ସୋନପୁର ଟାଉନରେ ଅପରାହ୍ନରେ ପହଞ୍ଚିବେ, ବିଶାଳ ସମାବେଶକୁ ଉଦବୋଧନ କରିବେ । 24 ଲଢେଇ ପାଇଁ ନିର୍ବାଚନୀ ବିଗୁଲ୍ ବାଜାଇବେ ଶାହ । ସେହିଦିନ ଭୁବନେଶ୍ଵର ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ କରିବେ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ । 25 ତାରିଖ ଭୁବନେଶ୍ଵରରେ ରାତ୍ରି ରହଣୀ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ନେଇ ଆଭିମୁଖ୍ୟ କରିସାରିଛନ୍ତି ସ୍ପଷ୍ଟ । ମେଣ୍ଟ ହେବା ନହେବା ବିବାଦ ଭିତରେ ଶାହ କହିଛନ୍ତି ଓଡିଶାର କାର୍ଯ୍ୟକର୍ତ୍ତାଙ୍କ ଦୃଢ ମତ । ଓଡିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢିବାକୁ ସ୍ଥିର କରିଛି ବିଜେପି ।
ବିଜେଡିକୁ ଶେଷ କରିବା ଲକ୍ଷ୍ୟ ନେଇ ଲଢେଇ କରିବା ମୁଡରେ ଶାହ । ମୋଦି ଓ ଶାହ ଓଡ଼ିଶାରେ ଆକ୍ରମଣାତ୍ମକ ହେଲେ 25 ବର୍ଷ ଶାସନର ଖୋଲିିଯିବ ପୋଲ । ଷଷ୍ଠ ପାଳି ନହୋଇ, ପରିବର୍ତ୍ତନ ହେବ ସତ୍ତା । ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାର ପୋଡା ଟ୍ରାନ୍ସଫର୍ମରକୁ ଓପାଡି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ଓଡିଶା ଗସ୍ତରେ ଆସି ବରଗଡ ସାଧାରଣ ସଭାରେ ଏଭଳି କଡା ବୟାନ ଦେଇଥିଲେ ଶାହ । ଓଡିଶା ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ତେଣୁ ଏହି ପୋଡା ଟ୍ରାନ୍ସଫର୍ମରକୁ ନବଦଳାଇ ଓପାଡିକି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୪ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ଏଥର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ସଫଳତା ଦେବ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର