ସାଧାରଣ ଭାବରେ ଘରର କୌଣସି ଜିନିଷ ଖରାପ ହେଲେ ଆମେ ପାଖରେ ଥିବା ଦୋକାନୀଙ୍କୁ ଫୋନ୍ କରନ୍ତି । କିନ୍ତୁ ସେମାନେ ସଙ୍ଗେ ସଙ୍ଗେ ଆସନ୍ତି ନାହିଁ । ଏବେ କିନ୍ତୁ ସେ ସମସ୍ୟାର ସମାଧାନ ହେବ ଗୋଟିଏ ଚୁଟକିରେ । କାରଣ ସମସ୍ୟାରୁ ଆପଣଙ୍କୁ ମୁକ୍ତ କରିବ ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ 'ହୋମଭେରୀ' । ଏହା ଏମିତି ଏକ ଅନଲାଇନ ଡିଜିଟାଲ ସର୍ଭିସ, ଯାହା ସମ୍ବଲପୁରର ଯୁବ ଉଦ୍ୟୋଗୀ ପ୍ରହ୍ଲାଦ ମିତ୍ତଲ ଓ ରଜତ କର ଆରମ୍ଭ କରିଛନ୍ତି । ଆଉ ଏମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ଯୁବବର୍ଗଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କମ୍ପାନୀର ସିଇଓ ପ୍ରହହ୍ଲାଦ ମିତ୍ତଲ କହିଛନ୍ତି, ଏପରି ସୁବିଧା ବର୍ତ୍ତମାନ ସେ ସ୍ଥାନୀୟ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି । କେବଳ ଓଡିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ସେ ଏହି ସର୍ଭିସ ଯୋଗାଇ ଦେଉଛନ୍ତି ।
ଅଧିକ ପଢନ୍ତୁ : ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ - ଧର୍ମେନ୍ଦ୍ର ପ୍ରଧାନ
ଯୁବକମାନେ କେମିତି ବାହାରେ ଚାକିରି ଛାଡି ନିଜ ଅଞ୍ଚଳରେ ଚାକିରି କରି ଅଧିକ ଟଙ୍କା ରୋଜଗାର କରୁଛନ୍ତି ତାହାକୁ ନେଇ ଯୁବପିଢୀଙ୍କୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ଏବଂ ଆଗକୁ କିପରି ୧୦୦ କ୍ୟୁବ୍ ଷ୍ଟାର୍ଟଅପରେ ଏହା ସାମିଲ ହେବ ସେଥିପାଇଁ ଉତ୍ସାହିତ ମଧ୍ୟ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟଅପ୍ ପରମ୍ପରାରୁ ଅନୁପ୍ରାଣିତ ହୋଇଛନ୍ତି ଏହି ଯୁବ ଉଦ୍ୟୋଗୀ । ବିକଶିତ ଦେଶ ସ୍କିଲ ଇଣ୍ଡିଆ ଦିଗରେ ନିଜର ଦକ୍ଷତା ବିକାଶ କରୁଛନ୍ତି ଯୁବପିଢୀ । ଏବଂ ଆଗକୁ ମଧ୍ୟ ଆହୁରି ଅନେକ ଯୁବ ଉଦ୍ୟୋଗୀ ବାହାରିବା ଦରକାର, ଯେଉଁମାନେ ଚାକିରୀ ଖୋଜିବା ନୁହେଁ ଅନ୍ୟମାନଙ୍କୁ ଚାକିରୀ ଦେବାରେ ସହାୟକ ହୁଅନ୍ତୁ ବୋଲି ଯୁବପିଢୀଙ୍କୁ ଉତ୍ସାହିତ କରିବା ସହ ମନୋବଳ ଦୃଢ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।