ବଜେଟ୍ରେ ମଧ୍ୟବିତ୍ତଙ୍କ ଲାଗି ବଡ଼ ଘୋଷଣା; ବାର୍ଷିକ ୧୨ ଲକ୍ଷ ଆୟ ଉପରେ ଟିକସ ଛାଡ଼
·1 year ago·1 min read

Key Points
ମଧ୍ୟବିତ୍ତଙ୍କ ଲାଗି ବଜେଟ୍ରେ ବଡ଼ ଘୋଷଣା
ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼
ଅର୍ଗସ ବ୍ୟୁରୋ: ମଧ୍ୟବିତ୍ତଙ୍କ ଲାଗି ବଜେଟ୍ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ନିର୍ମଳା କହିଛନ୍ତି, ବାର୍ଷିକ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ ।
ବାର୍ଷିକ ୧୨.୭୫ ଲକ୍ଷ ବେତନ ପାଉଥିବା ଆୟକରଦାତାଙ୍କ ଲାଗି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କା ରଖା ଯାଇଛି । ତେବେ ନ୍ୟୁ-ଟାକ୍ସ ରେଜିମିରେ ଏହି ଲାଭ ମିଳିବ । ନ୍ୟୁ ଟାକ୍ସ ରେଜିମିରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ଥିଲେ ଟିକସ ସ୍ଲାବ ହିସାବରେ ଆୟକର ଦାଖଲ କରିବାକୁ ପଡ଼ିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟିକସ ସ୍ଲାବରେ ପରିବର୍ତ୍ତନ
| ଆୟ ଲକ୍ଷରେ | ଟିକସ |
| ୦-୪ ଲକ୍ଷ |
ଶୂନ |
| ୪-୮ ଲକ୍ଷ |
୫ ପ୍ରତିଶତ |
| ୮-୧୨ ଲକ୍ଷ |
୧୦ ପ୍ରତିଶତ |
| ୧୨-୧୬ ଲକ୍ଷ |
୧୫ ପ୍ରତିଶତ |
| ୧୬-୨୦ ଲକ୍ଷ |
୨୦ ପ୍ରତିଶତ |
| ୨୦-୨୪ ଲକ୍ଷ |
୨୫ ପ୍ରତିଶତ |
| ୨୪ ଲକ୍ଷରୁ ଅଧିକ |
୩୦ ପ୍ରତିଶତ |