ଉଭୟ ମନ୍ତ୍ରୀ ପରସ୍ପରକୁ ଅଭିବାଦନ ଜଣାଇବା ସହ ଯୁବପିଢ଼ିଙ୍କୁ କୁଶଳୀ କରିବା ଦିଗରେ ଅଧିକ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଗୁଜରାଟ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାନ୍ଧୀନଗରରେ ଅଷ୍ଟ୍ରେଲିଆର ଶିକ୍ଷାମନ୍ତ୍ରୀ ଜେସନ କ୍ଲାରେଙ୍କୁ ଭେଟିଛନ୍ତି।
ଏହି ଅବସରରେ ପ୍ରଥମ ଅଷ୍ଟ୍ରେଲିଆ ଇଣ୍ଡିଆ ଏଜୁକେସନ ଆଣ୍ଡ ସ୍କିଲ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା।
ଉଭୟ ମନ୍ତ୍ରୀ ପରସ୍ପରକୁ ଅଭିବାଦନ ଜଣାଇବା ସହ ଯୁବପିଢ଼ିଙ୍କୁ କୁଶଳୀ କରିବା ଦିଗରେ ଅଧିକ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁର କାର୍ତ୍ତିକ ପ୍ରଧାନଙ୍କ ପୁଅ ସାଗର ପ୍ରଧାନ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ବାହାରିନ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି । ସେପଟେ ଗୋଟିଏ ବୋଲି ପୁଅକୁ ହରାଇ ଦୁଃଖରେ ପରିବାର ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁଅର ଶବକୁ ଫେରାଇ ଆଣିବା ପାଇଁ ଅପିଲ କରିଛନ୍ତି ପରିବାର ଲୋକେ । ଶବକୁ ଭିଟାମାଟିକୁ ଆଣିବା ସହ ସହାୟତା ଯୋଗାଇବା ପାଇଁ ପରିବାର ତରଫରୁ ଗଞ୍ଜାମ ଜିଲ୍ଲପାଳ, ଏସପି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଦାଦନଙ୍କ ପାଇଁ ଓଡ଼ିଶା ସରକାର କିଛି କରୁନଥିବା ବେଳେ କାମ କରିବାକୁ ଯାଇ ବିଦେଶରେ ଅକାଳରେ ଯାଉଛି ଜୀବନ । ସେପଟେ ମୃତ ସାଗରଙ୍କ ବାପା କାର୍ତ୍ତିକ ପ୍ରଧାନ ମଧ୍ୟ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଛନ୍ତି ।
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖରେ କାର୍ରେ ବସିଥିବା ବେଳେ ଗୁଳିମାଡ଼ । ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ପାଖ ବାଣୀପାହାଡ଼ ଜଙ୍ଗଲ । ସମସ୍ତ ମୃତକଙ୍କ ଘର ବ୍ରଜରାଜନଗରରେ ହୋଇଥିବା ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର