ଅର୍ପଣ ରଥକୁ ଗାଁ ଗାଁରେ ବିରୋଧ

ଅର୍ଗସ ବ୍ୟୁରୋ: ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ କୁଳିଆଡିଆ ଗାଁରେ ଜୟ ଜଗନ୍ନାଥଙ୍କ ଅର୍ପଣ ରଥରେ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ଏବଂ ବବି ଦାସଙ୍କ ଫଟୋଚିତ୍ରକୁ ବିରୋଧ କଲେ ଗ୍ରାମବାସୀ। ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ପୋଲିସ ଟିମ ଆସିଥିଲା। କିନ୍ତୁ ଅଲ ଓଡ଼ିଶାରେ ଏହିପରି ଚାଲିଛି କେବଳ ଏହି ଗାଁରେ ବିରୋଧ କରିଲେ କେମିତି ହେବ କହି ଲୋକଙ୍କୁ ଧମକାଇଥିଲେ। ଯାହାକୁ ଲୋକେ ଶୁଣି ଉତ୍ତ୍ୟକ୍ତ ହୋଇଥିଲେ। ଜଣେ ସ୍ଥାନୀୟବାସୀ କହିଥିଲେ ପ୍ରଭୁ ଜଗନ୍ନାଥ ଆମ ଆରାଧ୍ୟ ଦେବତା ଅର୍ପଣ ରଥକୁ ଆମେ ସ୍ବାଗତ କରୁଛି। କିନ୍ତୁ ରାଜନେତାଙ୍କ ଫଟୋ ଚିତ୍ର କାହିଁକି ରହିବ ଜଗନ୍ନାଥଙ୍କ ଫଟୋ ଲାଗିନାହିଁ। ସେଥିାପଇଁ ଆମେ ଏହାକୁ ବିରୋଧ କରୁଛୁ।
ସ୍ଥାନୀୟ ବାସୀପରେ ଜୟ ଜଗନ୍ନାଥ ଅର୍ପଣ ରଥ ଦାୟିତ୍ବରେ ଥିବା ପଞ୍ଚାୟତ ଅଧିକାରୀ ଓ ଜିଆରଏସ ଏହି ରଥରେ ପାଣ୍ଡିଆନଙ୍କ ଫଟୋଚିତ୍ର ଉପରେ ଜଗନ୍ନାଥଙ୍କ ଫଟୋ ଲଗା ଯିବା ପରେ ସ୍ଥିତି ଶାନ୍ତ ପଡିଥିଲା। ସରକାରରେ ଥିବାରୁ ସରକାରୀ କାର୍ଯ୍ୟକ୍ରମ ଆଢ଼ୁଆଳରେ ବିଜୁ ଜନତା ଦଳ ସରକାରୀ ଯୋଜନା ମାଧ୍ୟମରେ ଚତୁରତାର ସହ ଭକ୍ତିର ବାହାନା କରି ନବୀନ, ପାଣ୍ଡିଆନ ଓ ବିଜେଡିକୁ ପ୍ରଚାର କରୁଛନ୍ତି। ତେବେ ଗାଁ ଲୋକ ରାମ ମନ୍ଦିର ପ୍ରତିଷ୍ଠାର ବୁକଲେଟ କିମ୍ବା ନିମନ୍ତ୍ରଣପତ୍ରରେ କୌଣସି ରାଜନୈତିକ ନେତାଙ୍କ ଚିତ୍ର ନ ଥିବା କଥା କହିଥିଲେ। କିନ୍ତୁ ସ୍ଥାନୀୟ ପୋଲିସ ଏହାକୁ ରାଜ୍ୟ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ଏବଂ ସାରା ଓଡ଼ିଶାରେ ଏପରି ଚାଲିଛି କହି ଗ୍ରାମବାସୀଙ୍କୁ ଧମକାଇଥିଲେ।
ଗାଡ଼ିକୁ ଅଟକାଇଥିବାରୁ ଗ୍ରାମବାସୀଙ୍କ ନାଁରେ ରିପୋର୍ଟ କରାଯିବ ବୋଲି କହିଥିଲେ। ତେବେ ଅର୍ପଣ ରଥରେ ନବୀନ ଏବଂ ପାଣ୍ଡିଆନଙ୍କ ଫଟୋ ଲାଗିଥିବାରୁ ସାରା ରାଜ୍ୟରୁ ବିରୋଧର ଚିତ୍ର ଆସୁଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର