Historic Baliyatra Cuttack / ୧୦ ଜିଲ୍ଲାରେ ବୁଲିବ ବାଲିଯାତ୍ରାର ପ୍ରଜ୍ଞାପନ ମେଢ଼, ସଚେତନ କରିବା ସହ ଦେବ ନିମନ୍ତ୍ରଣ
·8 months ago·2 min read

Key Points
ଶନିବାର ବାଲିଯାତ୍ରା ପ୍ରଜ୍ଞାପନ ମେଢ଼ କଟକରୁ ଗଡ଼ିଛି । ଏହି ଅବସରରେ ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ଇତିହାସକୁ ମନେ ପକାଇ ସଜେଇ ହୋଇଥିଲେ ସାଧବ ଓ ସାଧବାଣୀ ।
କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଣ୍ଟା ଚାଲିଛି ନମନ୍ତ୍ରଣ ପତ୍ର । ବାଲିଯାତ୍ରା ନେଇ ଲୋକଙ୍କୁ ସଚେତନ କରାଇବା ସହ ନିମନ୍ତ୍ରଣ କରିବାକୁ ବାହାରିଛି ସ୍ଵତନ୍ତ୍ର ରଥ ତଥା ପ୍ରଜ୍ଞାପନ ମେଢ଼ । ପତାକା ଦେଖାଇ ବାଲିଯାତ୍ରା ରଥର ଶୁଭାରମ୍ଭ କରିଛନ୍ତି କଟକ ଜିଲ୍ଲାପାଳ ।
ଏହି ଅବସରରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, "ପ୍ରତିବର୍ଷ ଭଳି ଏଥରକ ବି ବାଲିଯାତ୍ରା ରଥ ବାହାରିଛି । କଟକ ପାଖାପାଖି ଥିବା ୧୦ ଉପକୂଳ ଜିଲ୍ଲାରେ ଏହି ରଥ ବୁଲିବ । ଲୋକଙ୍କୁ ବାଲିଯାତ୍ରା ସମ୍ପର୍କରେ ସଚେତନ କରାଇବା ସହ ଆସିବା ଲାଗି ନିମନ୍ତ୍ରଣ କରିବ । ଆଜିଠୁ ୫ ଦିନ ଧରି ବାଲିଯାତ୍ରା ରଥ ଜିଲ୍ଲାକୁ ଜିଲ୍ଲା ବୁଲିବ ।"
ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ପାଇଁ ଏଥର ସ୍ୱତନ୍ତ୍ର ସଂଗୀତ 'ଆମ ଐତିହାସିକ ବାଲିଯାତ୍ରା'
ଗଡ଼ଗଡ଼ିଆ ଘାଟର ୬୦ ଏକର ଜାଗାରେ ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଆୟୋଜିତ ହେଉଛି । ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ଚାଲିବ ବାଲିଯାତ୍ରା । ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରା ପାଇଁ ଶନିବାର ଥିମ୍ ସଙ୍ଗ ଉନ୍ମୋଚନ କରାଯାଇଛି ।
ଶନିବାର ବାଲିଯାତ୍ରା ପ୍ରଜ୍ଞାପନ ମେଢ଼ କଟକରୁ ଗଡ଼ିଛି । ଏହି ଅବସରରେ ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ଇତିହାସକୁ ମନେ ପକାଇ ସଜେଇ ହୋଇଥିଲେ ସାଧବ ଓ ସାଧବାଣୀ । ପୂଜା ଅର୍ଚ୍ଚନା ପରେ ପାରମ୍ପରିକ ବୋଇତରେ ବସି କଟକ ଆଖପାଖ ଜିଲ୍ଲା ଭ୍ରମଣ କରିବ ବାଲିଯାତ୍ରା ରଥ ।
ବାଲିଯାତ୍ରା ତଳ ପଡ଼ିଆରେ ବାଲିଯାତ୍ରା ପ୍ରଜ୍ଞାପନ ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ଐତିହାସିକ ବାଲିଯାତ୍ରାର ତାରିଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ଏହି ରଥ । ପାରମ୍ପରିକ ବୋଇତ ସଦୃଶ ଏହି ରଥ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ଜିଲ୍ଲା ପରିକ୍ରମା କରିବ । ଐତିହାସିକ କଟକ ବାଲିଯାତ୍ରାର ଗୌରବମୟ ଇତିହାସ ଓ ନୌବାଣିଜ୍ୟ ପରମ୍ପରାର ବାର୍ତ୍ତା ବାଣ୍ଟିବ ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...
ବାଲିଯାତ୍ରା ପାଇଁ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ସମ୍ପର୍କିତ ଏକ ଗୀତ ଉନ୍ମୋଚନ ହୋଇଛି । ଯାହାର ଶୁଭ ଉନ୍ମୋଚନ କରିଛନ୍ତି କଟକ ଜିଲ୍ଲାପାଳ । ଓଡ଼ିଶାର ପୁରାତନ ନୌବାଣିଜ୍ୟ ପରମ୍ପରା, ଗୌରବମୟ ଇତିହାସ ଓ ସାଂସ୍କୃତିକ ମହିମାକୁ ଏହି ଗୀତରେ ସ୍ଥାନିତ କରାଯାଇଛି ।
ଗୀତଟିର ରଚନା ସହ କଣ୍ଠଦାନ କରିଛନ୍ତି କଟକ କମିସନରେଟ ପୋଲିସର ଏସିପି କୃଷ୍ଣଚନ୍ଦ୍ର ସେଠୀ । ଏସିପି ସତ୍ୟଜିତ ଦାସ ଓ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ମଧ୍ୟ କଣ୍ଠଦାନ କରିଛନ୍ତି । ଏହି ଗୀତକୁ ସଜେଇଛନ୍ତି ଏସିପି ଅମିତାଭ ମହାପାତ୍ର । ଏହି ଗୀତ ମାଧ୍ୟମରେ ଓଡ଼ିଶାବାସୀ ପରମ୍ପରା ସହିତ ନବ ସ୍ପର୍ଶ ଅନୁଭବ କରି ପାରିବେ ବୋଲି କହିଛନ୍ତି କଣ୍ଠଶିଳ୍ପୀ ଏସିପି କୃଷ୍ଣଚନ୍ଦ୍ର ସେଠୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories