ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍ ଶତକ ଅର୍ଜନ କରିଥିବା ବେଳେ ଆଜି ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୫ ୱିକେଟ ନେଇ ଏକ ନୂଆ ରେକର୍ଡ କରିଥିଲେ । ପ୍ରଥମ ଭାରତୀୟ ବୋଲର ଭାବେ ଏକ ଟେଷ୍ଟ ଇନିଂସରେ ସର୍ବାଧିକ ୩୬ ଥର ୫ ୱିକେଟ ହାସଲ କରିଥିଲେ ଅଶ୍ୱିନ । ତେବେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଛି ।
ଅଧିକ ପଢନ୍ତୁ : ୫ମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆର ଦବଦବା
ଗତ ଜାନୁଆରୀ (୨୫-୨୯)ରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାଜୟ ବରଣ କରିଥିଲା । ମାତ୍ର ଏହାପରେ କ୍ରମାଗତ ୪ଟି ମ୍ୟାଚ ଜିତି ଭାରତ କମବ୍ୟାକ କରି ରୋମାଞ୍ଚକର ଶୈଳୀରେ ୪-୧ରେ ସିରିଜ୍ ଜିତିପାରିଥିଲା । ଗୋଟିଏ ଟିମ୍ ପ୍ରଥମ ଟେଷ୍ଟରେ ହାରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ ଜିତିବା ଏପରି ଘଟଣା ବିଶ୍ୱ ଟେଷ୍ଟ କ୍ରିକେଟରେ ମାତ୍ର ତିନି ଥର ଘଟିଛି ।