ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି । ସେହିପରି ଜଗତସିଂହପୁରର ରାଜଶ୍ରୀ ମଲ୍ଲିକ ପରାଜିତ ହୋଇଛନ୍ତି ।
ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ
ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବ ବିଜେପି। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ରାଜଧାନୀ ଭୁବନେଶ୍ବର ସ୍ଥିତ ପାର୍ଟି ଅଫିସରେ ଦଳୀୟ କର୍ମୀଙ୍କ ଆରମ୍ଭ ହୋଇଯାଇଛି ଜୋରଦାର ସେଲିବ୍ରେସନ। ବାଜା ବାଣରେ ପ୍ରକମ୍ପିତ ହେଉଛି ରାଜ୍ୟ ବିଜେପି ମୁଖ୍ୟାଳୟ। ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳୀୟ କର୍ମୀ କୃତଜ୍ଞତା ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...