ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ରେମୁଣା, ବାଲିଆପାଳ ଓ ବସ୍ତାର ହଜାର ହଜାର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ପାଚିଲା ଧାନ କିଆରୀରେ ଲହରୀ ମାରୁଛି ଉଛୁଳା ପାଣି । ପାଣିରେ ଭାସୁଛି ବର୍ଷଟା ଯାକର ଭରସା । ଏବେ ସରକାରଙ୍କ ଉପରେ ଅନେକ ଆଶା । ବିଜେପି ସରକାରଙ୍କଠାରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବ । ଯାହାକୁ ଚାହିଁ ରହିଛନ୍ତି ଚାଷୀ । ସେପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୁବର୍ଣ୍ଣରେଖା, କାଂସବାଂଶ, ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢୁଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର