ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା । ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାତି । ବଲାଂଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ । ଅସ୍ୱାଭାବିକ ସ୍ଥିତି ଏବେ ୫ ଦିନ ପର୍ଯ୍ୟନ୍ତ ରହିବ । ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ନିର୍ବାଚନ ମେଳି ଓ ରାଲିଠୁ ନେଇ ଅତ୍ୟଧିକ ଗହଳିଆ ସ୍ଥାନରୁ ଦୁରେଇ ରହିବାକୁ ଆଲର୍ଟ ଜାରି କଲା ବିଭାଗ । ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ବିଭାଗ ।
ସିଧାସଳଖ ସୁର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବେ । ସେହିଭଳି ଚାଷୀ ମାନଙ୍କ ସହ ଗୃହ ପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରହିବା ଆବଶ୍ୟକ । ଏବେର ସିଧାସଳଖ ସୂର୍ଯ୍ୟ କିରଣ ସାଧାରଣ ଲୋକଙ୍କ ପାଇଁ ବେଶ ପ୍ରଭଵ ପକାଇବ । ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରାରୁ ଦୂରେଇ ରହିବା ଆବଶ୍ୟକ । ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ । ପାର୍କିଂ ସ୍ଥାନରେ ଗାଡ଼ିରେ ଛୋଟ ପିଲା କିମ୍ବା ଗୃହ ପାଳିତ ପଶୁଙ୍କୁ ଛାଡିକି ନଯିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ୫ ଦିନ ବଢିବ ।