ଅଧିକ ପଢନ୍ତୁ : ଘରେ ଘରେ ନଳରେ ପାଣି, ଡ୍ରିଙ୍କ ଫ୍ରମ୍ ଟ୍ୟାପର ଡେଙ୍ଗୁରା ପିଟୁଥିଲା ବିଜେଡି ସରକାର
ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ନାଁରେ ଲୋକଙ୍କୁ ମାରି ଦେଉଥିଲେ ବିଜେଡି ସରକାର। ଗତ ସରକାର ମହିଳାମାନଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ । ତେବେ ବିଜେପି ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ନୂଆ ଆଶା ପାଲଟିଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଯେମିତି ସୁଭଦ୍ରା ଯୋଜନାରୁ ଲାଭ ପାଇପାରିବେ ତାହା ମୁଁ ନିଜେ ତଦାରଖ କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଁ ବିଧାନସଭାର ପବିତ୍ର ଗୃହରୁ ମା ମାନଙ୍କୁ ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି ମୋହନ ମାଝୀ।