ଏଥିସହ ଜଣେ ଅତ୍ୟାଚାରୀ ବ୍ରିଟିଶ୍ ପ୍ରଶାସକ ଭାବେ ଟି. ଇ ରେଭେନସା କିପରି ଓଡ଼ିଆଙ୍କୁ ଯାତନା ଦେଉଥିଲେ ଏବଂ ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଆ ଅନାହାରରେ ମରୁଥିବାବେଳେ ରେଭେନସା ସାହେବ କିପରି ୭୦ ଦିନିଆ ଟୁରର ବାହାରିଥିଲେ ତାହା ବର୍ଣ୍ଣନା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।
ଐତିହାସିକ ଜଗନ୍ନାଥ ପ୍ରସାଦ ଦାସ ତାଙ୍କ ପୁସ୍ତକ ଦେଶ କାଳ ପାତ୍ରରେ ନଅଙ୍କ ଦୁର୍ଭିକ୍ଷର ଖଳନାୟକ ଭାବେ ଟି.ଇ ରେଭେନସାଙ୍କ ଭୂମିକାର କରିଛନ୍ତି ବର୍ଣ୍ଣନା। ବହିର ୧୫୦ ପୃଷ୍ଠାରେ ସେ ଲେଖିଛନ୍ତି ଦୁର୍ଭିକ୍ଷର କାରଣ ଅନୁସନ୍ଧାନ ପାଇଁ ଗଠିତ କମିଶନ ଯେଉଁ ଅଫିସରମାନଙ୍କର ଜମାନବନ୍ଦୀ ନେଇଥିଲେ ସେମାନେ ରେଭେନସାଙ୍କୁ ଦୁର୍ଭିକ୍ଷ ପରିସ୍ଥିତି ପାଇଁ ଦାୟୀ ମଣୁଥିଲେ। କାରଣ ଓଡ଼ିଶାରେ ପ୍ରଚୁର ଶସ୍ୟ ଅଛି ବୋଲି ଭାବି ରେଭେନସା ଚାଉଳ ମଗାଇବାକୁ ମନା କରିଥିଲେ। ସେହିପରି ଦୁର୍ଭିକ୍ଷ କମିଶନ ତାଙ୍କ ରିପୋର୍ଟରେ ରେଭେନସା କମିଶନର ପଦ ପାଇଁ ଉପଯୁକ୍ତ ନୁହନ୍ତି ବୋଲି ଦର୍ଶାଇବା ସହ ତାଙ୍କୁ ଦୋଷୀ ବୋଲି ଲେଖିଥିଲେ। ଐତିହାସିକ ଜଗନ୍ନାଥ ଦାସ ତାଙ୍କ ପୁସ୍ତକରେ ଏହା ଲେଖିଛନ୍ତି। ଏହା ସ୍ପଷ୍ଟ କରୁଛି ରେଭେନସା ଓଡ଼ିଶା ପାଇଁ ଜଣେ ଖଳନାୟକ ଥିଲେ। ଏବେ ପ୍ରଶ୍ନ ଉଠୁଛି ଏଭଳି ।
ଅତ୍ୟାଚାରୀ ବ୍ରିଟିଶ୍ ଅଫିସରର ନାଁ ପରିବର୍ତ୍ତନକୁ କାହିଁକି ବିଜେଡି ସମେତ କିଛି ମୁଷ୍ଟିମେୟ ଛାତ୍ର ଓ ପୂରାତନ ଛାତ୍ର ବିରୋଧ କରୁଛନ୍ତି। ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁ ପାଇଁ ଦୋଷୀ ଜଣେ ବିଦେଶୀ କିପରି କାହା ପାଇଁ ଗୌରବର ଅଧିକାରୀ ହୋଇପାରିବ ?
ଆହୁରି ପଢନ୍ତୁ ଓଡିଶା ଖବର...