ଘର
ଓଡ଼ିଶା
ଆଇନମନ୍ତ୍ରୀଙ୍କ ବଡ ଘୋଷଣା , ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
ଆଇନମନ୍ତ୍ରୀଙ୍କ ବଡ ଘୋଷଣା , ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
by Swayangprajna Mishra
ଅର୍ଗସ ବ୍ୟୁରୋ : ଅର୍ଗସର ହେଲଥ୍ କନେକ୍ଟ ସିଜିନ ୩ରେ ଆଇନମନ୍ତ୍ରୀଙ୍କ ବଡ ଘୋଷଣା । ଆଗାମୀ ଦିନରେ ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସୁପର ସ୍ପେଶିଆଲିଟି ମାନଙ୍କର ଅଭାବ ରହିଛି । ତାହା ଖୁବଶୀଘ୍ର ପୂରଣ ହେବ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ହେବ ରୋଲ ମଡେଲ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି ।
ଡାକ୍ତର ଅଭାବ କଥା ଯାହା ଆସୁଥିଲା ତାହା ଆଜି ୧୨ ଟି ସରକାରୀ ମେଡିକାଲ କଲେଜ ର ସ୍ଥିତି ଓ ଆଗାମୀ ଦିନରେ ୩୦ ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ର ଯୋଜନା ସରକାର ଆରମ୍ଭ କରିଛନ୍ତି । ଓଡ଼ିଶାରେ ଆଉ ଡାକ୍ତର ଅଭାବ ରହିବ ନାହିଁ । ହେଲଥ କେୟାର ସେକ୍ଟରରେ ଯେଉଁ ଗବେଷଣାର ଆବଶ୍ୟକତା ରହିଛି ଓ ବିଶେଷକରି ଭଲ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସୁପର ସ୍ପେଶିଆଲିଟି ମାନଙ୍କର ଅଭାବ ରହିଛି ତାହା ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ୪ ମାସ ଭିତରେ ୧୨୦ ଜଣ ଡାକ୍ତର ଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି।