁଛି କେବଳ ପାଣ୍ଡିଆନ ନୁହଁନ୍ତି ବିଜେଡିର ପରାଜୟ ଦୋଷରୁ ବାଦ୍ ନୁହନ୍ତି ଖୋଦ୍ ନବୀନ ପଟ୍ଟନାୟକ। ବିଜେଡି ଇତିହାସରେ ପ୍ରଥମ ଥର ନବୀନଙ୍କ ଏକାଧିପତ୍ୟ ଉପରେ ବିଜେଡି ଭିତରୁ ଉଠିଛି ସ୍ବର। ପୂର୍ବରୁ ବିଶେଷଜ୍ଞ ବାରମ୍ବାର ଆକଳନ କରିଛନ୍ତି, କ୍ଷମତାରୁ ଗଲେ ବିଜୁ ଜନତା ଦଳର ସତ୍ତା ହଜିଯିବ। ଏବେ ସେହି କଥା ସତ ହେବାର ଆଭାସ ମିଳୁଛି କି ? ଦଳକୁ ଏକାଠି ରଖିବାକୁ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ ବି ତାଙ୍କ ଉଦ୍ୟମ ଫସର ଫାଟିଯିବ କି ?
ମାତ୍ର 17 ଦିନ ହେଲା କ୍ଷମତାରୁ ଯାଇଛି ବିଜୁ ଜନତା ଦଳ। ପରାଜୟର ସମୀକ୍ଷା ଭିତରେ ଦଳ ଭିତରେ କୁହୁଳିଲାଣି କି ଅସନ୍ତୋଷର ନିଆଁ ? ଏଭଳି ହେଲେ ବିଜେଡିକୁ ବାନ୍ଧି ରଖିବାରେ ସକ୍ଷମ ହେବେ ତ ସୁପ୍ରିମୋ ନବୀନ ପଟ୍ଟନାୟକ ?
ଆହୁରି ପଢନ୍ତୁ ରାଜନୀତି ଖବର...