ଏହା ଦେଖିବା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିନ୍ତ। କିନ୍ତୁ ଏହା ସତ। ହାତୀକୁ ଦିଆଯାଉଛି ଟ୍ରେନିଂ। ହାତୀ ପଢ଼ୁଛି ପାଠ। ଏହାସହ ଜଙ୍ଗଲରେ ହାତୀ କରିବ ଅଧିକାରୀଙ୍କୁ ସହଯୋଗ। ଯାହାଦ୍ୱାରା ହାତୀ ଆଉ ମଣିଷ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ିଉଠିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ହାତୀ ପଢୁଛି ପାଠ । ଚନ୍ଦକାର କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା । କୁମକି ହାତୀ ପାଇଁ ଏଠାରେ ହାତୀଙ୍କୁ ଟ୍ରେନିଂ ଦିଆଯାଉଛି । 5 ହାତୀଙ୍କୁ ମାହୁନ୍ତ ଟ୍ରେନିଂ ଦେଉଥିବାବେଳେ ସେମାନଙ୍କ ରହିବା ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଗା, ମାମା, ଉମା, କାର୍ତିକ, ଚନ୍ଦୁ ଓ ଶଙ୍କର। ଏହି 6ଟି ହାତୀଙ୍କୁ ଚନ୍ଦକା ଭିତରେ ଦିଆଯାଉଛି ଟ୍ରେନିଂ। ଶଙ୍କରକୁ ଅଲଗା ରଖା ଯାଇଥିବା ବେଳେ ଅନ୍ୟ 5 ହାତୀଙ୍କ ରହିବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଖାଇବା ଓ ପିଇବା ପାଇଁ ମଧ୍ୟ ହାତୀ ରହଣି ସ୍ଥଳ ରେ ସୁବିଧା କରାଯାଇଛି। ପ୍ରତିଦିନ ସକାଳୁ ଚଲା ବୁଲା କରିବା ପରେ ହାତୀ ଟ୍ରେନିଂ ସେଣ୍ଟରକୁ ଯାଆନ୍ତି। ସେଠାରେ ସେମାନଙ୍କୁ କୁମକୀର ଟ୍ରେନିଂ ଦିଆଯାଏ। ଏହି ଟ୍ରେନିଂ ପରେ ଜଙ୍ଗଲରେ ବନ ବିଭାଗ ଅପରେସନରେ ବନ ଅଧିକାରୀଙ୍କୁ ସହଯୋଗ କରେ କୁମକି ହାତୀ।
ଏହା ଦେଖିବା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିନ୍ତ। କିନ୍ତୁ ଏହା ସତ। ହାତୀକୁ ଦିଆଯାଉଛି ଟ୍ରେନିଂ। ହାତୀ ପଢ଼ୁଛି ପାଠ। ଏହାସହ ଜଙ୍ଗଲରେ ହାତୀ କରିବ ଅଧିକାରୀଙ୍କୁ ସହଯୋଗ। ଯାହାଦ୍ୱାରା ହାତୀ ଆଉ ମଣିଷ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ିଉଠିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହିତ ବାହୀନିକୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପିଏମ ମୋଦି । ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ପହଂଚି ସାମିଲ ହୋଇଥିଲା ବିଶାଳ ଭିକ୍ଟ୍ରି ପରେଡରେ ।
ବାର୍ବାଡୋସରେ ଟି-୨୦ ବିଶ୍ବକପ ବିଜୟ ପରେ ଆଜି ଭାରତ ଫେରିଛନ୍ତି ଚାମ୍ପିୟନସ । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ଏଥିପାଇଁ ବିସିସିଆଇ ପକ୍ଷରୁ ପଠାଇଯାଇଥିବା ସ୍ବତନ୍ତ୍ର ବିମାନରେ ଫେରିବା ପରେ ରୋହିତ ବାହୀନିକୁ ବିମାନବନ୍ଦରରୁ ହିଁ ଶୁଭେଚ୍ଛା ସହ ଭବ୍ୟ ଢଙ୍ଗରେ କରାଯାଇଥିବା ସ୍ବାଗତ । ୧୭ ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି । ବିଦେଶ ମାଟିରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ଭାରତ ମାଟିରେ ଜମିଥିଲା ବିଜୟ ଉତ୍ସବ । ୧୪୦ କୋଟି ଭାରତୀୟ ଟିମ ଇଣ୍ଡିଆ ବିଜୟର ସେଲିବ୍ରେସନ କରିଥିଲେ । ଫ୍ୟାନସଙ୍କ ସହ ଖେଳାଳି କେକ୍ କାଟିବା ସହ ନାଚ ଗୀତରେ ସାମିଲ ହୋଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ। ଏହାକୁ ବର୍ଷେ ପୁରୁଥିବାରୁ ସିଇଓ ମାର୍କ ଜୁକରବର୍ଗ ଖୁସି ବ୍ୟକ୍ତ କରିଛନ୍ତି । ଗୋଟିଏ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ହିଁ ଥ୍ରେଡସର ୧୭୫ ମିଲିୟନରୁ ଅଧିକ ୟୁଜର୍ସ ହୋଇ ସାରିଛନ୍ତି । ଏହା ପ୍ଲେ ଷ୍ଟୋରରେ ଲଞ୍ଚ ହେବା ପରେ ଏହାର ଟକ୍କର ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ପୂର୍ବର ଟ୍ୱିଟର) ସହ ହୋଇଥିଲା। ଥ୍ରେଡସ, ନିଜ ଆଡକୁ ୟୁଜର୍ସଙ୍କୁ ଟାଣିବା ଏକ ଆହ୍ୱାନ ଥିଲା । ମାତ୍ର ଏହା ସଫଳ ହୋଇଥିବା ଅନୁମାନ କରାଯାଉଛି।
ଥ୍ରେଡସ ଲଞ୍ଚ ହେବାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ମଲିୟନ ହୋଇଯାଇଥିଲା । ଏହାର କାରଣ ଥିଲା ଇନଷ୍ଟାଗ୍ରାମ ୟୁଜର୍ସ ସହଜରେ ଥ୍ରେଡସ ପ୍ରୋଫାଇଲକୁ ସେଟ କରି ପାରିବା ଭଳି ବ୍ୟବସ୍ଥା । ଯାହା ଇନଷ୍ଟାଗ୍ରାମରେ ସହଜରେ ଉପଲବ୍ଧ ହୋଇଥାଏ । ଏହି ଫିଚର ଯୋଗୁଁ ହିଁ ଇନଷ୍ଟାଗ୍ରାମରେ ୟୁଜର୍ସଙ୍କୁ ପ୍ରୋଫାଇଲ ତିଆରି କରିବାରେ ସହଜ ହୁଏ ।
ମାତ୍ର କେତେକ ୟୁଜର୍ସଙ୍କୁ ଏହା ପସନ୍ଦ ଆସି ନଥାଏ । ଫଳରେ ସେମାନେ ଏହାଠୁ ଦୂରେଇ ଯାଆନ୍ତି । ତଥାପି ଥ୍ରେଡସ ୧୭୫ ମିଲିୟନ ୟୁଜର୍ସଙ୍କୁ ନେଇ ରେକର୍ଡ କରି ପାରିଛି। ରିପୋର୍ଟ ଅନୁସାରେ, ବ୍ୟବହାରକାରୀ ଥ୍ରେଡସରେ ଦିନକୁ ପ୍ରାୟ ୭ ମିନିଟ ସମୟ ବିତାନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଛି। ଘଣ୍ଟ, ଛତ୍ରୀ, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।
ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଯାଇଥିଲା । ଏଥିସହ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ସେପଟେ ଚଳଚଞ୍ଚଳ ରଥଖଳା । ଦୁଇ ଦିନ ପରେ ରଥରେ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ । ଏଥିପାଇଁ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ । କୋଠ ସୁଆଁଶିଆ ମାନେ ରଥରେ କନାପକା କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥକୁ କଳସ ଉଠି ସାରିଥିବାବେଳେ ଓଲଟ ଶୁଆ ଓ ଅଁଳା ମଧ୍ୟ ଉଠି ସାରିଛି। ଚିତ୍ରକର ସେବାୟତ ତୂଳୀର ସ୍ପର୍ଶରେ ରଙ୍ଗ ଦେଉଛନ୍ତି । ୨୪୦ରୁ ଉର୍ଦ୍ଧ୍ବ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଜୋରସୋରରେ ଚାଲିଛି କାମ।
ଅନ୍ୟପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି। ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବରୋପ କରାଯାଇଛି। ଏହା ପୂର୍ବରୁ ପୁରୀ ଟାଉନ ଥାନାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ମକଡ୍ରିଲ କରାଯାଇଥିଲା । ଯେଉଁଥିରେ NDRF, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲରେ ସାମିଲ ହୋଇଥିଲେ।
ଆଜି ଅଲାରନାଥଙ୍କ ଅନବସର ଦର୍ଶନ ଶେଷଦିନ ହୋଇଥିବାବେଳେ ୧୩ଦିନ ଧରି ଶୀଳାକ୍ଷେତ୍ରରେ କାଳିଆ ସାଆଁନ୍ତଙ୍କ ଲୀଳାଖେଳା ସରିଛି । ଜୁଲାଇ 7 ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର