|
logo
Live
Argus News App
GET APP

Argus News - କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

Baliyatra

Historic Baliyatra Cuttack / କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

Sushanta Sahoo
Browse all articles by Sushanta Sahoo
·5 months ago·3 min read
କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

Key Points

ଐତିହ୍ୟ କାଳରୁ ଥାଇଲାଣ୍ଡ, ମାଲେସିଆ ଆଦି ଦେଶ ଓ ଜାଭା, ବାଲି (ଇଣ୍ଡୋନେସିଆ), ସୁବର୍ଣ୍ଣଭୂମି ଏବଂ ସୁବର୍ଣ୍ଣଦ୍ଵୀପ (ସୁମାତ୍ରା) ଭଳି ଦ୍ଵୀପ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଛି । ଯାହାର ପ୍ରମାଣ ରହିଛି କଳାରେ, ସାହିତ୍ୟରେ, ସ୍ଥପତ୍ୟରେ ।
ଭୁବନେଶ୍ଵର: ଏବେର ଓଡ଼ିଶା, ପୁରାତନ କଳିଙ୍ଗ ନାଁରେ ଖ୍ୟାତ ଥିଲା । ଭାରତର ପୂର୍ବ ଉପକୂଳରେ ଥିବା କଳିଙ୍ଗ ସେବେ କରୁଥିଲା ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ନୌବାଣିଜ୍ୟ ।

ଓଡ଼ିଶାର ମାଣିକପାଟଣା, ପାଲୁର, ରାଧାନଗର ଓ ଶିଶୁପାଳଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ଵିକ ଅନ୍ଵେଷଣରୁ ଟେରାକୋଟା ରୋମନ ବୁଲିଅନ, ଲ୍ୟାମ୍ପ ଓ ରୁଲେଟ୍ ୱେୟାର୍ ମିଳିଛି । ଯାହାକି ଦର୍ଶାଉଛି ପ୍ରାରମ୍ଭିକ ଐତିହାସିକ କାଳରୁ ଓଡ଼ିଶା ରୋମାନ ଦୁନିଆ ସହ ଯୋଡ଼ି ହୋଇଥିଲା, ସମ୍ପର୍କ ବାନ୍ଧିଥିଲା ।

ଇତିହାସ ଅନୁସାରେ, ଐତିହ୍ୟ କାଳରୁ ଥାଇଲାଣ୍ଡ, ମାଲେସିଆ ଆଦି ଦେଶ ଓ ଜାଭା, ବାଲି (ଇଣ୍ଡୋନେସିଆ), ସୁବର୍ଣ୍ଣଭୂମି ଏବଂ ସୁବର୍ଣ୍ଣଦ୍ଵୀପ (ସୁମାତ୍ରା) ଭଳି ଦ୍ଵୀପ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଛି । ଯାହାର ପ୍ରମାଣ ରହିଛି କଳାରେ, ସାହିତ୍ୟରେ, ସ୍ଥପତ୍ୟରେ ।

ବୋଇତ ବନ୍ଦାଣ ଯାତ୍ରା ଏବେ "ବାଲିଯାତ୍ରା" ନାଁରେ ଖ୍ୟାତି ପାଇଛି । ଯାହାର ଅର୍ଥ- "ସମୁଦ୍ରରେ ବାଲି ଭ୍ରମଣ ।" କଟକର ମହାନଦୀ ପଠା ଗଡ଼ଗାଡ଼ିଆ ଘାଟରେ ଆୟୋଜିତ ହୁଏ ଐତିହାସିକ ବାଲିଯାତ୍ରା କଟକ ।

ପୂର୍ବ କାଳରେ ଓଡ଼ିଆ ସାଧବ ପୁଅ ମାନେ ବାଲି, ଜାଭା, ସୁମାତ୍ରା, ଶ୍ରୀଲଙ୍କା ଆଦି ଦେଶକୁ ନୌବାଣିଜ୍ୟ ପାଇଁ ଯାଆନ୍ତି । ବାଣିଜ୍ୟ ସହ ସଂସ୍କୃତିର ଆଦାନ ପ୍ରଦାନ ହୋଇଥାଏ । ଆଉ ଏହି ପ୍ରାଚୀନ ସମ୍ପର୍କକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୁଏ ଐତିହାସିକ ବାଲିଯାତ୍ରା ।

