ଅପରାହ୍ନ ସାଢ଼େ ୪ଟାରେ ଜିଏମ୍ ୟୁନିଭର୍ସିଟି ଅଡିଟୋରିୟମରେ ଅନୁଷ୍ଠିତ ହେବ ସିଏମ୍ କିଶାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରବିନାରାୟଣ ନାଏକ, ସୁରେଶ ପୂଜାରୀଙ୍କ ସମେତ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟର ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତି ଜାରି କରିବେ ମୁଖ୍ୟମନ୍ତ୍ରୀ ।
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଁଖାଇ ବର୍ଷକୁ ଦୁଇଟି କିସ୍ତିରେ ଚାଷୀ ପାଇବେ ଦୁଇ ହଜାର ଲେଖାଏଁ ମୋଟ 4 ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ରାଜ୍ୟର 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀଙ୍କୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର