Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସଡ଼କ ସୁରକ୍ଷା ପାଇଁ ବାଲିଯାତ୍ରାରେ ପରିବହନ ବିଭାଗର ଷ୍ଟଲ, ଲୋକଙ୍କୁ କରୁଛି ସଚେତନ

Baliyatra

Historic Baliyatra Cuttack / ସଡ଼କ ସୁରକ୍ଷା ପାଇଁ ବାଲିଯାତ୍ରାରେ ପରିବହନ ବିଭାଗର ଷ୍ଟଲ, ଲୋକଙ୍କୁ କରୁଛି ସଚେତନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସଡ଼କ ସୁରକ୍ଷା ପାଇଁ ବାଲିଯାତ୍ରାରେ ପରିବହନ ବିଭାଗର ଷ୍ଟଲ, ଲୋକଙ୍କୁ କରୁଛି ସଚେତନ

Key Points

ବାଲିଯାତ୍ରା ପଡ଼ିଆରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇଛି । ଯେଉଁଥିରେ ଜନତାଙ୍କୁ ସଡ଼କ ସୁରକ୍ଷା ନିୟମ ନେଇ ସଚେତନ କରାଯାଉଛି ।
କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଲୋକଙ୍କୁ ସଚେତନ କରୁଛି ପରିବହନ ବିଭାଗ । ଏଥିପାଇଁ ବାଲିଯାତ୍ରା ପଡ଼ିଆରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇଛି । ଯେଉଁଥିରେ ଜନତାଙ୍କୁ ସଡ଼କ ସୁରକ୍ଷା ନିୟମ ନେଇ ସଚେତନ କରାଯାଉଛି ।

ପରିବହନ ବିଭାଗର ପ୍ରବେଶ ପଥରେ ଲେଖା ଯାଇଛି, "ଐତିହାସିକ ବାଲିଯାତ୍ରା ବୁଲିବାକୁ ଆସିଛନ୍ତି, ସଡ଼କ ସୁରକ୍ଷା ନିୟମ ମାନୁଛନ୍ତି ତ ?" ପ୍ରବେଶ ପଥର ଦୁଇ ପାର୍ଶ୍ଵରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପୋଷ୍ଟର ରଖା ଯାଇଛି । ଯେଉଁଥିରେ ହେମଲେଟ୍ ପିନ୍ଧିଲେ କିଭଳି ଜୀବନ ବଞ୍ଚାଇ ଦିଆଯାଇ ପାରିବ ସେନେଇ ସଚେତନ କରାଯାଉଛି । ଅନ୍ୟ ପାର୍ଶ୍ଵରେ ସିଟ୍ ବେଲ୍ଟ ପିନ୍ଧିବାକୁ ଗୁରୁତ୍ଵ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଦ୍ଵିତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ଷ୍ଟଲ ଭିତରେ ସେଲ୍ଫି ପଏଣ୍ଟ ସହ ସ୍ପିନିଂ ବୋର୍ଡ ରହିଛି । ଯେଉଁଥିରେ ସଡ଼କ ସୁରକ୍ଷାର ବିଭିନ୍ନ ନିୟମ ଉଲ୍ଲେଖ ରହିଛି । ପରିବହନ ବିଭାଗର ଷ୍ଟଲରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଚିହ୍ନକୁ ରଖା ଯାଇଛି । କାର୍ ଚାଳନା ସିମୁଲେଟର ରହିଛି । ପରିବହନ ବିଭାଗର ଏହି ଷ୍ଟଲକୁ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଉଦ୍‌ଘାଟନ କରିଛନ୍ତି ।

ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, "ସଡ଼କ ସୁରକ୍ଷା ବହୁତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ସଡ଼କ ଦୁର୍ଘଟଣା ଯୋଗୁଁ ଲୋକେ ମରୁଛନ୍ତି । ସଡ଼କ ସୁରକ୍ଷା ସଚେତନତା ହେଲେ ଜୀବନ ବଞ୍ଚି ପାରିବ । ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପକୁ ଆମେ ଷ୍ଟଲରେ ପ୍ରଦର୍ଶନ କରିଛୁ ।"

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାର ଟ୍ରାଫିକ୍ ଫାଇନ୍ ନେଇ ୱାନ୍ ଟାଇମ୍ ସେଟଲମେଣ୍ଟ ସ୍କିମ୍ ଆରମ୍ଭ କରିଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ସୁଯୋଗ ଦିଆଯାଇଛି । ଜରିମାନାର ଅଧା ଟଙ୍କା ଦେବାକୁ ପଡ଼ୁଛି । ସେନେଇ ମଧ୍ୟ ଆମେ ସଚେତନ କରାଉଛୁ ।"

ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ଏବଂ ଧାର୍ମିକ ଭାବନା ସହ ଜଡ଼ିତ: ମୁଖ୍ୟମନ୍ତ୍ରୀ

ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ୧୪ ତମ ସ୍ଥାନରେ ରହିଛି । ଏହା ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛି ପରିବହନ ବିଭାଗ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଉଛି ବିଭାଗ ।

ଶୂନ ମୃତ୍ୟୁ ପାଇଁ ସାପ୍ତାହିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଷ୍ଟଲ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପରିବହନ କମିଶନରଙ୍କ ସହ କଟକ ଜିଲ୍ଲାପାଳ, କଟକ ଡିସିପି ଓ ଗ୍ରାମାଞ୍ଚଳ ଏସପି ଏବଂ ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Transport Dept Promotes Road Safety Awareness at Baliyatra 2025 | Argus News | Argus News