Videos
|
Baliyatra

Historic Baliyatra Cuttack / ବାରବାଟୀ ଦୁର୍ଗ ନିକଟରେ ବାଲିଯାତ୍ରା ପଥ ଉତ୍ସବ, ମତୁଆଲା ହେଲେ କଟକିଆ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବାରବାଟୀ ଦୁର୍ଗ ନିକଟରେ ବାଲିଯାତ୍ରା ପଥ ଉତ୍ସବ, ମତୁଆଲା ହେଲେ କଟକିଆ

Key Points

ବାରବାଟୀ କଟକ ଦୁର୍ଗ ନିକଟରେ ରବିବାର ଆୟୋଜିତ ହୋଇଛି ବାଲିଯାତ୍ରା ପଥ ଉତ୍ସବ । ଯେଉଁଥିରେ ନାଚଗୀତରୁ ନେଇ ମୁରୁଜ ପ୍ରତିଯୋଗୀତା ଆଦି ଆୟୋଜିତ ହୋଇଛି ।
କଟକ: ବାଲିଯାତ୍ରା ଆରମ୍ଭ ପୂର୍ବରୁ ଝୁମୁଛି କଟକ । ବାଲିଯାତ୍ରା ପଥ ଉତ୍ସବ କଟକିଆଙ୍କୁ ପ୍ରଫୁଲ୍ଲିତ କରିଛି । ବାରବାଟୀ କଟକ ଦୁର୍ଗ ନିକଟରେ ରବିବାର ଆୟୋଜିତ ହୋଇଛି ବାଲିଯାତ୍ରା ପଥ ଉତ୍ସବ । ଯେଉଁଥିରେ ନାଚଗୀତରୁ ନେଇ ମୁରୁଜ ପ୍ରତିଯୋଗୀତା ଆଦି ଆୟୋଜିତ ହୋଇଛି ।

ବାଲିଯାତ୍ରାର ଠିକ୍ ପୂର୍ବରୁ ପଥ ଉତ୍ସବ ଆୟୋଜନର ଉଦ୍ଦେଶ୍ୟ ବାଲିଯାତ୍ରାର ପ୍ରଚାର ପ୍ରସାର ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଜିଲ୍ଲାପାଳ କହିଛନ୍ତି, "ଲୋକେ ଐତିହାସିକ କଟକ ବାଲିଯାତ୍ରାକୁ ଆସନ୍ତୁ, ମଜ୍ଜା ନିଅନ୍ତୁ । ଏହି ଅବସରରେ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।"


ଚଳିତଥର ବାଲିଯାତ୍ରାରେ ଲେଜର ଲାଇଟ୍ ଶୋ ଦେଖିବାକୁ ମିଳିବ । ଏଥର ୩ ଦିନ ହେବ ଲେଜର ଶୋ । ବାଲିଯାତ୍ରା ପଡ଼ିଆରେ ହେବ ଏକ୍ସପିରିଏନ୍ସ ଜୋନ୍ । ଯେଉଁଥିରେ ଥିଏଟର୍ ମଧ୍ୟ ରହିବ । ଥ୍ରୀଡିରେ କଟକର ଐତିହ୍ୟ ଦେଖିବାକୁ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ପରିବେଶ ସୁରକ୍ଷାକୁ ଗୁରୁତ୍ଵ, ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା

ବାଲିଯାତ୍ରାରେ ଡ୍ରୋନ୍ ଶୋ ହେବ ନାହିଁ । କଟକ ଇନ୍ କଟକରେ ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟକୁ ଗୁରୁତ୍ଵ ଦିଆଯାଇଛି । ପ୍ରଶାସନ ପକ୍ଷରୁ ବାଲିଯାତ୍ରାରେ ପିଲାଙ୍କୁ ପାଖାପାଖି ଏକ ଲକ୍ଷ ବହି ବାଣ୍ଟିବ ପ୍ରଶାସନ । ବାଲିଯାତ୍ରାକୁ ଅଧିକ ଲୋକ ଆଦୃତ ଓ ପ୍ରଚାର ପ୍ରସାର ପାଇଁ ପଥ ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ସିଏମସି କମିଶନର କିରଣଦୀପ କୌର ସହୋତା, ଡେପୁଟି ମେୟର, ଅତିରିକ୍ତ ଜିଲ୍ଲାପାଳ ଏବଂ ବହୁ ସିନେ କଳାକାର ପଥ ଉତ୍ସବରେ ସାମିଲ୍ ହୋଇଥିଲେ ।

ପଥ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଲିଉଡ୍ କଳାକାରଙ୍କ ସହ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଥିଲେ ଜନତା । ରାଜସ୍ଥାନୀର ଲୋକ ନୃତ୍ୟ ସହ ବାରବାଟି ୟୋଗା ଆସୋସିଏସନ୍ ପକ୍ଷରୁ ଯୋଗ, ସୋନା ଏରୋବିକ୍ସର ମହିଳା ମାନେ ଜୁମ୍ବା ଡ୍ୟାନ୍ସ କରିଥିଲେ । ପିଲାମାନଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ସ୍ପୋର୍ଟ୍ସ ବାଇକ୍‌ ରାଲି ହୋଇଥିଲା ।

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ ।

କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପସରା ତା' ସହ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ମିଳିଥାଏ । ଦକ୍ଷିଣପୂର୍ବ ଏସିଆର ଏହି ବୃହତ ବାଣିଜ୍ୟିକ ମେଳାରେ ଆପଣଙ୍କ ନିକଟରେ ଅର୍ଗସ ନ୍ୟୁଜ୍ ପହଞ୍ଚାଇବ ଐତିହାସିକ କଟକ ବାଲିଯାତ୍ରାର ସବୁ ଅପଡେଟ୍ । ଖାଦ୍ୟରୁ ନେଇ ପୋଷାକ, ହାତ ତିଆରି ଉପକରଣରୁ ନେଇ ଘର କରଣା ସାମଗ୍ରୀ ସବୁକିଛି ଆପଣ ପାଇବେ ଅର୍ଗସ ନ୍ୟୁଜ୍‌ରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories