Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Budget

ସୂର୍ଯ୍ୟ ଘର ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର

Ritu Das
Browse all articles by Ritu Das
·1 year ago·1 min read
ସୂର୍ଯ୍ୟ ଘର ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ମାଗଣା ବିଜୁଳି ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଯୋଜନାକୁ ହିତାଧିକାରୀ ମାନଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ଓ ବିସ୍ତାର କରିବା ପାଇଁ ସେମାନଙ୍କୁ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଘରୋଇ ସୋଲାର ପ୍ରକଳ୍ପ ସ୍ଥାପନ ନିମନ୍ତେ ୬୦ ହଜାର ଟଙ୍କାର ଅତିରିକ୍ତ ରାଜ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ, ଯାହା କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁରୂ।ପ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅତିରିକ୍ତ ରାଜ୍ୟ ସହାୟତା ପ୍ରଦାନ ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷରେ ୮ ଶହ ୨୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ରହିଛି ।


ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଅନ୍ତୋଦୟ ଗୃହ ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏଥି ପାଇଁ ମୋଟ ୭ ହଜାର ୫ ଶହ ୫୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଛି । ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟ, ସରକାରୀ ପ୍ରକଳ୍ପ ଯୋଗୁ ବିସ୍ଥାପିତ ଲୋକ ପରିବାରର ଭିନ୍ନକ୍ଷମ ପ୍ରାଥମିକ ଆୟକାରୀ ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଯୋଗ୍ୟ ଥିବା ପୂର୍ବରୁ ପ୍ରଚଳିତ ଥିବା ଗୃହ ନିର୍ମାଣ ଯୋଜନରୁ ବଞ୍ଚିତ ପରିବାର ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government has made a big announcement regarding the solar house scheme. | Argus News