Videos
|
Odisha

Vedanta / ପଶ୍ଚିମ ଓଡ଼ିଶାକୁ ବଡ଼ ହସ୍ପିଟାଲ୍ ଭେଟି ଦେବ ବେଦାନ୍ତ; ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଅନୀଲ ଅଗ୍ରୱାଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପଶ୍ଚିମ ଓଡ଼ିଶାକୁ ବଡ଼ ହସ୍ପିଟାଲ୍ ଭେଟି ଦେବ ବେଦାନ୍ତ; ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ଅନୀଲ ଅଗ୍ରୱାଲ୍
Vedanta to Build 1,000-Bed Hospital in Odisha

Key Points

ପଶ୍ଚିମ ଓଡ଼ିଶାରେ ଖୋଲିବ ବଡ଼ ହସ୍ପିଟାଲ । ହଜାରେ ଶଯ୍ୟା ବିଶଷ୍ଟ ହସ୍ପିଟାଲ ଖୋଲିବ ବେଦାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ।
ଭୁବନେଶ୍ଵର: କେବଳ ଶିଳ୍ପ ନୁହେଁ ଓଡ଼ିଶାରେ ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେବ ବେଦାନ୍ତ । ପଶ୍ଚିମ ଓଡ଼ିଶାରେ ଖୋଲିବ ବଡ଼ ହସ୍ପିଟାଲ । ହଜାରେ ଶଯ୍ୟା ବିଶଷ୍ଟ ହସ୍ପିଟାଲ ଖୋଲିବ ବେଦାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ।

ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ କହିଛନ୍ତି, "ରାଜ୍ୟ ସରକାରଙ୍କୁ ପକ୍ଷରୁ ଯେଉଁଠି ପ୍ରସ୍ତାବ ଦିଆଯିବ, ସେଠାରେ ହସ୍ପିଟାଲ କରାଯିବ ।" ଏବେ ବେଦାନ୍ତ ପକ୍ଷରୁ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ହସ୍ପିଟାଲ୍ ପରିଚାଳନା କରାଯାଉଛି । ସେଠାରେ ଥିବା ହସ୍ପିଟାଲ୍‌ରେ ୨୦ ଶଯ୍ୟା ରହିଛି ।

ଝାରସୁଗୁଡ଼ାରେ ୧ ଲକ୍ଷ କୋଟି ନିବେଶ

ଏହି ଅବସରରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଆଉ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି "ଝାରସୁଗୁଡ଼ାରେ ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ । ଏଥିରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ । ଏଥିପାଇଁ ୫୦୦ ଏକର ଜାଗା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବର୍ଷା ଓ ବନ୍ୟା ସ୍ଥିତି ନେଇ ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ସୂଚନା; ୮୦ଟି ବ୍ଲକ୍‌ର ୩୨୫ଟି ପଞ୍ଚାୟତ ପ୍ରଭାବିତ 

ସିଜିମାଳି ଏବଂ କର୍ଲାପାଟ ଖଣିକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ । ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ।

ଝାରସୁଗୁଡ଼ା ପ୍ଲାଣ୍ଟର ସମ୍ପ୍ରସାରଣ ହେଉଥିବାରୁ ବକ୍ସାଇଟର ଆବଶ୍ୟକତା ଅଛି । ସିଜିମାଳି ଏବଂ କର୍ଲପାଟ ମାଇନ୍ସକୁ ଶୀଘ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବେଦାନ୍ତ । ଝାରସୁଗୁଡ଼ାରେ ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ ହେବ । ଏହା ଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଅଢେଇରୁ ୩ ବର୍ଷ ମଧ୍ୟରେ କାମ ସରିବ ।

ଓଡ଼ିଶାରେ ୧ ଲକ୍ଷ କୋଟିର ଆଲୁମିନିୟମ୍ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ । ଢେଙ୍କାନାଳରେ ବାର୍ଷିକ ୩୦ ଲକ୍ଷ ଟନ୍ କ୍ଷମତାର ଆଲୁମିନିୟମ୍ ସ୍ମେଲଟର ସ୍ଥାପନ ଯୋଜନା ରହିଛି । ରାୟଗଡ଼ାରେ ବାର୍ଷିକ ୬୦ ଲକ୍ଷ ଟନ୍ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେବ ।

ବଢ଼ିବ ଆଲୁମିନିୟମ୍ ଉତ୍ପାଦନ, ମିଳିବ ନିଯୁକ୍ତି

ନୂଆ ପ୍ରକଳ୍ପ ପରେ ବେଦାନ୍ତର ମୋଟ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନରେ ପହଞ୍ଚିବ । ନବୀକରଣଯୋଗ୍ୟ ଶକ୍ତି, ଇଲେକ୍ଟ୍ରିକ୍ ଯାନ, ଏରୋସ୍ପେସ୍ ଓ AI ଭିତ୍ତିକ ଡାଟା ସେଣ୍ଟର ଭଳି କ୍ଷେତ୍ରରେ ଆଲୁମିନିୟମ୍ ବ୍ୟବହାର ହେବ ।

ଏଥିସହ ପଢ଼ନ୍ତୁ: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର, ବର୍ଷକୁ ୨ଟି ଶାଢୀ ପାଇଁ ମିଳିବ ୧୫୦୦ ଟଙ୍କା 

ପ୍ରକଳ୍ପ ଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି । ହଜାର ହଜାର MSME ଓ ସପ୍ଲାଏର ବ୍ୟବସାୟ ଏହାଦ୍ଵାରା ଲାଭ ପାଇବା ଆଶା କରାଯାଉଛି ।

ବେଦାନ୍ତ ଅନୁସାରେ, ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ୧ ଲକ୍ଷ କୋଟିରୁ ଅଧିକ ନିବେଶ କରାଯାଇଛି । ଏହି ସମୟ ମଧ୍ୟରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛିହା କମ୍ପାନୀ ଦାବି କରିଛି । ଏବେ ଝାରସୁଗୁଡ଼ାରେ ବେଦାନ୍ତର ବଡ଼ ଆଲୁମିନିୟମ୍ ସ୍ମେଲଟର ରହିଛି । ଲାଞ୍ଜିଗଡ଼ରେ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଏବଂ ଭଦ୍ରକରେ FACOR ଫେରୋକ୍ରୋମ୍ ପ୍ଲାଣ୍ଟ ରହିଛି ।