ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ହାଇଟେକ ମେଡିକାଲ ଟ୍ରାଜେଡିରେ ୩ ଜଣଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ। ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ବାସଭବନରେ ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ ବେଳେ 15 ରୁ ଅଧିକ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ।ଘଟଣାରେ ହସ୍ପିଟାଲ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବୀ କରିଛି ଛାତ୍ର କଂଗ୍ରେସ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ଶ୍ରୀବଳଭଦ୍ରଙ୍କ ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
୩ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ । ଆଗରେ ଆଗରେ ଏବେ ମାଡି ଚାଲିବେ ବଡ ଭାଇ, ପଛରେ ଆସିବେ ହଳଦୀ ମୁହିଁ, ସବାଶେଷରେ କାଳିଆ ଠାକୁର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କଚ୍ଚା ମାଟି ରାସ୍ତା। କାଦୁଅ ପଚପଚ ରାସ୍ତା। ରାସ୍ତା ରାସ୍ତା ନୁହଁ ତ ମରଣ ଯନ୍ତା। ଏ ରାସ୍ତା ଦେଇ ପ୍ରତେକ ଦିନ ଯାତାୟତ କରୁଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମଳ ପଂଚାୟତର ଗୌଡ଼ କାଟେଣୀ ଗ୍ରାମବାସୀ । ଦୀର୍ଘ ବର୍ଷ ହେଵ ୫୦ରୁ ଉର୍ଦ୍ଧ ପରିବାର ଏଠାରେ ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରିଲା ନାହିଁ। ଏଭଳି ରାସ୍ତା ପାଇଁ ଗାଁ କୁ ଆମ୍ବୁଲାନ୍ସ ଆସିପାରୁନଥିବା ରୋଗୀ ଓ ସମ୍ପର୍କୀୟ ନା ନା ହଇରାଣ ହୁଅନ୍ତି। ସେହିଭଳି ଗାଁରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର, ଆଉ ବିଦ୍ୟାଳୟ କହିଲେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ବ୍ୟବସ୍ଥା ଅଛି। ତେଣୁ ଅଷ୍ଟମ ଶ୍ରେଣୀରୁ ପିଲାଙ୍କୁ ମୁଣ୍ଡେଇଲ ସ୍କୁଲକୁ ଯିବାକୁ ହୁଏ। କାଦୁଅ ରାସ୍ତା ପାଇଁ ଛାତ୍ରଛାତ୍ରୀମାନେ, ବହୁକଷ୍ଟରେ ବିଦ୍ୟାଳୟକୁ ଯାଇଥାନ୍ତି।
କେବଳ ରାସ୍ତା କି ଶିକ୍ଷା କଥା ନୁହେଁ ପାଣି ପାଇଁ ବି ଗାଁ ଲୋକେ ହନ୍ତସନ୍ତ। ଗାଁରେ ୨ ଟି ନଳକୂପ ରହିଛି କିନ୍ତୁ ଅଳ୍ପ ସମୟ ପାଣି ଆସିବା ପରେ ସେଥିରେ ପାଣି ଆସୁନାହିଁ। ସେପଟେ ଗାଁ କୁ ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି | ତେବେ ଯେଉଁ ପାଣି ଆସୁଛି, ତାହା ଗୋଟେ ଗରା ପାଣି ପାଁଇ ଘଣ୍ଟେ ସମୟ ଲାଗୁଛି। ତେଣୁ ପାଣି ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏହାସହ ଗାଁ ଛୋଟ ଟ୍ରାନ୍ସଫର ପାଇଁ ଲୋ ଭୋଲ୍ଟେଜର ସମସ୍ୟା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ପୂର୍ବତନ ବିଜେଡି ସରକାର ଏହି ଗାଁ କୁ ସମ୍ପୂଣ ଅଣଦେଖା କରିଥିବାବେଳେ ନୂଆ ସରକାର ତାଙ୍କର ସମସ୍ୟା ଦୂର କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଭାରତୀୟ ସେନାକୁ ବଡ ସପଳତା । ଗତକାଲିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ଖୋଜି ଖୋଜି ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ଏହି ଏନକାଉଣ୍ଟରରେ ୨ଜଣ ଯବାନ ବି ସହିଦ ହୋଇଛନ୍ତି। ଏବେବି କୁଲଗ୍ରାମରେ ଚାଲିଛି ସର୍ଚ୍ଚ ଅପରେସନ୍। ତେବେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା। ଏହାପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ।
ଅଧିକ ପଢନ୍ତୁ : ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା
କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା। ଏଥିରେ ଗଠନ ହୋଇଥିବା ଟିମ୍ ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଥିବା ବେଳେ ଡ୍ରୋନ୍ ଏବଂ ଅନ୍ୟ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ବି ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା। ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା। ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ। ଏହାପରେ ସୁରକ୍ଷା ବଳ ପକ୍ଷରୁ ବି ଗୁଳିମାଡ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।