|
logo
Live

Argus News - ଲିଥିୟମ୍ ବ୍ୟାଟେରୀ ଓ ନ୍ୟାସନାଲ ମ୍ୟାନୁଫ୍ୟାକଚରିଂ ମିଶନକୁ ନେଇ ବଜେଟ୍‌ରେ ବଡ଼ ଘୋଷଣା

Budget

ଲିଥିୟମ୍ ବ୍ୟାଟେରୀ ଓ ନ୍ୟାସନାଲ ମ୍ୟାନୁଫ୍ୟାକଚରିଂ ମିଶନକୁ ନେଇ ବଜେଟ୍‌ରେ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଲିଥିୟମ୍ ବ୍ୟାଟେରୀ ଓ ନ୍ୟାସନାଲ ମ୍ୟାନୁଫ୍ୟାକଚରିଂ ମିଶନକୁ ନେଇ ବଜେଟ୍‌ରେ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ କୃଷକ, ମହିଳା, ଶିକ୍ଷା, ମେଡିକାଲ, MSME ଓ ଷ୍ଟାର୍ଟଅଫ୍ ସହ ମ୍ୟାନୁଫ୍ୟାକଚରିଂ ସେକ୍ଟର ଲାଗି ମଧ୍ୟ ହୋଇଛି ବଡ଼ ଘୋଷଣା । ବ୍ୟାଟେରୀ ଚାଳିତ ଗାଡ଼ି (Electric Vehicles)ରେ ବ୍ୟବହୃତ ଲିଥିୟମ୍ ଆୟନ୍ ବ୍ୟାଟେରୀ ଉତ୍ପାଦନରେ ରିହାତି ଦିଆଯାଇଛି । ଯାହା ଫଳରେ ଇଭି ଗାଡ଼ି ଶସ୍ତା ହେବା ଆଶା ରହିଛି ।


ବଜେଟ୍ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା କହିଛନ୍ତି, କୋବାଲ୍ଟ ପାଉଡର, ଲିଥିୟମ ଆୟନ ବ୍ୟାଟେରି ସ୍କ୍ରାପ ବେଳେ ସୀସା, ଜସ୍ତା ଭଳି ୧୨ଟି ଖଣିଜ ପଦାର୍ଥକୁ ରିହାତି ଦିଆଯିବ । ଏଥିସହ ଇଲେକ୍ଟ୍ରିକ୍ ଭେଇକିଲରେ ବ୍ୟବହୃତ ଲିଥିୟମ୍ ଆୟନ ବ୍ୟାଟେରୀ ନିର୍ମାଣ ଲାଗି ୨୫ ଅତିରିକ୍ତ ପଦାର୍ଥ ଉପରେ ସୀମା ଶୁଳ୍କ ରିହାତି ମିଳିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପ୍ରୋତ୍ସାହନ ଦେବା ଲାଗି ନିର୍ମଳା ଘୋଷଣା କରିଛନ୍ତି । ନ୍ୟାସନାଲ୍ ମ୍ୟାନୁଫ୍ୟାକଚରିଂ ମିଶନକୁ ମଜଭୁତ କରାଯିବ । ଯାହାର ଲାଭ ମିଳିବ ଅଟୋ ମୋବାଇଲ୍ ସେକ୍ଟରକୁ । ଏହାଦ୍ଵାରା ବଡ଼, ମଧ୍ୟମ ଓ କ୍ଷୁଦ୍ର ଇଣ୍ଡଷ୍ଟ୍ରୀ ଲାଭ ପାଇବ ।


ଏହି ମିଶନରେ ସୋଲାର ପିବି ସେଲ୍ସ, ଇଲେକ୍ଟ୍ରିକ୍ ଭେଇକିଲ୍ ବ୍ୟାଟେରୀ, ମୋଟର, କଣ୍ଟ୍ରୋଲର, ଇଲେକ୍ଟ୍ରୋଲାଇସର୍ସ, ୱିଣ୍ଡ ଟର୍ବାଇନ, ହାଇ ଭୋଲ୍ଟେଜ୍ ଟ୍ରାନ୍ସମିଶନ ଓ ଗ୍ରିଡ୍ ସ୍କେଲ୍ ବ୍ୟାଟେରୀ ମ୍ୟାନୁଫ୍ୟାକଚରିଂକୁ ସହଯୋଗ ମିଳିବ ।

Sponsored
ଲିଥିୟମ୍ ବ୍ୟାଟେରୀ ଓ ନ୍ୟାସନାଲ ମ୍ୟାନୁଫ୍ୟାକଚରିଂ ମିଶନକୁ ନେଇ ବଜେଟ୍‌ରେ ବଡ଼ ଘୋଷଣା | Argus News