ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ ହୋଇଥିବାରୁ ପୁରୀ ଯାଇ ସମସ୍ତେ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ନୂଆ ଏସି ବ୍ୟାରିକେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ ।
ଅନ୍ୟପଟେ ନୂଆବର୍ଷରୁ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ପାନ, ଗୁଟଖା, ସହ ପଲିଥିନ ଆଦି ବ୍ୟାନ୍ ହୋଇଛି । ଶାଳିନତାପୂର୍ବକ ପୋଷାକ ପିନ୍ଧି ମହାପ୍ରଭୁଙ୍କ ଦର୍ଶନ ପାଇଁ ନିୟମ ରହିଛି ।
ରେକର୍ଡ କଲା ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଜଗା ଦର୍ଶନ । ଅପରାହ୍ନ ସୁଦ୍ଧା 2 ଲକ୍ଷ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଭାବରେ ସ୍ୱତନ୍ତ୍ର ଶୀତତାପ ସେଡ୍ ରେ ଯାଇ ଭକ୍ତମାନେ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ନୀତିକାନ୍ତି ଶୃଙ୍ଖଳିତ ପାଇଁ ସେବାୟତ ଓ ପୁରୀବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଏସପି ବିଶାଲ୍ ସିଂହ ।
ଆହୁରି ପଢନ୍ତୁ ଓଡିଶା ଖବର...