Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Baliyatra

Baliyatra / ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Key Points

ବଦଳିଲା ତାରିଖ
ଆଉ ଗୋଟେ ଦିନ ବୃଦ୍ଧି ହେଲା ବାଲିଯାତ୍ରା
ଆଉ ଗୋଟେ ଦିନ ବଢ଼ିଲା ବାଲିଯାତ୍ରା। ୧୨ ନୁହେଁ ୧୩ ତାରିଖରେ ହେବ ଉଦଯାପିତ। ଯାହା ପରେ ରାଜ୍ୟବାସୀ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ୱାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ ବୋଲି ପ୍ରକାଶ କରିଛନ୍ତି । ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି।

ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ପଡ଼ିଆରେ ଅଦ୍ଭୁତପୂର୍ଵ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କଡାକଡି କରାଯାଇଛି । ପୁରା ବାଲିଯାତ୍ରା ପଡିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ, ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପଡିଆକୁ ବିଭିନ୍ନ ସେକ୍ଟରରେ ଭାଗ କରାଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର, କୁଇକ ଆକ୍ସନ ଟିମ, ସ୍ୱତନ୍ତ୍ର ବନ୍ଧୁକଧାରୀ ପୋଲିସଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବରେ ରଖାଯାଇଛି।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ କଟକ ବାଲିଯାତ୍ରା, ପଡ଼ିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବଡ଼ ବିସ୍ଫୋରଣ ପରେ ଓଡ଼ିଶାର ଅନେକ ସ୍ଥାନକୁ ଆଲର୍ଟ କରାଯାଇଛି। ଚଳିତ ବର୍ଷ ବାଲିଯାତ୍ରାରେ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସୁଛନ୍ତି । ବାଲିଯାତ୍ରା ବୁଲିବା ସହିତ ବିଭିନ୍ନ ଖାଇବା ଖାଉଛନ୍ତି । ଏହା ସହିତ ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକମାନେ । ଯେମିତି ତାରକସି ବିନା କଟକ ଅଧୁରା, ସେମିତି ଠୁଙ୍କାପୁରୀ ବିନା ବାଲିଯାତ୍ରା ଅଧୁରା । ପ୍ରତି ବର୍ଷ ବାଲିଯାତ୍ରା ଆସେ ଆଉ ଠୁଙ୍କା ପୁରୀ ଷ୍ଟଲ ପଡ଼ିଥାଏ । ବାଲିଯାତ୍ରା ପରେ ଠୁଙ୍କା ପୁରୀ ଖାଇବାର ମଜା ମିଳିନଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ସପ୍ତମ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ଆଉ ପୁଣି ଅପେକ୍ଷା କରିବାକୁ ପଡ଼ିଥାଏ ବାଲିଯାତ୍ରାକୁ । ବାଲିଯାତ୍ରା ଭିଡ଼ ଭିତରେ ଠୁଙ୍କା ପୁରୀରର ଡାକ ଶୁଣି ଛୁଟି ଆସନ୍ତି ଗ୍ରାହକ । ଆଉ ଗୋଲ ଗୋଲ ଠୁଙ୍କାପୁରୀ ପେଟେ ଠୁଙ୍କି ଦିଅନ୍ତି । ମନ ଶାନ୍ତି ହୋଇଯାଏ, ଲାଗେ ସତେ ଯେମିତି ବାଲିଯାତ୍ରା ବୁଲାଟା ପୂରା ହୋଇଗଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baliyatra | Baliyatra Extended by One Day, Announces Odisha CM | Argus News | Argus News