Historic Baliyatra Cuttack / ବାଲିଯାତ୍ରାରେ ବହି ପ୍ରତି ବଢ଼ୁଛି ଭଲ ପାଇବା; ମାଗଣାରେ ଲକ୍ଷେରୁ ଅଧିକ ବହି ବାଣ୍ଟୁଛି ପ୍ରଶାସନ
·8 months ago·2 min read

Key Points
ବାଲିଯାତ୍ରାରେ ବହି ପାଇଁ ଭିଡ଼ । ଦିନ ଗଡ଼ିବା ସହ ବାଲିଯାତ୍ରା ପଡ଼ିଆରେ ଗହଳି ଜମୁଛି । ଏଥିସହ ହେଉଛି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ।
କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ବହି ପାଇଁ ଭିଡ଼ । ଦିନ ଗଡ଼ିବା ସହ ବାଲିଯାତ୍ରା ପଡ଼ିଆରେ ଗହଳି ଜମୁଛି । ଏଥିସହ ହେଉଛି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର । ଏଥିପାଇଁ ଜିଲ୍ଲା ପ୍ରଶାସନର ନେଇଥିବା ନିଆରା ପଦକ୍ଷେପକୁ ଲୋକେ ପ୍ରଶଂସା କରୁଛନ୍ତି ।
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି କଟକ ଇନ୍ କଟକ ପ୍ୟାଭିଲିୟନ୍ । ଚଳିତଥର କଟକ ଇନ୍ କଟକ ପ୍ୟାଭିଲିୟନର ଥିମ ଓଡ଼ିଆ ଭାଷା ସାହିତ୍ୟ ରହିଥିବା ବେଳେ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କୁ ମାଗଣାରେ ବହି ବାଣ୍ଟୁଛି ଜିଲ୍ଲା ପ୍ରଶାସନ ।
ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଚତୁର୍ଥ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ପୁସ୍ତକକୁ ବାଲିଯାତ୍ରାରେ ମାଗଣାରେ ଦିଆଯାଉଛି । ୮ ଦିନର ବାଲିଯାତ୍ରା ଅବଧି ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷରୁ ଅଧିକ ବହି ମାଗଣାରେ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି । ଏଥିପାଇଁ ପ୍ରଶାସନ ୭୫ ହଜାର ବହି କିଣିଥିବା ବେଳେ ଲୋକେ ଆଣି ମଧ୍ୟ ବହିଗୁଡ଼ିକୁ ପ୍ରଶାସନକୁ ଦେଇଥିଲେ ।
ପ୍ରଶାସନ ପକ୍ଷରୁ ବହି ବଣ୍ଟନ ଦାୟିତ୍ଵରେ ଥିବା ଡମପଡ଼ା ତହସିଲଦାର ବୈଶାଖି ଲେଙ୍କା କହିଛନ୍ତି, "ଶୃଙ୍ଖଳାର ସହ ବହି ବଣ୍ଟନ ଚାଲିଛି । ପ୍ରତିଦିନ କିଛି କିଛି ଲଟ୍ରେ ଛାତ୍ରଛାତ୍ରୀଙ୍କୁ ବହି ପ୍ରଦାନ କରାଯାଉଛି । ସମସ୍ତ ପ୍ରକାର ବହି ପ୍ରତି ଲୋକଙ୍କ ଚାହିଦା ରହିଛି । ଅପରାହ୍ଣ ୪ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ବହି ବଣ୍ଟନ କରାଯାଉଛି ।"
ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବହି ବଣ୍ଟନ କରା ଯାଉଥିବା ବେଳେ ବହି ପାଇ ଦର୍ଶକ ବି ଖୁସି ଅଛନ୍ତି । ବହି ନେଇଥିବା ଜ୍ୟୋତି ରଞ୍ଜନ କହିଛନ୍ତି, "ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବହି ବଣ୍ଟନ କରାଯାଉଛି । ମାଗଣାରେ ବହି ଦିଆଯାଉଥିବାରୁ ଲୋକେ ଆସି ନେଉଛନ୍ତି । ଓଡ଼ିଆ ଭାଷା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏହି ଉଦ୍ୟମ ପ୍ରଶଂସନୀୟ ।"
ଏଥିସହ ପଢ଼ନ୍ତୁ: ସୁସ୍ମିତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ 'ମୋ ପରିବାରକୁ ସୁରକ୍ଷା ଦିଅ'
ବିଭିନ୍ନ ଲେଖକ ଓ ଗାଳ୍ପିକଙ୍କ ବହି ନେବା ପାଇଁ ଷ୍ଟଲରେ ପ୍ରବଳ ଭିଡ଼ ବିଗତ ୩ ଦିନ ଧରି ଦେଖିବାକୁ ମିଳୁଛି । ଆଜି ଶନିବାର ଓ ଆସନ୍ତାକାଲି ରବିବାର ଥିବାରୁ ବାଲିଯାତ୍ରାକୁ ଆହୁରି ଜନ ସମାଗମ ହେବା ଆଶା କରାଯାଉଛି । ଫଳରେ ଶନିବାର ଓ ରବିବାର ଓଡ଼ିଆ ବହି ନେବା ପାଇଁ ଲୋକଙ୍କ ମଧ୍ୟରେ ଆହୁରି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories