November Bank Holidays / ନଭେମ୍ବରରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ ! ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଏହି ତାଲିକା
·1 hour ago·2 min read

Key Points
ନଭେମ୍ବର ମାସରେ ବ୍ୟାଙ୍କ ଛୁଟିର ବଡ଼ ତାଲିକା
କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ?
ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଏହି ତାଲିକା
କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ?
ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଏହି ତାଲିକା
ଯଦି ନଭେମ୍ବର ମାସରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ରହିଛି, ତେବେ ଏବେଠାରୁ ଛୁଟି ତାରିଖ ଉପରେ ନଜର ରଖନ୍ତୁ । କାରଣ ଆସନ୍ତା ନଭେମ୍ବର ମାସରେ ଦୀପାବଳି, ଗୋବର୍ଦ୍ଧନ ପୂଜା, ଛଟ୍ ପୂଜା ଏବଂ ଗୁରୁ ନାନକ ଜୟନ୍ତୀ ଭଳି ଅନେକ ପର୍ବପର୍ବାଣୀ ପଡ଼ୁଛି । ଏହି ପର୍ବପର୍ବାଣୀ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଛୁଟି କ୍ୟାଲେଣ୍ଡର ଅନୁସାରେ, ନଭେମ୍ବର ୨୦୨୬ରେ ବିଭିନ୍ନ ପର୍ବପର୍ବାଣୀ ଓ ଜାତୀୟ ସ୍ତରରେ ନିୟମିତ ସାପ୍ତାହିକ ଛୁଟି ଯୋଗୁଁ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବ । ତେବେ ମନେ ରଖନ୍ତୁ, ଏହି ସବୁ ଛୁଟି ସମଗ୍ର ଦେଶରେ ଏକାସାଙ୍ଗରେ ଲାଗୁ ହେବ ନାହିଁ । କିଛି ଛୁଟି କେବଳ ନିର୍ଦ୍ଦିଷ୍ଟ ରାଜ୍ୟ ଓ ସହର ପାଇଁ ଉଦ୍ଦିଷ୍ଟ। ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ନିଜ ଅଞ୍ଚଳର ଛୁଟି ତାଲିକା ଯାଞ୍ଚ କରିନିଅନ୍ତୁ ।
ନଭେମ୍ବର ୨୦୨୬ରେ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ?
୨ ନଭେମ୍ବର: ନୋଙ୍ଗକ୍ରେମ୍ ନୃତ୍ୟ ଉତ୍ସବ ଯୋଗୁଁ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ
୯ ନଭେମ୍ବର: ଦୀପାବଳି, ଲକ୍ଷ୍ମୀ ପୂଜା, ଗୋବର୍ଦ୍ଧନ ପୂଜା ଓ ବିଶ୍ୱକର୍ମା ଦିବସ ଅବସରରେ ତ୍ରିପୁରା, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ସିକ୍କିମ, ମଣିପୁର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ
୧୦ ନଭେମ୍ବର: ଦୀପାବଳି (ବାଲି ପ୍ରତିପଦା), ଗୋବର୍ଦ୍ଧନ ପୂଜା, ଲକ୍ଷ୍ମୀ ପୂଜା ଓ ବିକ୍ରମ ସମ୍ବତ୍ ନବବର୍ଷ ଅବସରରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ସିକ୍କିମରେ ବ୍ୟାଙ୍କ ବନ୍ଦ ରହିବ
୧୧ ନଭେମ୍ବର: ଲକ୍ଷ୍ମୀ ପୂଜା, ନିଙ୍ଗୋଲ ଚକ୍କୌବା, ଭାଇ ଦୂଜ ଓ ଚିତ୍ରଗୁପ୍ତ ଜୟନ୍ତୀ ଅବସରରେ ସିକ୍କିମ, ମଣିପୁର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ହିମାଚଳପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୧୩ ନଭେମ୍ବର: ୱାଙ୍ଗଲା ଉତ୍ସବ ପାଇଁ ମେଘାଳୟରେ ବ୍ୟାଙ୍କିଂ କାର୍ଯ୍ୟ ବନ୍ଦ ରହିବ
୧୬ ନଭେମ୍ବର: ଛଟ୍ ପୂଜା ଏବଂ ସୂର୍ଯ୍ୟ ଷଷ୍ଠୀର ପ୍ରଥମ ଅର୍ଘ୍ୟ ଅବସରରେ ବିହାର ଓ ଝାଡ଼ଖଣ୍ଡରେ ବ୍ୟାଙ୍କ ବନ୍ଦ ରହିବ
୨୦ ନଭେମ୍ବର: ଇଗାସ୍-ବଘଓ୍ବାଲ୍ ପର୍ବ ଅବସରରେ ଉତ୍ତରାଖଣ୍ଡରେ ବ୍ୟାଙ୍କ ବନ୍ଦ ରହିବ
୨୩ ନଭେମ୍ବର: ସେଙ୍ଗ କୁଟ୍ ସ୍ନେମ୍ ପର୍ବ ଯୋଗୁଁ ମେଘାଳୟରେ ବ୍ୟାଙ୍କିଂ କାରବାର ବନ୍ଦ ରହିବ
୨୪ ନଭେମ୍ବର: ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଅରୁଣାଚଳପ୍ରଦେଶ, ରାଜସ୍ଥାନ, ଜମ୍ମୁ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
୨୭ ନଭେମ୍ବର: କନକଦାସ ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ ରହିବ।
ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ବନ୍ଦ ରହିବ ବ୍ୟାଙ୍କ
ପର୍ବପର୍ବାଣୀ ଛୁଟି ବ୍ୟତୀତ ନଭେମ୍ବର ମାସରେ ନିୟମିତ ସାପ୍ତାହିକ ଛୁଟି ମଧ୍ୟ ରହିବ। RBIର ନିୟମ ଅନୁସାରେ, ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିଥାଏ । ନଭେମ୍ବର ୨୦୨୬ରେ ଦ୍ୱିତୀୟ ଶନିବାର ନଭେମ୍ବର ୧୪ ଏବଂ ଚତୁର୍ଥ ଶନିବାର ନଭେମ୍ବର ୨୮ ତାରିଖରେ ପଡ଼ୁଛି। ଏହି ଦୁଇ ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ପ୍ରତି ରବିବାର ମଧ୍ୟ ବ୍ୟାଙ୍କ ଛୁଟି ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ୟାଙ୍କ ବନ୍ଦ ଥିଲେ କିପରି କରିବେ ଟଙ୍କା କାରବାର ?
ବ୍ୟାଙ୍କ ଛୁଟି ଥିବା ଦିନ ଯଦି ଆପଣଙ୍କର ଟଙ୍କା ନେଣଦେଣ କରିବାର ଆବଶ୍ୟକତା ପଡ଼େ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ବ୍ୟାଙ୍କ ଶାଖା ବନ୍ଦ ଥିଲେ ମଧ୍ୟ ମୋବାଇଲ୍ ବ୍ୟାଙ୍କିଂ, ଇଣ୍ଟରନେଟ୍ ବ୍ୟାଙ୍କିଂ ଓ UPI ଜରିଆରେ ଡିଜିଟାଲ୍ କାରବାର କରିପାରିବେ । ଏହା ସହିତ ATMରୁ ମଧ୍ୟ ଟଙ୍କା ଉଠାଇବାର ସୁବିଧା ଉପଲବ୍ଧ ରହିବ ।

Related Topics
Explore more stories