ତେବେ ଆଗକୁ ଆହୁରି ତାପମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସତର୍କତା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ସକାଳୁ କଲବଲ କଲାଣି ତାତି। ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି।
ଭୁବନେଶ୍ବରରେ ମଧ୍ୟ ପାରଦ ଛୁଇଁଲା ୩୯.୨ ଡିଗ୍ରୀ। ଅସମ୍ଭାଳ ଗୁଳୁଗୁଳିକୁ ଅସହ୍ୟ ତାତି ମୁହଁ କାନ ପୋଡ଼ି ପକାଉଛି।
ତେବେ ଆଗକୁ ଆହୁରି ତାପମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସତର୍କତା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି କମ୍ପାନୀ ମାଲିକ । କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ । ଏହା ସହ ଶ୍ରମ ନିୟମକୁ ଖାତିର ନ କରି ନାବାଳିକାଙ୍କୁ କାମରେ ନିୟଜିକ କରାଯାଉଥିବା ହୋଇଛି ଅଭିଯୋଗ । ଗୁରୁବାର ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ଘଟି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ନାବାଳିକା ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲେଶ୍ଵର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ସହ ଆଲୋଚନା କରିଥିଲେ । ନାବାଳିକାଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରତାପ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୋହତ୍ୟାକୁ ମନା କରିବାରୁ RSS, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀ ଙ୍କୁ ନିସ୍ତୁକ ମାଡ ମରାଯାଇଥିଲା । ଏପରିକି ସେମାନଙ୍କୁ ଅପହରଣ କରି ଘରେ ପୁରାଇ ଛୁରୀ ଓ ଖଣ୍ଡା ସାହାଯ୍ୟରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଗୋହତ୍ୟା ଚାଲିଥିବା ଖବର ପାଇ ପୋଲିସ ସହ ଆରଏସଏସ ଓ ବଜରଂଗ ଦଳର କର୍ମୀମାନେ ପହଞ୍ଚିଥିଲେ ।
କିନ୍ତୁ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥବା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ । ଓଡିଶାରେ ଗୋ ହତ୍ୟା ଉପରେ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ବେଧଡକ ଗୋ ହତ୍ୟା କରଥିବା ଅଭିଯୋଗ ହୋଇଛି । କାକଟପୁର ସମେଶ୍ବର ମନ୍ଦିର ନିକଟରେ ଥିବା ଏକ ବସ୍ତିର କିଛି ଲୋକ ଗୋ ହତ୍ୟା ପରେ ସେମାନଙ୍କ ମୁଣ୍ଡ, ହାଡ ଓ ଚମଡାକୁ ଖୋଲା ପଡିଆରେ ଫିଙ୍ଗି ଦେଇଥାନ୍ତି । ସେହି ଗୋରୁ ହାଡ ଓ ଚମଡାକୁ କୁକୁରମାନେ ସମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପକାଇଥାନ୍ତି । ଏହାକୁ ବିରୋଧ କରି ଆରଏସଏସ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବିନା ଅନୁମତିରେ ଗୋ ହତ୍ୟା ଧର୍ତ୍ତବ୍ୟ ଅପରାଧ । କିନ୍ତୁ ଏ ନେଇ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ । ଓଡିଶା ଗୋ ହତ୍ୟା ନିଷେଧାଦେଶ ଆଇନ୍, 1960 ଅନୁଯାୟୀ ରାଜ୍ୟରେ ଗୋ ହତ୍ୟା ଉପରେ ଜାରି ହୋଇଛି କଟକଣା । ଏହାର ଉଲ୍ଲଂଘନ ହେଲେ ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଏକ ହଜାର ଟଙ୍କା ଫାଇନ୍ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରୀ । ଗତ ବୁଧବାର ଦିନ ଶିମିଳିପାଳ ରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପସି ଆସିଥିଲା ।
ବନବିଭାଗ ପକ୍ଷରୁ ଧରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବିଫଳ ହୋଇଥିଲା ବିଭାଗ। ତେବେ ଆଜି ସମାନ ଧରଣର ବାଘଟି ବାରିପଦା ସହରରେ ଦେଖା ଦେଇଥିବା ବେଳେ ଏହା ସେହି ବାଘ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାଘକୁ ଦେଖିବା ପରେ ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶିଘ୍ର ବାଘକୁ ଠାବ କରି ଧରିନେବା ପାଇଁ ବନବିଭାଗ କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: