Historic Baliyatra Cuttack / ବାଲିଯାତ୍ରା ପଡ଼ିଆରେ ବିଶାଳ କାଚ ଭିତରେ ଭାସୁଛନ୍ତି ଜଳପରୀ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
·8 months ago·2 min read

Key Points
କିଏ ଜଳପରୀଙ୍କ ସହ ସେଲ୍ଫି ନେଉଛି ତ ଆଉ କିଏ ଫଟୋ ଉଠାଉଛି । ଜଳରେ ଭାସୁଥିବା ଜଳପରୀ ବି କାହାକୁ ନିରାଶ କରୁ ନାହାନ୍ତି ।
କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଲୋକଙ୍କୁ ଆକର୍ଷିତ କରୁଛନ୍ତି ଜଳପରୀ । ବାଲିଯାତ୍ରା ପଡ଼ିଆର ଭିଡ଼ ଭିତରେ ଲୋକେ ଜଳପରୀଙ୍କୁ ଦେଖିବାକୁ କ୍ଷଣିକ ଅଟକି ଯାଉଛନ୍ତି । ବିଶାଳ କାଚ ମଧ୍ୟରେ ଦୁଇ ଜଣ ଯୁବତୀ ଭାସି ଆସି ଦର୍ଶକଙ୍କ ମନ ମୋହି ନେଉଛନ୍ତି ।
କିଏ ଜଳପରୀଙ୍କ ସହ ସେଲ୍ଫି ନେଉଛି ତ ଆଉ କିଏ ଫଟୋ ଉଠାଉଛି । ଜଳରେ ଭାସୁଥିବା ଜଳପରୀ ବି କାହାକୁ ନିରାଶ କରୁ ନାହାନ୍ତି । ପରିବାରର ସଦସ୍ୟ ଭଳି ସେମାନେ ଲୋକଙ୍କୁ ଇସାରା ଇସାରାରେ ଓଜାଡ଼ି ଦେଉଛନ୍ତି ଅଜସ୍ର ଭଲ ପାଇବା ।
ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ତୃତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
ଐତିହାସିକ ବାଲିଯାତ୍ରା କଟକରେ ପ୍ରଥମଥର ପାଇଁ ଚଳିତବର୍ଷ ପଡ଼ିଶ ଜଳପରୀ ଶୋ' । ଏହାକୁ ବାଲିଯାତ୍ରାକୁ ନେଇ ଆସିଥିବା ମହମ୍ମଦ ଇର୍ସାଦ କହିଛନ୍ତି, "ଜଳପରୀ ଶୋ' ବାଲିଯାତ୍ରାରେ ପ୍ରଥମଥର ପଡ଼ିଛି । ଲୋକଙ୍କୁ ଏହା ପସନ୍ଦ ଆସୁଛି । ଦିନ ୨ଟାରୁ ଶୋ' ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲୁଛି ।"
ଜଳପରୀ ବେଶରେ ଲୋକଙ୍କ ମନ ମୋହୁଥିବା ଯୁବତୀ ଇଣ୍ଡୋନେସିଆ ଓ ଫିଲିପ୍ପାଇନ୍ସର । ପାଣି ଭିତରେ ଦୁଇ ଯୁବତୀ ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଇ ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ଜଳପରୀ ଶୋ' ଦେଖିବା ପାଇଁ ଟିକେଟର ମୂଲ୍ୟ ଶହେ ଟଙ୍କା ରହିଛି । ଯାହାକୁ ଲୋକେ ପ୍ରଶଂସା କରିଛନ୍ତି ।
ଜଳପରୀ ଭଳି ଲୋକଙ୍କ ମନୋରଞ୍ଜନ କରୁଛି ରୋବୋଟିକ ଆନିମଲ୍ ୱାର୍ଲ୍ଡ । ଯେଉଁଠି ବାଘ, ଭାଲୁ, ହାତୀ, ବିଲୁପ୍ତ ଡାଇନୋସର ଆଦିଙ୍କୁ ଦେଖିବାକୁ ମିଳୁଛି । ରୋବୋଟିକ ଟେକ୍ନୋଲୋଜିର ଉପଯୋଗ କରି ବାଲିଯାତ୍ରା ପଡ଼ିଆରେ ସୃଷ୍ଟି କରାଯାଇଛି ଅଭୟାରଣ୍ୟର ଭ୍ରମ । ଯାହାକୁ ଦେଖିବାକୁ ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟ ଭିଡ଼ ଜମାଉଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥି ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ, ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆର ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ଯୁଜ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories