Defence Budget / ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ 'ଅପରେସନ ସିନ୍ଦୂର'ର ପ୍ରଭାବ; ୧୫% ବଢିଲା ବଜେଟ୍
·7 months ago·2 min read

Key Points
କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପିତ
ପ୍ରତିରକ୍ଷା ବଜେଟ୍ ଉପରେ ଅପରେସନ ସିନ୍ଦୂରର ପ୍ରଭାବ
ପୂର୍ବାପେକ୍ଷା ୧୫% ବଢିଲା ପ୍ରତିରକ୍ଷା ବଜେଟ୍

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହି ବଜେଟ୍ରେ ରେକର୍ଡ ଭାବେ ୧୫ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ବଜେଟ୍ ଆବଣ୍ଟନରେ ପାକିସ୍ତାନ ବିରୋଧରେ ହୋଇଥିବା ଅପରେସନ ସିନ୍ଦୂରର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ଶତ୍ରୁକୁ ଉଚିତ ଶିକ୍ଷା ଦେବା ଲାଗି ସରକାର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଅଧିକ ବଜେଟ୍ ପ୍ରଦାନ କରିଛନ୍ତି । ଚଳିତ ଥର ବଜେଟ୍ରେ ପ୍ରତିରକ୍ଷା ବିଭାଗକୁ ୭.୮୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ ହୋଇଛି ।
ପ୍ରତିରକ୍ଷା ବିଭାଗକୁ ପ୍ରଦାନ କରାଯାଇଥିବା ମୋଟ ୭.୮୫ ଲକ୍ଷ କୋଟି ଟଙ୍କା ମଧ୍ୟରେ କ୍ୟାପିଟାଲ ବଜେଟ୍ ୨.୧୯ ଲକ୍ଷ କୋଟି ଟଙ୍କା ରହିଛି । ଏହି କ୍ୟାପିଟାଲ ବଜେଟ୍ରେ ମଧ୍ୟ ୨୨ ପ୍ରତିଶତ ବୃଦ୍ଧି ଘଟିଛି । ଭାରତର ତିନି ସେନା ବଳକୁ ଆହୁରି ଅଧିକ ସଶକ୍ତ କରିବା ଲାଗି ଆଗାମୀ ଦିନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରାଯିବ । ଆଧୁନିକ ମାରଣାସ୍ତ୍ର ଦ୍ବାରା ଶତ୍ରୁକୁ ଥରହର କରିବେ ଭାରତୀୟ ସେନା ।
ଗତବର୍ଷ କେତେ ଥିଲା ପ୍ରତିରକ୍ଷା ବଜେଟ୍ ?
ଗତ ୨୦୨୫-୨୬ ବଜେଟ୍ରେ ପ୍ରତିରକ୍ଷା ବିଭାଗକୁ ୬.୮୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ ସରକାର । ଏଥିରେ ୧.୮୦ ଲକ୍ଷ କୋଟି କ୍ୟାପିଟାଲ ବଜେଟ୍ (ପୁଞ୍ଜିଗତ ଖର୍ଚ୍ଚ) ପାଇଁ ଥିଲା । ଏଥର ସରକାର ପ୍ରତିରକ୍ଷା ବଜେଟ୍ରେ ୧୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି । କାରଣ ସରକାର ଭାରତର ସୀମାକୁ ସୁରକ୍ଷିତ ରଖିବା ଦିଗରେ ତିଳେ ମାତ୍ର ଢିଲା କରିବାକୁ ଚାହୁଁନାହାଁନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ବଜେଟ୍ ୨୦୨୬ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ଦିଆଯାଇଥିବା ଗୁରୁତ୍ବ ସଙ୍କେତ ଦେଉଛି ଯେ ସରକାର ନା ଯେ କେବଳ ବର୍ତ୍ତମାନର ବିପଦ ପ୍ରତି ସଜାଗ ଅଛନ୍ତି, ବରଂ ଭବିଷ୍ୟତରେ ଆମ ୩ ବଳକୁ ସଶକ୍ତ କରିବା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଠି ଖର୍ଚ୍ଚ ହେବ ଟଙ୍କା ?
୨୦୨୬ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଥିବା ବର୍ଦ୍ଧିତ ବଜେଟ୍ ଆଗାମୀ ପ୍ରମୁଖ ପ୍ରତିରକ୍ଷା ପ୍ରକଳ୍ପକୁ ସୁଦୃଢ଼ କରିବ। ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଦେଶର ତିନି ସଶସ୍ତ୍ର ବାହିନୀକୁ ଆଧୁନିକ ଅସ୍ତ୍ରଶସ୍ତ୍ର, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା । ଏହି ନୂତନ ବଜେଟ୍ ବାୟୁସେନା, ନୌସେନା ଏବଂ ସ୍ଥଳସେନା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ନୌସେନା ପାଇଁ ଅତିରିକ୍ତ ରାଫେଲ୍-ଏମ୍ ଯୁଦ୍ଧ ବିମାନ କ୍ରୟ ଏହି ବଜେଟର ଏକ ପ୍ରମୁଖ ଅଂଶ ହେବ ବୋଲି ଆଶା କରାଯାଉଛି । ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ୩୬ଟି ରାଫେଲ୍ ବିମାନ ଅଛି ଏବଂ ଏବେ ନୌସେନା ପାଇଁ ୨୬ କିମ୍ବା ତା'ଠାରୁ ଅଧିକ ରାଫେଲ୍-ଏମ୍ ଜେଟ୍ କ୍ରୟ କରିବାର ଯୋଜନା ଅଛି । ଏହା ସାମୁଦ୍ରିକ ସୀମା ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ଏବଂ ନୌସେନାର ବାୟୁ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ।
ଏଥିସହ ପଢନ୍ତୁ: କେନ୍ଦ୍ରୀୟ ବଜେଟ୍ ୨୦୨୬; ମହଙ୍ଗା ହେଲା ମଦ; ଶସ୍ତା ହେଲା ଟିଭି, ଫ୍ରିଜ୍

Related Topics
Explore more stories