ଏହି ଅବସରରେ ଓଡ଼ିଶାର ଲୋକମାନେ ମହାନଦୀ ପଠା ସହ ବ୍ରାହ୍ମଣୀ ଓ ଅନ୍ୟ ନଦୀ କୂଳ, ପୋଖରୀ, ସମୁଦ୍ର କୂଳରେ ଏକାଠି ହୁଅନ୍ତି । ପୁରୁଣା ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ କରନ୍ତି । ବିଭିନ୍ନ ରଙ୍ଗରେ ସୁସଜ୍ଜିତ କଦଳୀ ପାଟୁଆରେ ପ୍ରସ୍ତୁତ ନୌକାକୁ ଭସାଇ ଥାନ୍ତି । ଯାହାକି ପୂର୍ବଜଙ୍କ ସାମୁଦ୍ରିକ ଯାତ୍ରାକୁ ମନେ ପକାଇଥାଏ ।

ଭୋର୍ ସମୟରେ ଏହି ଉତ୍ସବ ନଦୀ ପଠାରେ ଆୟୋଜିତ ହୁଏ । ଯେଉଁଠି ସମବେତ ଜନତା ଗାଇ ଉଠନ୍ତି, "ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।"

ଏହି ପଂକ୍ତିରେ "ଆ"- ଆଶ୍ଵିନ, "କା"- କାର୍ତ୍ତିକ, "ମା"- ମାର୍ଗଶୀର, "ବୈ"- ବୈଶାଖକୁ ସୂଚାଏ । ଏହା ହେଉଛି ପୁରାତନ କଳିଙ୍ଗର ସାଧବ ପୁଅ ନୌବାଣିଜ୍ୟ ପାଇଁ ଯାଉଥିବା ମାସର ସମୟ । ଆଶ୍ଵିନ, କାର୍ତ୍ତିକରେ ସାଧବ ପୁଅ ଦକ୍ଷିଣ ଏସିଆ ଦେଶକୁ ବାଣିଜ୍ୟ ପାଇଁ ଯାଇ ମାର୍ଗଶୀରରୁ ବୈଶାଖ ମଧ୍ୟରେ ଫେରି ଆସିଥାନ୍ତି ।

କଟକ ବାଲିଯାତ୍ରା

କଟକର ବାଲିଯାତ୍ରା ବାରବାଟୀ ଦୁର୍ଗ ନିକଟ ମହାନଦୀର ଗଡ଼ଗଡ଼ିଆ ଘାଟରେ ଖୋଲା ପଡ଼ିଆରେ ଆୟୋଜିତ ହୋଇଥାଏ । ଯାହାକି ଏସିଆର ସର୍ବ ବୃହତ ବାଣିଜ୍ୟିକ ମେଳା । ଯେଉଁଠି ବାଣିଜ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରମ୍ପରାର ଆଦାନ ପ୍ରଦାନ ହୋଇଥାଏ । ପ୍ରତିବର୍ଷ ଲକ୍ଷାଧିକ ଲୋକ ଦେଶ ବିଦେଶରୁ ଆସନ୍ତି ବାଲିଯାତ୍ରାକୁ ଉପଭୋଗ କରିବା ଲାଗି ।

ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ

ପୁରାତନ କଳିଙ୍ଗର ଐତିହ୍ୟ ବେଶ ରୋମାଞ୍ଚକର । ଇତିହାସ କହେ, ସାଧବ ପୁଅ ମାତ୍ର ୧୮୦ ଦିନରେ କଟକର ମହାନଦୀରୁ ୧୪ ହଜାର କିଲୋମିଟର ଯାତ୍ରା କରିନ୍ତି । ୧୮୦ ଦିନର ଯାତ୍ରାରେ ନଭେମ୍ବର ମଧ୍ୟ ଭାଗରେ ବିଦେଶରେ ପହଞ୍ଚନ୍ତି । ଯେଉଁଥିରେ ୧୨୦ ଦିନ ସମୁଦ୍ରରେ ଅତିବାହିତ ହେଉଥିବା ବେଳେ ୬୦ ଦିନ ବେପାର ବଣିଜ କରିଥାନ୍ତି ।

ବାଲିରୁ ଜାନୁଆରୀରେ ଫେରି ମାର୍ଚ୍ଚରେ ଓଡ଼ିଶା ପହଞ୍ଚିଥାନ୍ତି । କୁହାଯାଏ ବାଲି ଏବଂ ଅନ୍ୟ ଦକ୍ଷିଣ ଏସୀୟ ଦେଶର ପାଣିପାଗ ଜାନୁଆରୀରୁ ମାର୍ଚ୍ଚ ମଧ୍ଯରେ ବୋଇତ ଯାତ୍ରାକୁ ସୁହାଇଥାଏ । 

ଏଥିସହ ପଢ଼ନ୍ତୁ: ଚଳିତବର୍ଷ ଇଣ୍ଡୋନେସିଆକୁ ଐତିହାସିକ କଟକ ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଘୋଷଣା

ଆହୁରି ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Baliyatra Cuttack: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ... | Argus News