|
logo
Live
Argus News App
GET APP

Argus News - ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

Baliyatra

Historic Baliyatra Cuttack / ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

Swoyang prajna Mishra
Browse all articles by Swoyang prajna Mishra
·4 months ago·3 min read
ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ

Key Points

କେମିତି ପହଞ୍ଚିବେ ବାଲିଯାତ୍ରା ପଡିଆରେ ?
କେଉଁ ରାସ୍ତାରେ ସୁବିଧାରେ ଆସିବେ, କେଉଁଠି କରିବେ ପାର୍କିଂ ?
ଜାଣିରଖନ୍ତୁ ପୋଲିସ ପ୍ରଶାସନ ପକ୍ଷରୁ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା
ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ସଜେଇ ହେଲାଣି ସାଂସ୍କୃତିକ ମଞ୍ଚ । ଜନଗହଳିରେ ପ୍ରକମ୍ପିତ ହେବ ପୁରା ପଡିଆ । ଆଉ ସେଇ ଜନଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ପରିଚାଳନା ପାଇଁ ବଡ ଧରଣର ପ୍ରସ୍ତୁତି କରାଯାଇଛି । ଆଜିଠାରୁ ନେଇ ୧୨ ତାରିଖ ଯାଏଁ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଟକଣା ଲଗାଯାଇଛି । ଏହି ଦିନଗୁଡିକରେ ଅପରାହ୍ନ ୨ରୁ ଭିଡ ଭାଙ୍ଗିବା ଯାଏଁ କଟକଣା ଲାଗି ରହିବ । କିନ୍ତୁ ଆମ୍ବଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉପଯୋଗୀ ସେବା ରେ ନିୟୋଜିତ ଯାନଗୁଡ଼ିକ ନିମନ୍ତେ ଲାଗୁ ହେବ ନାହିଁ । ତେବେ ଆପଣ ମଧ୍ୟ ଯଦି ବାଲିଯାତ୍ରା ବୁଲିଯିବାକୁ ଚାହୁଁଛନ୍ତି, ତେବେ କିପରି ସୁରୁଖୁରୁରେ ବାଲିଯାତ୍ରା ପଡିଆରେ ପହଞ୍ଚିପାରିବେ, ତାର ସମ୍ପୁର୍ଣ୍ଣ ବିବରଣୀ ଜାଣିରଖନ୍ତୁ ।

କେମିତି ପହଞ୍ଚିବେ ବାଲିଯାତ୍ରା ପଡିଆରେ ?

-ଭୁବନେଶ୍ବରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ ଆସୁଥ‌ିବା ହାଲୁକା ଯାନଗୁଡ଼ିକ ନେତାଜୀ ସେତୁ ଦେଇ ବେଲଭ୍ୟୁ ଛକ (ନ୍ୟାୟିକ ଏକାଡେମୀ)ଠାରୁ ବାମ ମୋଡ଼ ନେଇ ସିଡିଏ -୧୧ ଦେଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବେ । ପରେ ଭୂଆସୁଣୀ ଗ୍ରାଉଣ୍ଡ କିମ୍ବା କୃଷକ ବଜାର ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କିଂ କରିବେ । ସେଠାରୁ ସଟଲ୍ ବସ୍ ସେବା ମାଧ୍ୟମରେ ବାଲିଯାତ୍ରା ଗ୍ରାଉଣ୍ଡରେ ପହଞ୍ଚିପାରିବେ ।

-ଆଠଗଡ଼ ଏବଂ ବାଙ୍କୀ ପାର୍ଶ୍ବରୁ ନରାଜ ସେତୁ ଏବଂ ମଧୁସୂଦନ ସେତୁ ଦେଇ ଆସୁଥ‌ିବା ହାଲୁକା ଯାନଗୁଡ଼ିକ ଭୂଆସୁଣୀ ଗ୍ରାଉଣ୍ଡ, ଗୋରାକବର ଗ୍ରାଉଣ୍ଡ କିମ୍ବା ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡରେ ସେମାନଙ୍କର ଯାନ ପାର୍କ କରିପାରିବେ ଏବଂ ସଟଲ୍ ବସ୍ ସେବା ମାଧ୍ୟମରେ ବାଲିଯାତ୍ରା ଗ୍ରାଉଣ୍ଡରେ ପହଞ୍ଚିପାରିବେ।

-ସତୀଚୌରା ଛକରୁ ସେଲଟର ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥ‌ିବା ଦୁଇ ଚକିଆ ଯାନଗୁଡ଼ିକ ଦୟାଶ୍ରମ ପାର୍କିଂ ଗ୍ରାଉଣ୍ଡ କିମ୍ବା ଉପର ବାଲିଯାତ୍ରା ପଡ଼ିଆ (ଜୋନ୍- ୧ ଏବଂ ୨) ରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ସେମାନଙ୍କର ଯାନଗୁଡ଼ିକୁ ପାର୍କିଂ କରିପାରିବେ ।

-ଚଣ୍ଡି ଛକରୁ କେମ୍ବ୍ରିଜ୍ ସ୍କୁଲ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ କୌଣସି ଚାରି ଚକିଆ କିମ୍ବା ତିନି ଚକିଆ ଯାନକୁ ଯିବାକୁ ଦିଆଯିବ ନାହିଁ। ଏହି ଯାନଗୁଡ଼ିକ କନିକା ଛକ ଏବଂ ବିଜୁ ପଟ୍ଟନାୟକ ଛକ ଦେଇ ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପାର୍କିଂ ଗ୍ରାଉଣ୍ଡରେ ପାର୍କିଂ କରିବେ । କିନ୍ତୁ, କେବଳ ଦୁଇଚକିଆ ଯାନଗୁଡ଼ିକୁ ଚଣ୍ଡି ଛକରୁ କେମ୍ବ୍ରିଜ ସ୍କୁଲ ଦେଇ ବାଲିଯାତ୍ରା ପଡ଼ିଆକୁ ଯିବା ନିମନ୍ତେ ଅନୁମତି ଦିଆଯିବ।

-ଯୋବ୍ରା ଛକ ଏବଂ ମାତାମଠ ଛକରୁ ବାଲିଯାତ୍ରା ପଡ଼ିଆକୁ ଆସୁଥ‌ିବା ଯାନବାହନଗୁଡ଼ିକୁ ମୁଖ୍ୟ ବିଚାରପତିଙ୍କ ବାସଭବନର ବିପରୀତ ପାର୍ଶ୍ଵରେ ଥ‌ିବା ଅବରୋଧ ସ୍ଥାନ ପର୍ଯ୍ୟନ୍ତ ଅନୁମତି ଦିଆଯିବ। ସେମାନେ ମୁଖ୍ୟ ବିଚାରପତିଙ୍କ ବାସଭବନ ନିକଟରେ ଅବରୋଧ ସ୍ଥାନରୁ ଡାହାଣ ମୋଡ଼ ନେବା ପରେ ବାଲିଯାତ୍ରା ପଡିଆ ପାର୍କିଂର ୧, ୨, ୩, ୪ ରେ ଯାନବାହନ ପାର୍କିଂ କରିବେ ।

ଅଧିକ ପଢନ୍ତୁ : ବାଲିଯାତ୍ରାର ତଳ ପଡିଆରେ ଧ୍ୟାନ ଆକର୍ଷଣ କରିବ ORMASର ଷ୍ଟଲ୍

ପାର୍କିଂ ସ୍ଥଳ
୧- କୃଷକ ବଜାର ପଡ଼ିଆ ପାର୍କିଂ ବିଡ଼ାନାସୀ
୨- ଭୁଆସୁଣୀ ପଡିଆ
୩- ଗୋରାକବର ପଡିଆ (ଦୁଇ ଚକିଆ ଏବଂ ଚାରି ଚକିଆ )
୪- ଆନନ୍ଦଭବନ ପାଖ ଖ୍ରୀଷ୍ଟିଆନ୍ ପଡିଆ (ଦୁଇ ଚକିଆ ଏବଂ ଚାରି ଚକିଆ)
୫- ଦୟାଶ୍ରମ ସାମ୍ନା ପଡିଆ
୬- ମୁଖ୍ୟ ବିଚାରପତି ଙ୍କ ବାସଭବନ ସାମ୍ନା (ସିଲଭର ସିଟି ବୋଟିଂ କ୍ଲବ-୧,୨,୩ ଏବଂ ୪)
୭- ମାତାମଠ ପାର୍କିଂ ପଡିଆ
୮- ବୋଷ ଇଞ୍ଜିନିୟରିଂ କଲେଜ ପାଖ ପାର୍କିଂ ପଡିଆ
୯- ହାଡିଆ ପଠା ପାର୍କିଂ
୧୦- ଉପର ବାଲିଯାତ୍ରା ପଡ଼ିଆ ଜୋନ୍‌ ୧ ଏବଂ ୨(ଦୁଇଚକିଆ ଯାନ)

ଟ୍ରାଫିକ ସମସ୍ୟା ଏଡାଇବା ନିମନ୍ତେ କମିଶନରେଟ୍ ପୋଲିସ, ଭୁବନେଶ୍ୱର ଏବଂ କଟକ ସର୍ବସାଧାରଣ ପରିବହନ ସେବା ବ୍ୟବହାର କରିବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Historic Baliyatra Cuttack: ଐତିହାସିକ କଟକ ବାଲିଯାତ୍ରା, କେମିତି ସୁରୁଖୁରୁରେ ପହଞ୍ଚିବେ ପଡିଆରେ, ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ | Argus News