Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Baliyatra

Historic Baliyatra Cuttack / ବାଲିଯାତ୍ରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବାଲିଯାତ୍ରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା

Key Points

ବାଲିଯାତ୍ରା ପଡ଼ିଆରେ ୧୬୦୦ରୁ ଅଧିକ ଷ୍ଟଲ ପଡ଼ୁଥିବା ବେଳେ ସେଥିରୁ ଅଧିକାଂଶ ହେଉଛି ଖାଦ୍ୟ ଷ୍ଟଲ । ପରିବେଶ ସୁରକ୍ଷାକୁ ବାଲିଯାତ୍ରାରେ ପ୍ରଶାସନ ଗୁରୁତ୍ଵ ଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଛି ।
କଟକ: ଐତିହାସିକ କଟକ ବାଲିଯାତ୍ରାରେ ପଡ଼ିବ ଭଳିକି ଭଳି ଖାଦ୍ୟର ପସରା । ଦହିବରାରୁ ନେଇ ଠୁଙ୍କା ପୁରୀ, ମାଛ ଆମ୍ବିଳରୁ ନେଇ ଫାଷ୍ଟଫୁଡ୍‌ । ଏସବୁ ଖାଇବାକୁ ଲାଗିବ ଲୋକଙ୍କ ଗହଳି । ବାଲିଯାତ୍ରାରେ ଭଳିକି ଭଳି ସୁସ୍ଵାଦୁ ଖାଦ୍ୟ ଷ୍ଟଲର ଭିଡ଼ ଭିତରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ ଦେଇଛି କଟକ ଜିଲ୍ଲା ପ୍ରଶାସନ ।

ଚଳିତବର୍ଷ ତଳ ସହ ଉପର ବାଲିଯାତ୍ରା ପଡ଼ିଆରେ ଷ୍ଟଲ ପଡ଼ୁଛି । ୧୬୦୦ରୁ ଅଧିକ ଷ୍ଟଲ ପଡ଼ୁଥିବା ବେଳେ ସେଥିରୁ ଅଧିକାଂଶ ହେଉଛି ଖାଦ୍ୟ ଷ୍ଟଲ । ପରିବେଶ ସୁରକ୍ଷାକୁ ବାଲିଯାତ୍ରାରେ ପ୍ରଶାସନ ଗୁରୁତ୍ଵ ଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଛି । ଅର୍ଥାତ ବାଲିଯାତ୍ରାରେ ଆପଣ ଯାହା ବି ଖାଆନ୍ତୁ କିନ୍ତୁ ଆପଣ ଖାଉଥିବା ପାତ୍ରଟି ପ୍ଲାଷ୍ଟିକ ହୋଇ ନଥିବ ।

ଐତିହାସିକ କଟକ ବାଲିଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଛି । ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଛି କଟକ ଜିଲ୍ଲା ପ୍ରଶାସନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏ ନିଷ୍ପତ୍ତି ନେଇଛି । ଏନେଇ ପ୍ରଶାସନ ଜାରି କରିଛି ନିର୍ଦ୍ଦେଶନାମା ।

ପଲିଥିନ ମନା


ବାଲିଯାତ୍ରାରେ ପଲିଥିନ ବ୍ୟାଗ, ଏକକ ବ୍ୟବହୃତ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଚାମଚ, ଷ୍ଟ୍ର ସହ ଥର୍ମକୁଲରୁ ତିଆରି ଅନ୍ୟ ସାମଗ୍ରୀ ବ୍ୟବହାର ବାରଣ କରାଯାଇଛି ।

ପରିବେଶ ଉପଯୋଗୀ ସାମଗ୍ରୀକୁ ଗୁରୁତ୍ଵ

ସମସ୍ତ ଷ୍ଟଲ ମାଟିରେ ମିଶି ଯାଉଥିବା କପ୍, ପ୍ଲେଟ୍ ଏବଂ ଖାଦ୍ୟ କଣ୍ଟେନର ବ୍ୟବହାର କରିବେ ।

ଡଷ୍ଟବିନ୍ ବ୍ୟବହାର

ବାଲିଯାତ୍ରା ପଡ଼ିଆରେ ପ୍ରତ୍ୟେକଟି ଷ୍ଟଲ ୨ଟି ଭିନ୍ନ ଭିନ୍ନ ଡଷ୍ଟବିନ ରଖିବେ । ଗୋଟିଏରେ ଓଦା ଓ ଅନ୍ୟଟିରେ ଶୁଖିଲା ବର୍ଜ୍ୟବସ୍ତୁ ପକାଇବେ । ଏବଂ ଡଷ୍ଟବିନରେ ପଡ଼ିଥିବା ଆବର୍ଜନାକୁ ନିର୍ଦ୍ଧାରିତ ଆଦାୟ କେନ୍ଦ୍ରରେ ଦେବେ ।

ଷ୍ଟଲ୍ ଚାରିପାଖ ସଫା ରଖିବା

ଷ୍ଟଲର ଚାରିପାଖ କିଭଳି ସଫାସୁତୁରା ରହିବ ସେଥିପ୍ରତି ଷ୍ଟଲ ନେଇଥିବା ବ୍ୟକ୍ତି ଓ ସଂସ୍ଥା ବିଶେଷ ଧ୍ୟାନ ଦେବେ ।

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ନ ମାନିଲେ ଷ୍ଟଲର ଲାଇସେନ୍ସ ବାତିଲ୍ କରାଯାଇପାରେ । ଏଥିସହ ପରିବେଶ ପ୍ରଦୂଷଣ ଏବଂ ମହାନଗର ନିଗମ ନିୟମ ଅନୁସାରେ ଜରିମାନା ବି ଦେବାକୁ ହେବ ।

ଆସନ୍ତୁ ଐତିହାସିକ କଟକ ବାଲିଯାତ୍ରା-୨୦୨୫କୁ ସ୍ଵଚ୍ଛ, ସବୁଜ ଓ ପରିବେଶ ଉପଯୋଗୀ ଉତ୍ସବ ଭାବେ ପାଳନ କରି ଓଡ଼ିଶାର ଐତିହ୍ୟକୁ ଋଦ୍ଧିମନ୍ତ କରିବା ।

ରାତି ୧୧ ପରେ ମାଇକ୍ ମନା

କଟକ ଐତିହାସିକ ବାଲିଯାତ୍ରାରେ ରାତି ୧୧ ପର୍ଯ୍ୟନ୍ତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ରାତି ୧୧ଟା ପର୍ଯ୍ୟନ୍ତ ବାଜି ପାରିବ ମାଇକ୍ । ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ପାଇଁ ଏହି ନିୟମ ଲାଗୁ ହେବ । ନଭେମ୍ବର ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

ଆହୁରି ପଢ଼ନ୍ତୁ: ୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Eco-Friendly Cuttack Baliyatra 2025: Ban on Single-Use Plastic, Strict Cleanliness Rules | Argus News | Argus News