ଘର
ଓଡ଼ିଶା
ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ
ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ
by Banajyotshna Ray
NEWS HIGHLIGHTS
- ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତିକରଣର ପୋଲ ଖୋଲିଲେ ମୁଖ୍ୟମନ୍ତ୍ରୀ
- ମହିଳା ବିରୋଧୀ ଉପରାଧ ଉପରେ ତଥ୍ୟ ରଖି ପାଣି ଫିଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଖୋଲିଦେଲେ ବିଜେଡି ମହିଳା ସମ୍ମାନର ଗୁମର
- କହିଲେ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ
- ନିଶାନାରେ ଖୋଦ୍ ନବୀନ ପଟ୍ଟନାୟକ, ସେତେବେଳେ ନବୀନ ଥିଲେ ଗୃହମନ୍ତ୍ରୀ
- ମୋହନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରୁଛି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପାଖରେ ଅଛି ରୋଡମ୍ୟାପ୍
- ୫ ବର୍ଷ ପରେ ତର୍ଜମା କରିବେ ଲୋକେ
ଅର୍ଗସ ବ୍ୟୁରୋ: ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ । NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ । ଲଜ୍ୟା ଜନକ ସ୍ଥିତିରେ ଦଣ୍ଡ ବିଧାନ ହାର । ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ...ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏସବୁ କଥାକୁ ଜାଣି ପାରୁନଥିଲେ । ଏଭଳି ଲଜ୍ଜାଜଣକ ପରିସ୍ଥିତି ପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଦାୟୀ କରିଛନ୍ତି ମୋହନ ।ପ୍ରଥମ ତ ଖାମଖିଆଲି ଢଙ୍ଗରେ ତଦନ୍ତ କରିବା, ଆଉ ଯଦି ପୁଣି ଚାପ ପଡିଲା ତାହେଲେ ମାମଲା ନହେବା । ଦ୍ଵିତୀୟରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ । ଅନ୍ୟ ରାଜ୍ୟ ଗୁଡିକରେ ଦଣ୍ଡ ବିଧାନ ହାର ଅଧିକ ରହୁଥିବା ବେଳେ ଓଡ଼ିଶାରେ ଏତେ କମ କାହିଁକି ? ପୂର୍ବ ବିଜେଡି ସରକାର କେବଳ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିଲା । ହେଲେ ଏସବୁ କଥା ଆଉ ଚାଲିବ ନାହିଁ । ଜେପି ସରକାର ମହିଳା ବିରୋଧୀ ଅପରାଧକୁ ଗୁରୁତର ସହ ବିଚାର କରୁଛି । ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାର ଗୁରୁତ୍ଵ ଦେଉଥିବା କହିଛନ୍ତି ଆଇନ ମନ୍ତ୍ରୀ । ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୬ ଟି ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ବ୍ଲକରେ ଖୋଲିବ । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ । ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାକୁ ନେଇ ଲୋକସେଭା ଭବନରେ ଆୟୋଜିତ ଜାଗୃତିକରଣ କାର୍ଯ୍ୟକ୍ରମରେ ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
ଅପ୍ରାସଙ୍ଗିକ ଓ ଅନାବଶ୍ୟକ ଆଇନ ଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଡଷ୍ଟବିନକୁ ଯିବ ଅଦରକାରୀ ଆଇନ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ରାଜ୍ୟ ସରକାର ଲ-ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: