Textile Sector / ସଶକ୍ତ ହେବ ବୟନ ଶିଳ୍ପ କ୍ଷେତ୍ର; ବଜେଟ୍ରେ ଆସିଲା ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ଯୋଜନା
·5 months ago·3 min read

Key Points
ବିକଶିତ ହେବ ବୟନ ଶିଳ୍ପ କ୍ଷେତ୍ର
ଦେଶରେ ନିର୍ମାଣ ହେବ ମେଗା ଟେକ୍ସଟାଇଲ୍ ପାର୍କ
ବଜେଟ୍ ୨୦୨୬ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍ ୨୦୨୬ ଉପସ୍ଥାପନ କରିଛନ୍ତି । ସୀତାରମଣ ନିଜ ନବମ ବଜେଟ୍ ଉପସ୍ଥାପନରେ 'ବିକଶିତ ଭାରତ'କୁ ଗୁରୁତ୍ବ ଦେଇ ବୟନ ଶିଳ୍ପ ପାଇଁ ବଡ଼ ଘୋଷଣା କରିଛନ୍ତି । ବୟନ ଶିଳ୍ପକୁ ସଶକ୍ତ କରିବା ଲାଗି ଖୁବଶୀଘ୍ର ଏକ ସମନ୍ବିତ ପ୍ରୋଗ୍ରାମ ଆରମ୍ଭ କରିଥିବା ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମର ୫ଟି ପ୍ରମୁଖ କଥା ହେଉଛି: ନ୍ୟାସନାଲ ଫାଇବର ସ୍କିମ, ଯାହାର ଲକ୍ଷ୍ୟ ହେଉଛି ସିଲ୍କ, ଝୋଟ, ତନ୍ତୁ ଏବଂ ମ୍ୟାନ୍ ମେଡ୍ ଫାଇବରରୁ ପ୍ରାକୃତିକ ଓ ଆଧୁନିକ ସୂତା ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବା ।
ସେହିପରି ବୟନଶିଳ୍ପ ସମ୍ପ୍ରସାରଣ ଏବଂ ରୋଜଗାର ଯୋଜନା ଘୋଷଣା କରିଛନ୍ତି, ଯାହାକି ପାରମ୍ପରିକ ବୟନ ପୁଞ୍ଜିର ଆଧୁନିକୀକରଣ ପାଇଁ ଯନ୍ତ୍ରପାତି, ପ୍ରଯୁକ୍ତି ଉନ୍ନତିକରଣ ଏବଂ ପରୀକ୍ଷଣ କେନ୍ଦ୍ର ପାଇଁ ପୁଞ୍ଜି ସହାୟତା ଯୋଗାଇ ଦିଆଯିବ । ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାର୍ଯ୍ୟକ୍ରମ (NHHP): ଏହା ବୁଣାକାର ଏବଂ କାରିଗରମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ଏବଂ ବଜାର ସହାୟତା ପ୍ରଦାନ କରିବା ଲାଗି ପୁରୁଣା ଯୋଜନାଗୁଡ଼ିକୁ ଏକୀକୃତ ଏବଂ ସୁଦୃଢ଼ କରିବ । ଟେକ୍ସ-ଇକୋ ଇନିସିଏଟିଭ୍, ଯାହାକି ଭାରତୀୟ ବୟନଶିଳ୍ପକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ଏବଂ 'ସ୍ଥାୟୀ' କରିବା ଲାଗି ପରିବେଶ ଅନୁକୂଳ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦିଆଯିବ । ସମର୍ଥ ୨.୦ ମଧ୍ୟ ଘୋଷଣା ହୋଇଛି, ଯାହାଦ୍ବାରା ଯୁବପିଢ଼ିଙ୍କୁ ଭବିଷ୍ୟତର ଆବଶ୍ୟକତା ପାଇଁ ପ୍ରସ୍ତୁତ କରିବା ଲାଗି ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ସହଯୋଗରେ ବୟନ କୌଶଳ ଇକୋସିଷ୍ଟମକୁ ଆଧୁନିକୀକରଣ କରାଯିବ ।
ମୋଟାମୋଟି ଭାବେ କହିବାକୁ ଗଲେ , କେନ୍ଦ୍ର ସରକାର ଚଳିତ ବଜେଟ୍ରେ ବୟନ ଶିଳ୍ପ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି । ସରକାର ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ପୋଷାକ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି । ଏହାଦ୍ବାରା ବିଶ୍ବବାସୀ ପିନ୍ଧିବେ ଭାରତୀୟ ପୋଷାକ । ଏଥିରେ ବୁଣାକାରଙ୍କ ରୋଜଗାର ବଢିବ ।
ଏଥିସହ ପଢନ୍ତୁ: କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍

- ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ଯୋଜନା
- କଣ NHHP କାର୍ଯ୍ୟକ୍ରମ ?
- କ୍ଷୁଦ୍ର ଉଦ୍ୟୋଗକୁ ୨୦୦୦ କୋଟି ଟଙ୍କା ସହାୟତା
ମୋଟାମୋଟି ଭାବେ କହିବାକୁ ଗଲେ , କେନ୍ଦ୍ର ସରକାର ଚଳିତ ବଜେଟ୍ରେ ବୟନ ଶିଳ୍ପ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି । ସରକାର ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ପୋଷାକ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି । ଏହାଦ୍ବାରା ବିଶ୍ବବାସୀ ପିନ୍ଧିବେ ଭାରତୀୟ ପୋଷାକ । ଏଥିରେ ବୁଣାକାରଙ୍କ ରୋଜଗାର ବଢିବ ।
ଏଥିସହ ପଢନ୍ତୁ: କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories