Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Key Points
କଟକ: ଚଳଚଞ୍ଚଳ ବାଲିଯାତ୍ରା ପଡ଼ିଆ, ଗଡ଼ଗାଡ଼ିଆ ଘାଟରେ ଲାଗିଲା ଡଙ୍ଗା । ଆରମ୍ଭ ହେଲା ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିଛନ୍ତି । ନଉକାରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ତରଙ୍ଗିଣୀ ବୋଇତରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଥିଲେ । ପ୍ରଥମେ ଓରମାସ, ଏହା ପରେ କଟକ ଇନ୍ କଟକ ଆଉ ତା'ପରେ ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ।
ବାଲିଯାତ୍ରାର ଶୁଭ ଉଦ୍ଘାଟନ ସହ ପ୍ରଥମ ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଛି । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।
ଏହି ଅବସରରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍. କୃଷ୍ଣମୂର୍ତ୍ତି ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଅଛନ୍ତି । ଗଣକବି ବୈଷ୍ଣବ ପାଣି ମଞ୍ଚରେ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଉଦ୍ଘାଟନୀ ଉତ୍ସବ ଚାଲିବ ।
ଏଥିସହ ପଢ଼ନ୍ତୁ: ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ
ଏହାପରେ ରାତି ୯ଟାରୁ ୯ଟା ୪୫ ପର୍ଯ୍ୟନ୍ତ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ଦେଖିବାକୁ ପାଇବେ ଦର୍ଶକ । ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ଏବଂ କଟକ ସୂର ମନ୍ଦିରର ମୀରା ଦାସ ଓ ଜ୍ୟୋସ୍ନାରାଣୀ ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ।
ଏହା ପରେ ପରେ ରାତି ୯ଟା ୪୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ମୋହିବ ଇଣ୍ଡୋନେସିଆ ନୃତ୍ୟ । ଇଣ୍ଡୋନେସିଆର ଏର୍ଣ୍ଣି ୱାହୟୁନି ପରିବେଷଣ କରିବେ ବଲବାନ ଆଣ୍ଡ ଦ ବାଟଉନ ଏଥନି ଫ୍ୟୁଜନ୍ ବ୍ୟାଣ୍ଡ୍ । ତା'ପରେ ରାତି ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପୁରୀର ଫେଟ୍ ଫାଇଟର ମଲଖମ୍ବ ଟ୍ରଷ୍ଟ, ପୁରୀ ପକ୍ଷରୁ ଜ୍ଞାନ ରଞ୍ଜନ ମହାନ୍ତି 'ମଲଖମ୍ବ' ନୃତ୍ୟ ପରିବେଷଣ ହେବ ।
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଅଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...
ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି ।
ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ସଚିବ ଅନୁ ଗର୍ଗ, ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଗୁହା ପୁନମ୍ ତାପସ କୁମାରଙ୍କୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆଠ ଦିନ ଧରି ଚାଲିବ । ନଭେମ୍ବର ୧୨ରେ ସରିବ ଐତିହାସିକ ବାଲିଯାତ୍ରା କଟକ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆକୁ ମିଶାଇ ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।
📱 Get Argus News App
✨Related Topics
Explore more stories