Videos
|
Business

Lay Off / ଆବଶ୍ୟକତାଠୁ ଅଧିକ ନିଯୁକ୍ତି କରିଥିଲା Amazon; ଏବେ ୩୦ ହଜାର କର୍ମଚାରୀଙ୍କୁ କରିବ ବିଦା

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଆବଶ୍ୟକତାଠୁ ଅଧିକ ନିଯୁକ୍ତି କରିଥିଲା Amazon; ଏବେ ୩୦ ହଜାର କର୍ମଚାରୀଙ୍କୁ କରିବ ବିଦା

Key Points

ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଆମେରିକୀୟ କମ୍ପାନୀ ଆମାଜନ ଛଟେଇ କରିବ । ଏକ ରିପୋର୍ଟ ଅନୁସାରେ, ୩ ଲକ୍ଷ ୫୦ ହଜାର କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ଆମାଜନ ୧୦ ପ୍ରତିଶତଙ୍କୁ କମ୍ପାନୀରୁ ବାହାର କରିପାରେ ।
ନୂଆଦିଲ୍ଲୀ: କର୍ମଚାରୀଙ୍କୁ ବିଦା କରିବ ଆମାଜନ । ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଆମେରିକୀୟ କମ୍ପାନୀ ଆମାଜନ ଛଟେଇ କରିବ । ଏକ ରିପୋର୍ଟ ଅନୁସାରେ, ୩ ଲକ୍ଷ ୫୦ ହଜାର କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ଆମାଜନ ୧୦ ପ୍ରତିଶତଙ୍କୁ କମ୍ପାନୀରୁ ବାହାର କରିପାରେ । ଏହାଦ୍ଵାରା ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ ।

ଆମାଜନ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ରୟଟର୍ସର ରିପୋର୍ଟରେ କୁହାଯାଇଛି, କୋରନା ସମୟରେ ଆମାଜନ ଆବଶ୍ୟକତା ଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲା । ଏବେ ଖର୍ଚ୍ଚ କାଟ କରିବାକୁ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଉଛି ।

ଏଥିସହ ପଢ଼ନ୍ତୁ: ତୁର୍କୀରେ ବଡ଼ ଭୂମିକମ୍ପ ଝଟକା: ଭୁଶୁଡିଲା ବଡ଼ ବଡ଼ କୋଠା, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଯାହାକୁ ନେଇ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ରେଡିଟ୍‌ରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଛଟେଇ ଜାରି ରହିବ । ତେବେ ଆମାଜନର ଛଟେଇ ନିଷ୍ପତ୍ତି ପଛରେ କାରଣ ଆଉ କିଛି ବୋଲି ଲୋକ ଦାବି କରୁଛନ୍ତି । ଏପରିକି କୃତ୍ରିମ ବୁଦ୍ଧିମତା (AI) ପାଇଁ ଛଟେଇ ହେଉଥିବା ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ଜଣେ ଲେଖିଛନ୍ତି, "କେବଳ ଆମାଜନ ଛଟେଇ କରୁ ନାହିଁ । ଏସ୍ଥିତି କେବଳ ଆମଜନ କର୍ମଚାରୀଙ୍କର ନୁହେଁ ବରଂ ଚାକିରି ଖୋଜୁଥିବା ସମସ୍ତଙ୍କ ଲାଗି ଏହା ଏକ ଦୁଃଖଦ ଖବର ।" ଆଉ ଜଣେ ଲେଖିଛନ୍ତି, "ଏଥିରୁ କୌଣସି ଫରକ ପଡ଼ୁନାହିଁ ଆପଣ ଉଚ୍ଚଶିକ୍ଷିତ ଡେଭଲପର ଅଥବା ଡେଲିଭରି ଡ୍ରାଇଭର । ପ୍ରକୃତରେ ବସ୍‌ଙ୍କର ଆପଣ ଜଣେ ବଳି ପଡ଼ୁଥିବା ମୋହରା ।"

ସେହିଭଳି ଆଉ ଜଣେ ଲେଖିଛନ୍ତି, "ଆଶ୍ଚର୍ଯ୍ୟ ଲାଗୁଛି କମ୍ପାନୀ ଗୁଡ଼ିକ ଆଉ କେତେ ବର୍ଷ ଧରି ମହାମାରୀ ବାହାନାରେ ଅତ୍ୟଧିକ ନିଯୁକ୍ତିର ଫାଇଦା ଉଠାଇ ଚାଲିବେ ।" ଏଭଳି ଭାବେ ଆମାଜନର ଛଟେଇକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ: ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ

ରୟଟର୍ସ ଅନୁସାରେ, ଆମାଜନ ପ୍ରାୟ ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବ । ଏଥିରେ ପ୍ରାୟ ୨୦ ହଜାର କର୍ପୋରେଟ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ବହୁରାଷ୍ଟ୍ରୀୟ ଟେକ୍ କମ୍ପାନୀ ଆମାଜନ ପାଖରେ ପ୍ରାୟ ୧୫.୫ ଲକ୍ଷ କର୍ମଚାରୀ ଅଛନ୍ତି । ଏହା ପୂର୍ବରୁ ୨୦୨୨ ଶେଷ ଭାଗରେ ଆମାଜନ ବଡ଼ ଧରଣର ଛଟେଇ କରିଥିଲା ।

କେଉଁ ବିଭାଗରେ ପଡ଼ିବ ପ୍ରଭାବ ?

ବିଗତ ୨ ବର୍ଷରେ ଆମାଜନ ଭିନ୍ନ ଭିନ୍ନ ବିଭାଗରୁ କିଛି କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଛି । ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଥିବା ଛଟେଇରେ ମାନବ ସମ୍ବଳ (HR), ଡିଭାଇସ୍ ଓ ସର୍ଭିସ୍‍, ଅପରେସନ୍ ଆଦି ବିଭାଗ ରହିଛି । ଆମାଜନ ସିଇଓ ଏଣ୍ଡି ଜେସି ଜୁନ୍‌ରେ କହିଥିଲେ, "କମ୍ପାନୀରେ ଏଆଇର ବ୍ୟବହାର ବଢ଼ିଛି । ଯାହା ଫଳରେ ଆଗକୁ ଆହୁରି ଚାକିରି ଯାଇପାରେ ।"

Related Topics

Explore more stories