Historic Baliyatra Cuttack / ବିଦେଶରେ ବି ବାଲିଯାତ୍ରାକୁ ନେଇ ହୁଏ ବ୍ୟାପକ ଚର୍ଚ୍ଚା: ଭର୍ତ୍ତୃହରି ମହତାବ
·8 months ago·2 min read

Key Points
କଟକ ସାଂସଦ କହିଛନ୍ତି, "ବାଲିଯାତ୍ରା ଇତିହାସ ପ୍ରସିଦ୍ଧ । କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତ ବର୍ଷରେ... ବିଦେଶରେ ମଧ୍ୟ ବାଲିଯାତ୍ରାକୁ ନେଇ ଚର୍ଚ୍ଚା ହୁଏ ।
କଟକ: ଐତିହାସିକ କଟକ ବାଲିଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କଟକ ସାଂସଦ କହିଛନ୍ତି, "ବାଲିଯାତ୍ରା ଇତିହାସ ପ୍ରସିଦ୍ଧ । କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତ ବର୍ଷରେ... ବିଦେଶରେ ମଧ୍ୟ ବାଲିଯାତ୍ରାକୁ ନେଇ ଚର୍ଚ୍ଚା ହୁଏ । ଆସନ୍ତା ୫ ତାରିଖରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ । ବାଲିଯାତ୍ରାକୁ ସମସ୍ତ ଭଲ ଭାବେ ଉପଭୋଗ କରନ୍ତୁ ।"
ଲୋକେ ପରିବାର ସହ ବାଲିଯାତ୍ରା ବୁଲିବାକୁ ଆସିବା ଲାଗି ଆମନ୍ତ୍ରଣ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କହିଛନ୍ତି, "ଶୃଙ୍ଖଳିତ ଯାତ୍ରା ଭାବେ ବାଲିଯାତ୍ରା ସବୁବେଳେ ପ୍ରସିଦ୍ଧି ଲାଭ କରିଛି । ପ୍ରଶାସନ, ରାଜ୍ୟ ସରକାର ଓ କଟକବାସୀଙ୍କ ପକ୍ଷରୁ ସମସ୍ତଙ୍କୁ ମୁଁ ବାଲିଯାତ୍ରାକୁ ଆମନ୍ତ୍ରଣ କରୁଛି ।"
ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା
ବାଲିଯାତ୍ରାର ସହଯୋଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆ ସ୍ଥାନ ପାଇବା ନେଇ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି ମହତାବ । କହିଛନ୍ତି, "ଇଣ୍ଡୋନେସିଆ ଏକ ରାଷ୍ଟ୍ର ଭାବେ ଭାରତ ସହ ନୌବାଣିଜ୍ୟ କ୍ଷେତ୍ରରେ ସହଯୋଗ କରି ଆସୁଛି । ଭାରତ ମହାସାଗରରେ ବାଣିଜ୍ୟ କାରବାରରେ ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୁର ଆଦି ସମାନ ।"
ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ଵର ଆସିଥିଲେ । ଏଥର ଇଣ୍ଡୋନେସିଆକୁ ଏକ ପରୀକ୍ଷଣ କରାଯାଉଛି । ଆଗକୁ ଦକ୍ଷିଣ ପୂର୍ବ ଏସିଆର ପ୍ରତିନିଧି ମାନେ ଆସିବେ, ବାଲିଯାତ୍ରାରେ ଅଂଶଗ୍ରହଣ କରିବେ । ଗତବର୍ଷ ବାଲିଯାତ୍ରାରେ ଅନେକ ଦେଶର ରାଷ୍ଟ୍ରଦୂତଙ୍କୁ ଆମନ୍ତ୍ରଣ କରିଥିଲୁ । ଚଳିତଥର ମଧ୍ୟ ସମ ପରିମାଣରେ ବାଲିଯାତ୍ରାରେ ନୂଆ ଝଲକ ଦେଖିବାକୁ ମିଳିବ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ ।
କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପସରା ତା' ସହ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ମିଳିଥାଏ । ଦକ୍ଷିଣପୂର୍ବ ଏସିଆର ଏହି ବୃହତ ବାଣିଜ୍ୟିକ ମେଳାରେ ଆପଣଙ୍କ ନିକଟରେ ଅର୍ଗସ ନ୍ୟୁଜ୍ ପହଞ୍ଚାଇବ ଐତିହାସିକ କଟକ ବାଲିଯାତ୍ରାର ସବୁ ଅପଡେଟ୍ । ଖାଦ୍ୟରୁ ନେଇ ପୋଷାକ, ହାତ ତିଆରି ଉପକରଣରୁ ନେଇ ଘର କରଣା ସାମଗ୍ରୀ ସବୁକିଛି ଆପଣ ପାଇବେ ଅର୍ଗସ ନ୍ୟୁଜ୍ରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories