Videos
|
Odisha

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ :  ଆସନ୍ତା 10 ତାରିଖରେ ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଆସନ୍ତା 16 ତାରିଖ ଠାରୁ ଆରମ୍ଭ ହେବାକୁଥିବା ଶ୍ରୀଜୀଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବାସହ ଆସନ୍ତାବର୍ଷ ଜାନୁୟାରୀ 13 ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ। ଏହାସହ ଆସନ୍ତାବର୍ଷ ଜାନୁଆରୀ 14 ତାରିଖରେ ମକରସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ।

ଅଧିକ ପଢନ୍ତୁ : ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI

ଏହାସହ ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ସେପଟେ  ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ କିଭଳି ବାଧା ନଉପୁଜିବ ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ନେଇ ଟିମ୍ ପୂର୍ବ ଛତିଶାନିଯୋଗ ବୈଠକରେ ଟିମ୍ ଗଠନ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: