Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

Baliyatra

Historic Baliyatra Cuttack / ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

Sushanta Sahoo
Browse all articles by Sushanta Sahoo
·7 months ago·3 min read
ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

Key Points

ଇଣ୍ଡୋନେସିଆର ବାଲି ଦ୍ୱୀପରେ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ଯେଉଁଠି ପ୍ରାଚୀନ କଳିଙ୍ଗ ଓ ଜଗନ୍ନାଥ ସଂସ୍କୃତିକୁ ବାଦ୍ ଦେଇ ନିଜ ଦେଶର ପରମ୍ପରା ଲେଖି ହୁଏନା । ସେଥିପାଇଁ ସମଗ୍ର ଇଣ୍ଡୋନେସିଆରେ ୨୧ଟି ଜଗନ୍ନାଥ ମନ୍ଦିର ଅଛି ।
ଭୁବନେଶ୍ଵର: "ବର୍ଷାନାଂ ଭାରତଃ ଶ୍ରେଷ୍ଠ । ଦେଶନାମ୍ ଉତ୍କଳ ଶୃତଃ । ଉତ୍କଳସ୍ୟ ସମୋଦେଶଃ ଦେଶ ନାସ୍ତି ମହୀତଳେ ।" ଅର୍ଥାତ୍ ଉତ୍କଳ ପରି ପ୍ରଦେଶ ସମଗ୍ର ସୃଷ୍ଟିରେ ହିଁ ନାହିଁ । କେବଳ ଭାରତରେ ନୁହେଁ ଉତ୍କଳର ସୁପତ୍ର ହିନ୍ଦୁ ଧର୍ମ, ସଂସ୍କୃତି, ପରମ୍ପରା ଏବଂ ସର୍ବୋପରି ଆମ ମହାପ୍ରଭୁଙ୍କ ନାଁ ବିଶ୍ୱ ବିଦିତ ପ୍ରଚାର କରାଇଛନ୍ତି ।

ଇଣ୍ଡୋନେସିଆ ସମେତ ଅନେକ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଓ ଆଫ୍ରିକା ଉପକୂଳର ଭାରତ ମହାସାଗରୀୟ ଦ୍ଵୀପ ରାଷ୍ଟ୍ର ଯେମିତିକି ମରିସସ, ମାଡାଗାସ୍କର, ସିଚେଲେଶ୍ ଇତ୍ୟାଦି ଦେଶରେ କଳିଙ୍ଗର ସାଧବମାନେ ପହଞ୍ଚାଇଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ । ଶ୍ରୀଜଗନ୍ନାଥ ଓଡ଼ିଶାର ସଂସ୍କୃତି ଏବଂ ଧର୍ମର ପ୍ରତୀକ । ସେ କେନ୍ଦ୍ର, ପୁଣି ଶକ୍ତି କେନ୍ଦ୍ର । ପର୍ବ ପର୍ବାଣୀ, ରୀତିନୀତି ଏବଂ ପରମ୍ପରା ସବୁରେ ସେଇ ମହାପ୍ରଭୁ । ଗୋଟିଏ ଶବ୍ଦରେ 'ଜଗନ୍ନାଥ' ଅର୍ଥ ହେଉଛି ଓଡ଼ିଆ, ଓଡ଼ିଆର ଆତ୍ମା । ଆଉ ଏହି ପ୍ରାଣକେନ୍ଦ୍ରକୁ ସମୁଦ୍ର ସେପାରେ ପହଞ୍ଚାଇଛନ୍ତି ସାଧବ ପୁଅ ।

ଇଣ୍ଡୋନେସିଆର ବାଲି ଦ୍ୱୀପରେ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ଯେଉଁଠି ପ୍ରାଚୀନ କଳିଙ୍ଗ ଓ ଜଗନ୍ନାଥ ସଂସ୍କୃତିକୁ ବାଦ୍ ଦେଇ ନିଜ ଦେଶର ପରମ୍ପରା ଲେଖି ହୁଏନା । ସେଥିପାଇଁ ସମଗ୍ର ଇଣ୍ଡୋନେସିଆରେ ୨୧ଟି ଜଗନ୍ନାଥ ମନ୍ଦିର ଅଛି । ଇଣ୍ଡୋନେସିଆର ବାଲି ଦ୍ୱୀପରେ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ଯେଉଁଠି ପ୍ରାଚୀନ କଳିଙ୍ଗ ଓ ଜଗନ୍ନାଥ ସଂସ୍କୃତିକୁ ବାଦ୍ ଦେଇ ନିଜ ଦେଶର ପରମ୍ପରା ଲେଖି ହୁଏନା । ସେଥିପାଇଁ ସମଗ୍ର ଇଣ୍ଡୋନେସିଆରେ ୨୧ଟି ଜଗନ୍ନାଥ ମନ୍ଦିର ଅଛି । ପ୍ରତ୍ନତତ୍ତ୍ଵବିତ୍ ସୁନୀଲ ପଟ୍ଟନାୟକଙ୍କ ମତରେ "ପ୍ରାଚୀନ କଳିଙ୍ଗର ବଣିକମାନଙ୍କର ସାମୁଦ୍ରିକ ବାଣିଜ୍ୟ କାର୍ଯ୍ୟକଳାପ କଳିଙ୍ଗର ସଂସ୍କୃତିକୁ ବିଶ୍ଵର ଅନ୍ୟାନ୍ୟ ସ୍ଥାନକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।"

