ପୋଖରୀରେ ଗୋଡ଼ ଖସି ଯାଇଥିଲା ସ୍ଥାନୀୟବାସିନ୍ଦା ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହୋଲି ଖେଳିସାରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ସାଲେପୁର କଲେଜରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ଛାତ୍ର ଆଶିଷ କୁମାର ଦାସଙ୍କର ପୋଖରୀରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ। ଘଟଣାରୁ ପ୍ରକାଶ କଟକ ଜିଲ୍ଲା ସାଲେପୁର ଥାନା ଅଧିନସ୍ତ ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ପୋଖରୀରେ ଗୋଡ଼ ଖସି ଯାଇଥିଲା ସ୍ଥାନୀୟବାସିନ୍ଦା ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଆସିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ବର : ଚଳିତ ନିର୍ବାଚନ ରେ ଓଡିଶା ରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଲଢ଼ିବ "ଜୟ ମହାଭାରତ ପାର୍ଟି "। ଏହା ସହ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପାର୍ଟି। ଭୁବନେଶ୍ୱର ନୂଆ ଜାତୀୟ ଦଳ " ଜୟ ମହାଭାରତ ପାର୍ଟି " ଓଡିଶା ରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପାର୍ଥୀ ଦେବାର ଘୋଷଣା କରିଛି.।
ଅଧିକ ପଢନ୍ତୁ ରାଜନୀତି ଖବର
ପାର୍ଟିର ଜାତୀୟ ପ୍ରତିଷ୍ଠାତା ଭଗବାନ ଶ୍ରୀ ଅନନ୍ତବିଷ୍ଣୁ ଭୁବନେଶ୍ୱର ଜାଗମରାରେ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି।
ପୁରୀ: କୋଟି କୋଟି ଟଙ୍କାର ବ୍ୟୟ ପରେ ବି ଦର୍ଶନ ପାଇଁ ତାତିରେ ଡହଳ ବିକଳ ହେଉଛି ଭକ୍ତ । ଏସି ସେଡରୁ ବାହାରିବା ପରେ ତାତିରେ ଫୋଟକା ହେଉଛି ଭକ୍ତଙ୍କ ପାଦ । ତେଣୁ କୋଉ ବାଟେ ବି ପ୍ରବେଶ କରିଯିବାକୁ ଚାହୁଁଛି ଭକ୍ତ । ଯାହାଫଳରେ ଆଜି ପଶ୍ଚିମଦ୍ୱାରରେ ଭିଡ ହେବା ସହ ଠେଲାପେଲା ଯୋଗୁଁ ଘଟିଛି ବଡ ଅଘଟଣ। ଯାହାର ପରିଣାମ ସ୍ବରୂପ ଦୁଇ ଭକ୍ତ ଆହତ ହୋଇଥିବା ବେଳେ ଅନେକଙ୍କ ପାଇଁ ଯନ୍ତ୍ରଣା ଦାୟୀ ହୋଇଛି ଦର୍ଶନ ।
କରୋନା ସମୟରୁ କେବଳ ସିଂହଦ୍ଵାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଛି । ଚାରିଦ୍ୱାର ପ୍ରବେଶ ବନ୍ଦ ହେବାପରେ ସିଂହଦ୍ଵାରରେ ହେଉଛି କୃତ୍ରିମ ଭିଡ । ଯାହାଫଳରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟାର ପ୍ରତୀକ୍ଷା ପିଲା ଠାରୁ ବୁଢ଼ା ସବୁ ବର୍ଗର ଭକ୍ତଙ୍କୁ ଅତିଷ୍ଠ କରୁଛି । ବିନା ବାଧାରେ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର । ପ୍ରକଳ୍ପ ହେବାପରେ ଭକ୍ତଙ୍କ ସୁବିଧା ଆଳରେ ଏସି ସେଡ଼ ମଧ୍ୟ କରାଯାଇଛି । ପ୍ରଥମ ଦୁଇମାସରେ ଏସି ସେଡ ପାଇଁ 14 ଲକ୍ଷର ବିଦ୍ୟୁତ୍ ବିଲ୍ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ ଗତବର୍ଷ ବ୍ୟାରିକେଡ଼ ପାଇଁ ମଧ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଶୂନ୍ ।
ଅନ୍ୟପଟରେ ଚାରିଦ୍ୱାର ଖୋଲିବାକୁ ପୁଣି ଉଠିଛି ସ୍ବର । ବୁଦ୍ଧିଜୀବୀ,ସେବାୟତ ଓ ଭକ୍ତ ଏପରିକି ମହାପ୍ରଭୁଙ୍କ ବାଡ଼ଗ୍ରାହି ମଧ୍ୟ ଚାରିଦ୍ୱାର ଖୋଲିଲେ ହିଁ ଭକ୍ତଙ୍କୁ ତ୍ରାହି ମିଳିବ ବୋଲି ଦେଇ ଆସୁଛନ୍ତି ପରାମର୍ଶ । ୨୦୧୯ରୁ କାହାସ୍ୱାର୍ଥରେ କ୍ୟାବିନେଟ ନିଷ୍ପତ୍ତି ବଳରେ ଚାରିଦ୍ୱାର୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ତାକୁ ନେଇ ବଡ ପ୍ରଶ୍ନ । ଭିଆଇପି ଦର୍ଶନ ପାଇଁ ଚାରିଦ୍ୱାର ବନ୍ଦ ରଖାଯିବା ଅଭିଯୋଗ ହୋଇଥିବାବେଳେ କେବଳ ପୁରୀ ବାସୀଙ୍କ ପାଇଁ ଉନ୍ମକ୍ତ ଥିବା ପଶ୍ଚିମ ଦ୍ଵାରରେ ହାତଗୁଞ୍ଜା ଦେଉଥିବା ନିର୍ଦ୍ଦିଷ୍ଟ ଭକ୍ତଙ୍କୁ ଦର୍ଶନ ସୁବିଧା ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଜୋର ଧରିଛି ।
ସେପଟେ ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଭକ୍ତଙ୍କ ମୌଳିକ ସୁବିଧା କଥା କହି ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ । ଯାହାଫଳରେ ମୁଣ୍ଡ ଉପରେ ତାତି ଓ ପାଦ ତଳେ ତାତି ଯୋଗୁଁ ଡହ ଡହ ଖରାରେ କଲବଲ ହେଉଛନ୍ତି ଭକ୍ତ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ରାଜ୍ୟର 5 ସହର ତାପମାତ୍ରା ୪୦ ଛୁଇଁଲା । ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ନୟାଗଡ଼ର ତାପମାତ୍ରା ଆଜି 40 ଛୁଇଁଛି । ଭୁବନେଶ୍ବର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏପ୍ରିଲ ୬ତାରିଖ ଯାଏ ତାତିରୁ ମିଳିବ ନାହିଁ ନିସ୍ତାର । ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ଆସନ୍ତା ମାସ ପ୍ରଥମ ସପ୍ତାହ ଯାଏ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ଆଜି ଦିନ ୨ଟା ୩୦ ଯାଏ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ୩୮.୪,ରାଉରକେଲା ୩୭.୬, ସମ୍ବଲପୁର ୩୭.୫ ଡିଗ୍ରୀ ହୋଇଥିବା ବେଳେ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ମାର୍ଚ୍ଚ ଶେଷ ସୁଧା ବିଗତ ୧୯ ଏବଂ ୨୦ ତାରିଖରେ ହିଁ କେବଳ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ସେପଟେ ଘରୁ ଟାଣ ଖରାରେ ବାହାରିବା ବେଳେ ଖାସ କରି ବୟସ୍କ, ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ପାଣିପାଗ ଖବର...