ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ- କେନ୍ଦ୍ରମନ୍ତ୍ରୀ

ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ । ଓଡ଼ିଶାର ପ୍ରଗତି, ସବୁ କ୍ଷେତ୍ରର ଉନ୍ନତି ତଥା ସମସ୍ତ ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ବଜେଟ୍
— Dharmendra Pradhan (@dpradhanbjp) February 17, 2025
୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ @MohanMOdisha ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ । ଓଡ଼ିଶାର ପ୍ରଗତି, ସବୁ କ୍ଷେତ୍ରର ଉନ୍ନତି ତଥା ସମସ୍ତ ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍…
📱 Get Argus News App
✨ବିକଶିତ ଓଡ଼ିଶା ଗଠନ ପାଇଁ ବଜେଟରେ ମହିଳା, କୃଷକ, ଗରିବ ଓ ଯୁବବର୍ଗଙ୍କ ଉପରେ କରାଯାଇଛି ଫୋକସ୍। ବଜେଟରେ ପ୍ରତିଫଳିତ ହୋଇଛି ସାଢ଼େ 4 କୋଟି ଓଡ଼ିଆଙ୍କ ଆଶା। ଶିଳ୍ପାୟନ ସହ ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦିଆଯାଇଛି। ମୋହନ ମାଝୀ କହିଛନ୍ତି 500 ବିଲିୟନ ଡଲାର ହେବ ଓଡ଼ିଶାର ଅର୍ଥନୀତି। ଉତ୍କର୍ଷ ଓଡ଼ିଶା ଜରିଆରେ ଗ୍ରହଣ କରାଯାଇଛି 593ଟି ପ୍ରକଳ୍ପ। ମୋଟ 16 ଲକ୍ଷ 72 ହଜାର କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ରହିଛି। ଏହି ଶିଳ୍ପାୟନ ବଳରେ 12 ଲକ୍ଷ 88 ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ।
ରାଜ୍ୟ ବଜେଟରେ କୃଷି କ୍ଷେତ୍ର ଉପରେ ଦିଆଯାଇଛି ସ୍ବତନ୍ତ୍ର ଗୁରୁତ୍ବ। 37,800 କୋଟିର ବ୍ୟୟ ଅଟକଳ କରାଯାଇଛି। ଯାହା ଗତବର୍ଷ ତୁଳନାରେ 12 ପ୍ରତିଶତ ଅଧିକ। CM କିଷାନ ଯୋଜନାରେ 2 ହଜାର 20 କୋଟି ଖର୍ଚ୍ଚ କରାଯିବ। 25-26 ବର୍ଷରେ 2 ଲକ୍ଷ 75 ହେକ୍ଟର ଜମି ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ ଗତ ବର୍ଷ ତୁଳନାରେ 12 ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। ଏଥିସହ ଫସଲ ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ 58ଟି ସବଡିଭିଜନରେ ପ୍ରତିଷ୍ଠା କରାଯିବ ଶୀତଳ ଭଣ୍ଡାର। ପାନୀୟ ଜଳ ଯୋଗାଣ ପାଇଁ 7 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।