Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Baliyatra

BaliYatra / ବାଲିଯାତ୍ରାରେ ଟଳିଲା ବଡ଼ ଅଘଟଣ, ଫସିଥିଲେ ୧୬ ଜଣ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବାଲିଯାତ୍ରାରେ ଟଳିଲା ବଡ଼ ଅଘଟଣ, ଫସିଥିଲେ ୧୬ ଜଣ

Key Points

ବାଲିଯାତ୍ରାରେ ଟଳିଗଲା ବଡ଼ ଅଘଟଣ।
ହାମର ଦୋଳିରେ 70 ଫୁଟରୁ ଅଧିକ ଉଚ୍ଚତାରେ 3 ଘଣ୍ଟାରୁ ଅଧିକ ସମୟ ଯାଏଁ ଫସିଲେ ୧୬ ଜଣ।
ଐତିହାସିକ ବାଲିଯାତ୍ରାରେ ଟଳିଗଲା ବଡ଼ ଅଘଟଣ। ହାମର ଦୋଳିରେ 70 ଫୁଟରୁ ଅଧିକ ଉଚ୍ଚତାରେ 3 ଘଣ୍ଟାରୁ ଅଧିକ ସମୟ ଯାଏଁ ଫସିଲେ ୧୬ ଜଣ। ବହୁ କସରତ ପରେ ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ମାଧ୍ୟମରେ 5 ଥରରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ମୋଟର ପୋଡ଼ିଯିବାରୁ ବନ୍ଦ ହୋଇଯାଇଥିଲା ଦୋଳି। ହାମର ଦୋଳିର ୨ ପଟେ ୧୬ ଜଣ ଫସିଥିଲେ। ବହୁ କସରତ ପରେ ପ୍ରଥମେ ୮ ତା' ପରେ ଆଉ ୮ଜଣଙ୍କୁ କରାଯାଇଥିଲା ଉଦ୍ଧାର। ଏଥିପାଇଁ ଦୀର୍ଘ ସମୟ ଲାଗିଥିଲା।

ଏହାସହ ପଢ଼ନ୍ତୁ: କୋଣାଗାର ବନ୍ଦର ଥିଲା, ସେଥିପାଇଁ ନାଁ ହେଲା କୋଣାର୍କ

ଉପସ୍ଥିତ ଥିବା ସମସ୍ତ ଲୋକ ଭୟଭୀତ ହୋଇପଡ଼ିଥିଲେ। ଏଘଟଣା ପରେ ଦୋଳିରେ ବସିବାକୁ ବୁଲିବାକୁ ଆସୁଥିବା ଲୋକମାନେ ଆଉ ଦୋଳିରେ ବସିବାକୁ ମନ କରି ନ ଥିଲେ। ଘଟଣାର ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚଥିଲେ । ତେବେ ଗୁରୁବାର ବଲିଉଡ୍‌ର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ଥିବାବେଳେ ରାତିକ ପୂର୍ବରୁ ଏଭଳି ଅଘଟଣ ହେବା ନେଇ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପଟେ ଆଉ ଗୋଟିଏ ଦିନ ବଢ଼ି ଆଜି ଉଦଯାପିତ ହେବ ଐତିହାସିକ ବାଲିଯାତ୍ରା । 

ଏହାସହ ପଢ଼ନ୍ତୁ: ବାଲିଯାତ୍ରାରେ ବହି ପ୍ରତି ବଢ଼ୁଛି ଭଲ ପାଇବା; ମାଗଣାରେ ଲକ୍ଷେରୁ ଅଧିକ ବହି ବାଣ୍ଟୁଛି ପ୍ରଶାସନ

ହେଲେ ବାଲିଯାତ୍ରାରେ ଘଟିଥିବା ଦୁର୍ଘଟଣାକୁ ନେଇ ପୁଣି ଚିନ୍ତା ବଢ଼ିଛି। କିପରି ସମସ୍ତେ ସୁରକ୍ଷିତ ଭାବେ ବାଲିଯାତ୍ରା ବୁଲି ଘରକୁ ଫେରିବେ ତାହା ବଡ଼ କଥା।ସୂଚନାନୁଯାୟୀ, ରାତି ୧୧ଟାରେ ବାଲିଯାତ୍ରାରେ ସମସ୍ତ ଦୋଳି ବନ୍ଦ କରାଯିବା କଥା। ହେଲେ ହାମର ଦୋଳିରେ ସେହି ସମୟରେ ୧୬ ଜଣଙ୍କୁ ବସାଇ ଖେଳ ଚାଲିଥିଲା। ଖେଳ ଚାଲିଥିବା ସମୟରେ ଦୋଳି ହଠାତ୍‌ ବନ୍ଦ ହୋଇଯାଇଥିଲା। ଯାଞ୍ଚ ସମୟରେ ଦୋଳିର ମୋଟର ପୋଡ଼ିଯାଇଥିବା ଜଣାପଡ଼ିଥିଲା। ଦୋଳି ଖେଳ ଅଧାରେ ବନ୍ଦ ହେବାବେଳକୁ ହାମରର ଗୋଟିଏ ପାର୍ଶ୍ୱ ଭୂମି ଆଡ଼କୁ ଥିବାବେଳେ ଅନ୍ୟ ପାଶ୍ୱର୍ଟି ଉପରକୁ ଉଠି ରହିଥିଲା। ଉଭୟ ପାର୍ଶ୍ୱରେ ୮ଜଣ ଲେଖାଏଁ ବସିଥିଲେ। ଦୋଳି ନ ଚାଲିବାରୁ ଉପର ପାର୍ଶ୍ୱରେ ବସିଥିବା ଲୋକମାନେ ଓହ୍ଲାଇ ପଡ଼ିଥିବାବେଳେ ଉପରକୁ ଉଠି ରହିଥିବା ପାର୍ଶ୍ୱରେ ଲୋକେ ଭୟରେ ଚିତ୍କାର କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BaliYatra | Major Mishap Averted at BaliYatra, 16 People Rescued | Argus News | Argus News