ଏପରିକି ଚାଇନାର ରେକର୍ଡଗୁଡ଼ିକ ଇଣ୍ଡୋନେସିଆରେ ବିଶେଷ କରି ବାଲି ଏବଂ ଜାଭାଠାରେ ତୃତୀୟ-ଚତୁର୍ଥ ଶତାବ୍ଦୀ A.D.ରେ ଏକ ବିଶାଳ ହିନ୍ଦୁ ରାଜ୍ୟର ସ୍ଥିତି ସମ୍ପର୍କରେ ସୂଚନା ଦିଏ । ଏବେବି ସେଠାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ (ବାଲି ଦ୍ୱୀପର ବ୍ରାହ୍ମଣ ମାନଙ୍କୁ) "ବ୍ରାହ୍ମଣ ବୌଦ୍ଧ କଳିଙ୍ଗ" କୁହାଯାଏ । କୁହାଯାଏ ଯେ, କଳିଙ୍ଗର ରାଜା ସେଠାରେ ବସବାସ କରିବାକୁ ଜାଭାକୁ କୋଡ଼ିଏ ହଜାର ଓଡ଼ିଆ ପରିବାର ପଠାଇଥିଲେ । ବୌଦ୍ଧ ସାହିତ୍ୟ ଅନୁଯାୟୀ କଳିଙ୍ଗ ଏକ ସ୍ଵାଧୀନ ଦେଶ ଏବଂ ଏହାର ରାଜଧାନୀ ଦନ୍ତପୁର ନାମରେ ଜଣାଶୁଣା ଥିଲା । ପ୍ରତ୍ନତତ୍ତ୍ଵବିତ୍ ସୁନୀଲ ପଟ୍ଟନାୟକଙ୍କ ଅନୁସାରେ, "ତାଳପତ୍ର ପାଣ୍ଡୁଲିପି ଏବଂ ସାମୁଦ୍ରିକ ଅଭିଲେଖାଗାର ମାନଙ୍କରେ ସଂରକ୍ଷିତ ବିଭିନ୍ନ ପ୍ରମାଣ କୁହେ, କଳିଙ୍ଗ ସାଧବଙ୍କ ବିଦେଶ ବାଣିଜ୍ୟ ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୋଡ଼ିଥିଲା ସାଂସ୍କୃତିକ ସମ୍ପର୍କ ।"

ଏଥିସହ ପଢ଼ନ୍ତୁକଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

ଗବେଷକ ଓ ଐତିହାସିକ ମତ ଦିଅନ୍ତି ଯେ ଓଡ଼ିଶାର ସାଧବପୁଅ ମାନେ କେବଳ ବାଣିଜ୍ୟ କରୁନଥିଲେ ସାଂସ୍କୃତିକ ପ୍ରଚାର ମଧ୍ୟ କରୁଥିଲେ । ଏବେବି ଜାଭାରେ ରହିଛି କଳିଙ୍ଗ ବୌଦ୍ଧ ପାହାଡ଼ । ସେହିପରି ଶ୍ରୀଲଙ୍କାରେ ରହିଛି କଳିଙ୍ଗ ବନ । ଏମିତିକି ଶ୍ରୀଲଙ୍କାର ହାଟେଗଡ଼ ଥିଲା କଳିଙ୍ଗ ରାଜାଙ୍କ ରାଜଧାନୀ । କେବଳ ସେତିକି ନୁହେଁ ଐତିହଗର୍ଭା କଳିଙ୍ଗର ବାଲିଯାତ୍ରା, ଥାଇଲାଣ୍ଡର ଲୋଇକୁର୍ଥୁନରେ ମଧ୍ୟ ଖୁବ୍ ଧୁମଧାମରେ ପାଳିତ ହେଇ ଆସୁଛି । ଓଡ଼ିଶାରେ ୮ ଦିନିଆ ବାଲିଯାତ୍ରା ହେଉଥିବା ବେଳେ ଥାଇଲାଣ୍ଡରେ ତାହା ୭ ଦିନି ଧରି ପାଳନ କରନ୍ତି ଦେଶବାସୀ । ଯେଉଁଥିରୁ ଜଣାପଡ଼େ ସାଧବପୁଅଙ୍କ ବୋଇତ କେବଳ ବାଣିଜ୍ୟ କରୁନଥିଲା ବଂର ଉତ୍କଳର ସଂସ୍କୃତି, ସଭ୍ୟତା ଓ ମହାପ୍ରଭୁଙ୍କ ବାର୍ତ୍ତାବହ ଥିଲା ବୋଲି କୁହନ୍ତି ପ୍ରତ୍ନତତ୍ତ୍ଵବିତ୍ ସୁନୀଲ ପଟ୍ଟନାୟକ ।

ଇଣ୍ଡୋନେସିଆ ସାହିତ୍ୟରେ ରହିଛି କଳିଙ୍ଗର ଲୋକକଥା । ଏମିତିକି ଇଣ୍ଡୋନେସିଆର ପ୍ରଚଳିତ ଭାଷାକୁ ଭାଷା ବୋଲି କୁହାଯାଏ । ଏଇଥିରୁ ବାରି ହୋଇଯାଏ ଉତ୍କଳୀୟ ସଭ୍ୟତା, ବାଲିଯାତ୍ରାର ଐତିହ୍ୟ ଏବଂ ସାଧବ ପୁଅ କେବଳ ଧନ ଦଉଲତ ଆଣୁନଥିଲେ ବଂର ଗଢ଼ି ଦେଉଥିଲେ ସାଂସ୍କୃତିକ ସମ୍ପର୍କ ।


ଆହୁରି ପଢ଼ନ୍ତୁ: ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Lord Jagannath’s Legacy: Kalinga’s Cultural Link to Indonesia | Argus News | Argus News