ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି
ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆଜିଠାରୁ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଅର୍ଗସ ବ୍ୟୁରୋ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ଯାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି
ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆଜିଠାରୁ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଅର୍ଗସ ବ୍ୟୁରୋ: ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତମାନେ ଦଣ୍ଡିତ ହେବେ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଡାଉନଲୋଡ୍ କରିବା ଅପରାଧ ନୁହେଁ । ଏହାକୁ ଚ୍ୟାଲେଂଜ କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । ଏଥିସହ ସଂସଦରେ ପକସୋ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ବନ୍ଧୀୟ ବସ୍ତୁ ନାମରେ ନାମିତ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କୁନି କୁନି ପିଲାମାନଙ୍କୁ ଯୋଗାହେଉଥିବା ଛତୁଆରେ ଅପମିଶ୍ରଣକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା | ଯଦି ଏପରି କୌଣସି ଜାଗାରେ ହେଉଥାଏ, ତେବେ ଉକ୍ତ ଛତୁଆ ଯୋଗାଣ ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲା ବିକାଶ ମେଳାରେ ଯୋଗ ଦେଇଥିଲେ ଶ୍ରୀମତୀ ପରିଡା। ଏହି କାର୍ଯ୍ୟକ୍ରମ ଅବସରରେ ମାର୍ଶାଘାଇ ବ୍ଲକ ଜଳପୋକ ପଞ୍ଚାୟତ କଣିବାଙ୍କ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା କିଛି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଭେଟିଥିଲେ।
ସେମାନଙ୍କର ଅଭିଯୋଗ ଥିଲା ଯେ, କଣିବାଙ୍କ ଅଙ୍ଗନୱାଡି କେନ୍ଦ୍ରରେ ଆମ୍ଭ ଶିଶୁ ମାନଙ୍କୁ ପୋକ ସାଲୁ ସାଲୁ ହେଉଥିବା ଛତୁଆ ପ୍ରଦାନ କରାଯାଉଛି। ଅଭିଭାବକ ମାନେ ସାଙ୍ଗରେ ଆଣିଥିବା ପୋକ ବାହାରୁଥିବା ଛତୁଆ ପ୍ୟାକେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାଇଥିଲେ। ଏହି ପୋକ ବାହାରୁଥିବା ଛତୁଆ ଖାଇ ଆମ ପିଲାମାନେ ଝାଡାବାନ୍ତି ହେଉଛନ୍ତି। ପିଲାମାନଙ୍କୁ ମେଡିକାଲ ନେଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାର ଯେଉଁ ସୁଭଦ୍ରା ଟଙ୍କା ଆମ୍ଭ ମାନଙ୍କୁ ଦେଇଥିଲେ ସହି ଟଙ୍କାକୁ ନେଇ ଆମେ ଡାକ୍ତର ଖାନାରେ ଖର୍ଚ୍ଚ କରୁଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜଣେ ଅଭିଭାବିକା। ଅନ୍ୟପଟରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଛତୁଆ ଯୋଗାଇ ଆସୁଥିବା ସଂସ୍ଥା ଗୁଡିକ ଉପରେ କଡ଼ା ନଜର ରଖାଯାଇଛି। ଛୋଟ ଛୋଟ ଶିଶୁ ମାନଙ୍କ ଖାଦ୍ୟକୁ ଯେଉଁମାନେ ବିଷ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ ଘଟଣାର ତଦନ୍ତ କରିବେ । କମିଶନ 2 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଭରତପୁର ଥାନାରେ ସିସିଟିଭି କ୍ୟାମେରା ନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଥିବା ସତ୍ତ୍ବେ କାହିଁକି ସିସିଟିଭି ଲାଗି ନଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଓଡ଼ିଶାରେ କେତେ ଥାନାରେ ସିସିଟିଭି ଅଛି, କେଉଁଠି ନାହିଁ ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ଯେଉଁଠାରେ ସିସିଟିଭି ଲାଗିଛି ତାହା କାମ କରୁଛି ନା ନାହିଁ ସେନେଇ ମଧ୍ୟ ରିପୋର୍ଟ ପ୍ରଦାନ କରିବେ ଗଙ୍ଗୱାର । ସିସିଟିଭି ସହିତ ହାର୍ଡଡିସ୍କ ନେଇ ମଧ୍ୟ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭରତପୁର ଥାନାରେ ନିର୍ଯାତନା ମାମଲା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଆହୁରି ପଢନ୍ତୁ ଓଡିଶା ଖବର...