ଅର୍ଗସର ODISHA HEALTH CONNECT କନକ୍ଲେଭ୍ ରେ ରାଜ୍ୟର ସ୍ବାସ୍ଥ୍ୟ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ହେବ ଆଲୋଚନା। ଓଡ଼ିଶାର ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ଆହ୍ୱାନ ଏବଂ ସ୍ୱାସ୍ଥ୍ୟ ସେବା କିପରି ସୁଦୃଢ ହେବ ସେନେଇ ଏହି କନକ୍ଲେଭର ଏକ ପ୍ରୟାସ ରହିଛି ଆଉ ରହିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କିପରି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ, ସହଜରେ ଆଉ ସୁବିଧାରେ ସ୍ୱାସ୍ଥ୍ୟ ସେବା ଦୁର୍ଗମବାସୀ ପାଇପାରିବେ ସେଇ ନେଇ ହେବ ଆଲୋଚନା ଆଉ ପର୍ଯ୍ୟାଲୋଚନା। ତେବେ ସବୁଠାରୁ ରାଜ୍ୟର ବଡ ସମସ୍ୟା ସ୍ୱଚ୍ଛ ପିଇବା ପାଣିର। ସ୍ୱଚ୍ଛ ପାଣିର ଅଭାବ ଯେଗୁଁ ଦୁଷିତ ଜଳରୁ ରୋଗ ବ୍ୟାପିବାରେ ଲାଗିଛି। ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଉପୁଜୁଥିବା ବାଧାବିଘ୍ନ ଉପରେ ହେବ ଆଲୋଚନା ଆଉ ସମସ୍ୟାସର ସମାଧାନ କିପରି ହେବ ସେଇନେଇ ଆଲୋଚନା କରିବେ ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତି। ଚିକିତ୍ସା କ୍ଷେତ୍ରରେ କିପରି ବ୍ୟାପକ ଉନ୍ନତି ହେବ, ଏଆଇର ବ୍ୟବହାର, ନୂତନ ଟେକନିକ୍ ପ୍ରୟୋଗ କରାଯିବ, ଏବଂ ରୋଗୀମାନଙ୍କ ତଥ୍ୟ କିପରି ଲିକ୍ ନେହବ ସେନେଇ ସ୍ୱାସ୍ଥ୍ୟସେବାରେ ସାଇବର ସିକ୍ୟୁରିଟି କୁ ଷ୍ଟ୍ରଙ୍ଗ କରାଯିବା ଉପରେ ହେବ ଆଲୋଚନା ହେବ।
ଅଧିକ ପଢନ୍ତୁ ଓଡ଼ିଶା ଖବର