Videos
|
Business

Bank Strike Alert / ୨୫ ସେପ୍ଟେମ୍ବର ପୂର୍ବରୁ ସାରିଦିଅନ୍ତୁ ବ୍ୟାଙ୍କର ଜରୁରୀ କାମ, PNB ଜାରି କଲା ଆଲର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୨୫ ସେପ୍ଟେମ୍ବର ପୂର୍ବରୁ ସାରିଦିଅନ୍ତୁ ବ୍ୟାଙ୍କର ଜରୁରୀ କାମ, PNB ଜାରି କଲା ଆଲର୍ଟ
Bank Strike

Key Points

ବ୍ୟାଙ୍କ ଗ୍ରାହକ ସାବଧାନ !
୨୫ ସେପ୍ଟେମ୍ବର ପୂର୍ବରୁ ସାରନ୍ତୁ ଏହି କାମ
୩ ଦିନ ବ୍ୟାଙ୍କ ଧର୍ମଘଟ

ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ବାକି ଅଛି କି ? ତେବେ ଏହାକୁ ଶୀଘ୍ର ସାରି ଦିଅନ୍ତୁ । କାହିଁକି ନା ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ ବ୍ରାଞ୍ଚରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହୋଇପାରେ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଏହାକୁ ନେଇ ନିଜ ଗ୍ରାହକମାନଙ୍କୁ ସତର୍କ କରିଛି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ବ୍ରାଞ୍ଚ ସହ ଜଡ଼ିତ ଜରୁରୀ କାମ ସାରି ଦେବାକୁ ପରାମର୍ଶ ଦିଆଯାଇଛି ।

୨୫ ସେପ୍ଟେମ୍ବର ସୁଦ୍ଧା ସାରି ଦିଅନ୍ତୁ ଏହି କାମ

ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଗ୍ରାହକମାନେ ନିଜର ଜରୁରୀ ବ୍ୟାଙ୍କିଂ କାମ ସାରିଦେବା ଉଚିତ । ବିଶେଷକରି ନଗଦ ଟଙ୍କା ଜମା କିମ୍ବା ଉଠାଣ, ଜରୁରୀ ଦସ୍ତାବିଜ ଜମା ଏବଂ ଶାଖାକୁ ଯାଇ କରିବାକୁ ଥିବା ଅନ୍ୟ କାମଗୁଡ଼ିକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦିଆଯାଇଛି ।

ଏହାର ଆଉ ଏକ କାରଣ ହେଉଛି, ଧର୍ମଘଟ ପୂର୍ବରୁ ସେପ୍ଟେମ୍ବର ୨୬ ଚତୁର୍ଥ ଶନିବାର ଏବଂ ୨୭ ସେପ୍ଟେମ୍ବର ରବିବାର ପଡ଼ୁଛି । ତେଣୁ ବ୍ୟାଙ୍କ ବ୍ରାଞ୍ଚରେ ଯାଇ କରିବାକୁ ଥିବା କାମ ପାଇଁ ଗ୍ରାହକଙ୍କ ପାଖରେ ସମୟ କମ୍‌ ରହିବ ।


ଡିଜିଟାଲ ବ୍ୟାଙ୍କିଂ ସେବା ଚାଲୁ ରଖିବାକୁ ଉଦ୍ୟମ

PNB ପକ୍ଷରୁ କୁହାଯାଇଛି ଯେ ଧର୍ମଘଟ ସମୟରେ ଗ୍ରାହକଙ୍କ ସୁବିଧା ପାଇଁ ATM, ମୋବାଇଲ ବ୍ୟାଙ୍କିଂ, ଇଣ୍ଟରନେଟ ବ୍ୟାଙ୍କିଂ ଏବଂ UPI ଭଳି ଡିଜିଟାଲ ସେବା ଉପଲବ୍ଧ ରଖିବାକୁ ଚେଷ୍ଟା କରାଯିବ । ବିଜନେସ୍ କରେସପଣ୍ଡେଣ୍ଟ ସେବା ମଧ୍ୟ ଉପଲବ୍ଧ ରହିପାରେ । ତେଣୁ ଅନଲାଇନ୍‌ରେ କରିହେଉଥିବା କାମ ପାଇଁ ଗ୍ରାହକମାନେ ଡିଜିଟାଲ ବ୍ୟାଙ୍କିଂର ସହାୟତା ନେଇପାରିବେ ।

କାହିଁକି ଡାକରା ଦିଆଯାଇଛି ତିନି ଦିନିଆ ଧର୍ମଘଟ ?

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଏବଂ ଏହା ସହ ଜଡ଼ିତ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟ ପାଇଁ ଡାକରା ଦେଇଛନ୍ତି । ବ୍ୟାଙ୍କ ୟୁନିଅନଗୁଡ଼ିକର ପ୍ରମୁଖ ଦାବି ମଧ୍ୟରେ ବ୍ୟାଙ୍କିଂ କ୍ଷେତ୍ରରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ଅନ୍ତର୍ଭୁକ୍ତ । ଏହା ସହ ଅନ୍ୟାନ୍ୟ ଦାବିକୁ ନେଇ ମଧ୍ୟ ୟୁନିଅନଗୁଡ଼ିକ ଧର୍ମଘଟ ଡାକରା ଦେଇଛନ୍ତି । ଅନ୍ୟପକ୍ଷରେ, ଧର୍ମଘଟକୁ ଏଡ଼ାଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ପକ୍ଷରୁ ଅପିଲ୍ କରାଯାଇଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ରହିଛି, ତେବେ ସେପ୍ଟେମ୍ବର ୨୫ ସୁଦ୍ଧା ଏହାକୁ ସାରିଦେବାକୁ PNB ପକ୍ଷରୁ କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: