ଇଂରେଜ ଶାସନ ସମୟରେ କିଛି ମୁଷ୍ଟିମେୟ ଲୋକ ସମାଜକୁ ଉପେକ୍ଷା କରୁଥିଲେ । ସମାଜବାଦର ସଠିକ୍ ପ୍ରତିନିଧି ଥିଲେ ମହିମା ଗୋସେଇଁ ଏବଂ ସନ୍ଥ କବି ଭୀମଭୋଇ । କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦର କ୍ରାନ୍ତିକାରୀ ଥିଲେ ଭୀମ ଭୋଇ ଏବଂ ମହିମା ଗୋସେଇଁ । ଲକ୍ଷ୍ମୀ ପୁରାଣର ତତ୍ତ୍ଵ ଏବଂ ମହିମା ଗୋସେଇଁ ତତ୍ତ୍ଵ ଭିତରେ କୌଣସି ଫରକ୍ ନଥିଲା । ଗରିବ ଏବଂ ନିଷ୍ପେସିତଙ୍କ ସେବା କଲେ ଭଗବାନ ମିଳିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଉଦବୋଧନରେ କହିଛନ୍ତି।
ଏହି ସମ୍ମିଳନୀକୁ ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, ଆନ୍ଧ୍ରପ୍ରଦେଶ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନସ ରିସର୍ଚ୍ଚ ମିଳିତ ଭାବେ କର୍ମଶାଳା ଆୟୋଜନ କରିଛନ୍ତି । ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି । ଓଡିଶାରୁ ଅନେକ ସାଧୁ, ସନ୍ଥ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି । ସନ୍ଥ କବି ଭୀମ ଭୋଇଙ୍କ ଶିକ୍ଷା, ମାର୍ଗଦର୍ଶନକୁ ଆଗକୁ ନେବା ପାଇଁ କର୍ମଶାଳା ଆୟୋଜନ କରାଯାଇଛି । ଏଥିସହିତ 7ଟି ରାଜ୍ୟ ଏବଂ 4ଟି ଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର