Videos
|
Business

Banks Open Today / କାଲିଠୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ; ଆଜି ରବିବାର ଖୋଲା ରହିବ ବ୍ୟାଙ୍କ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କାଲିଠୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ; ଆଜି ରବିବାର ଖୋଲା ରହିବ ବ୍ୟାଙ୍କ
Why Banks Are Working on Sunday Before 3-Day Strike

Key Points

ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ରବିବାର ବ୍ୟାଙ୍କ ଖୋଲା ରହିବ ।
ନୂଆଦିଲ୍ଲୀ: ଆଜି ରବିବାର ଖୋଲା ରହିବ ବ୍ୟାଙ୍କ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍‌ର ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ବ୍ୟାଙ୍କ ଖୋଲା ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

କାହିଁକି ଏ ନିଷ୍ପତ୍ତି ?

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ତା' ପୂର୍ବରୁ ସେପ୍ଟେମ୍ବର ୨୬ ଓ ୨୭ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିଛି । ଫଳରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବା ଆଶଙ୍କା ଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ତେଣୁ ସେପ୍ଟେମ୍ବର ୨୭ ରବିବାର ବ୍ୟାଙ୍କ ଖୋଲିବ ।

ଏଥିସହ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ ବଡ଼ ହସ୍ପିଟାଲ୍ ଭେଟି ଦେବ ବେଦାନ୍ତ; ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଅନୀଲ ଅଗ୍ରୱାଲ୍ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ବ୍ୟାଙ୍କ ଖୋଲା ରହିବ ?

ସମସ୍ତ ସରକାରୀ ବ୍ୟାଙ୍କ (Public Sector Banks) ଗ୍ରାମୀଣ ବ୍ୟାଙ୍କ (Regional Rural Banks) ଏହି ଦିନ ବ୍ୟାଙ୍କର ସମସ୍ତ ଶାଖା, ଅଫିସ, ATM-ଲିଙ୍କ ଶାଖା ଏବଂ କରେନ୍ସି ଚେଷ୍ଟ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି RBI ଅନୁମତି ଦେଇଛି ।

ଅର୍ଥ ବିଭାଗ କହିଛି, "ବ୍ୟାଙ୍କ ଗ୍ରାହକଙ୍କ କଲ୍ୟାଣ ଓ ସୁବିଧା ସରକାରଙ୍କ ପ୍ରଥମ ପ୍ରାଥମିକତା । ଧର୍ମଘଟ ସ୍ଥଗିତ ରଖିବାକୁ ୟୁନିୟନକୁ ଅନୁରୋଧ କରାଯାଇଛି ଏବଂ ଜରୁରୀ ବ୍ୟାଙ୍କିଂ ସେବା ଯେଭଳି ବାଧାପ୍ରାପ୍ତ ନ ହେବ ସେ ନେଇ ବ୍ୟବସ୍ଥା କରାଯାଇଛି ।"

୨୮ରୁ ୩୦ ବ୍ୟାଙ୍କ ଧର୍ମଘଟ

ଚଳିତ ମାସ ଶେଷରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ୩ ଦିନିଆ ବ୍ଯାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଦେଶବ୍ୟାପୀ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ବୁଧବାର ପର୍ଯ୍ୟନ୍ତ ଜାରି ରହିବ । ସେହି ହିସାବରେ ଦେଖିଲେ ବ୍ୟାଙ୍କ ଦୀର୍ଘଦିନ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ କେତେ ବ୍ୟବସାୟ କରନ୍ତି ବ୍ୟାଙ୍କ? ୩ ଦିନିଆ ଧର୍ମଘଟରେ କେତେ ହେବ କ୍ଷତି? 

ତେଣୁ ପ୍ରସ୍ତାବିତ ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ଏବେ RBI ବଡ଼ ନିଷ୍ପତ୍ତି ନେଇଛି । ଆଜି ରବିବାର, ସେପ୍ଟେମ୍ବର ୨୭ରେ ସମସ୍ତ ସରକାରୀ ଓ ଗ୍ରାମ୍ୟ ବ୍ୟାଙ୍କ ଖୋଲିବା ସହ ସାମାନ୍ୟ ରୂପେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।