ନବୀନ ପଟ୍ଟନାୟକଙ୍କ 24 ବର୍ଷର ଶାସନରେ ତ ତାଙ୍କ ନିଜ ଜିଲ୍ଲା ଗଞ୍ଜାମ ତ ପାଲଟିଲା ଦାଦନ ଗଡ଼ । ଆଉ ଏହି କାରଣରୁ ବିଜେଡି ବିପର୍ଯ୍ୟୟର ପେଣ୍ଠସ୍ଥଳୀ ପାଲଟିଲା ଗଞ୍ଜାମ । ଏଥର ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟ୍ରେ ହାରୁ ହାରୁ ଜିତିଥିଲେ ନବୀନ । ଅନ୍ୟପଟେ ଗଞ୍ଜାମରୁ ଯାଉଥିବା ଶ୍ରମିକ ହିଁ ପାଲଟିଛନ୍ତି ଗୁଜରାଟ ସୁରଟ ସୂତାଶିଳ୍ପର ମେରୁଦଣ୍ଡ । ଓଡ଼ିଶାରେ ସୂତାକଳ ହେଲେ ୧୦ ଲକ୍ଷ ଓଡ଼ିଆ ପାଇବେ ରୋଜଗାର । ଆଉ ଏହି 10 ଲକ୍ଷ ନିଯୁକ୍ତି ବଦଳାଇଦେବ ଓଡ଼ିଶାର ଅର୍ଥନୀତି।
ପୁଣି 24 ମହାଲଢ଼େଇରେ ନବୀନ ନିର୍ବାଚନ ଲଢ଼ିଥିବା କଣ୍ଟାବାଞ୍ଜିର ସ୍ଥିତି ବିଜେଡି ସରକାରର ବିଫଳତା ଓ ଅପାରଗତାର ପ୍ରମାଣ। ଗ୍ରାଉଣ୍ଡ ଜିରୋର ସତ ହେଲା, ଲୋକଙ୍କୁ କାମ ମିଳୁନି । ମନରେଗା ଯୋଜନାରେ କାମ ମିଳିବା ଖାଲି ଥିଲା ପ୍ରତିଶ୍ରୁତି । ଏବେ ମନରେଗାକୁ ସଠିକ୍ ଭାବେ କାର୍ଯ୍ୟକାରୀ ସହ ନୂଆ ରୋଜଗାର ସୃଷ୍ଟି ମୋହନ ସରକାରଙ୍କ ପ୍ରାଥମିକତା। ୫ ବର୍ଷରେ ଏହା ସଫଳ ହେଲେ ଗେମ୍ ଚେଞ୍ଜର ହେବ । ଦଶକ ଦଶକ ଧରି ଦାଦନ ସମସ୍ୟାରେ ଜର୍ଜରିତ ଓଡ଼ିଶା। ବିଧାନସଭା ତଥ୍ୟ ଅନୁସାରେ ଗତ ୫ ବର୍ଷରେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ୧୯୭ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ବିଦେଶରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ୩୧ ଓଡ଼ିଆ ଶ୍ରମିକ। ସେହି ୩୧ ଜଣଙ୍କ ମଧ୍ୟରୁ କେବଳ ୮ ଜଣଙ୍କର ମରଶରୀର ଫେରିପାରିଛି । ମୋହନ ସରକାର ଶପଥ ନେବାର ଦୁଇ ମାସ ଭିତରେ ଦାଦନ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡ଼ିବା ସୃଷ୍ଟି କରିଛି ନୂଆ ଆଶା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: