Bidis To Get Cheaper / ଶସ୍ତା ହେବ ବିଡ଼ି, କାହିଁକି ମହଙ୍ଗା ହେବ ସିଗାରେଟ୍ ଓ ଗୁଟ୍ଖା ? ଜାଣନ୍ତୁ...

Key Points
ତେବେ ହାନିକାରକ ଦ୍ରବ୍ୟ ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଖସିଛି ବିଡ଼ିର ଦାମ । ପୂର୍ବରୁ ବିଡ଼ି ଉପରେ ୨୮ ପ୍ରତିଶତ GST ଲାଗୁ ହେଉଥିବା ବେଳେ ଏବେ ତାହା ୧୮ ପ୍ରତିଶତକୁ ଖସି ଆସିଛି ।
ନୂଆଦିଲ୍ଲୀ: ସିଗାରେଟ୍ ସହ ଅନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ଗୁଟ୍ଖା ଆଦିର ମୂଲ୍ୟ ବଢ଼ିବ । ବୁଧବାର GST କାଉନସିଲ୍ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ହାନିକାରକ ଦ୍ରବ୍ୟ ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଖସିଛି ବିଡ଼ିର ଦାମ । ପୂର୍ବରୁ ବିଡ଼ି ଉପରେ ୨୮ ପ୍ରତିଶତ GST ଲାଗୁ ହେଉଥିବା ବେଳେ ଏବେ ତାହା ୧୮ ପ୍ରତିଶତକୁ ଖସି ଆସିଛି ।
ବିଡ଼ି ତିଆରି ପାଇଁ ଆବଶ୍ୟକ ହେଉଥିବା କେନ୍ଦୁପତ୍ର ଉପରେ ସରକାର ପୂର୍ବରୁ ୧୮ ପ୍ରତିଶତ GST ନେଉଥିଲେ । ନୂଆ GST ସ୍ଲାବରେ କେନ୍ଦୁପତ୍ର ଉପରେ ୫ ପ୍ରତିଶତ GST ଲାଗିବ । ଏବେ ସିଗାରେଟ୍ ଏବଂ ଅନ୍ୟ ତମାଖୁ ସାମଗ୍ରୀ ଉପରେ ୨୮ ପ୍ରତିଶତ GST ଅଛି । ନୂଆ GST ସ୍ଲାବରେ ଏହା ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି, ଫଳର ଦର ବଢ଼ିବ ।
ତେବେ ବିଡ଼ି ଉପରେ GST ହ୍ରାସ ଘରୋଇ ବିଡ଼ି ଶିଳ୍ପକୁ ପ୍ରୋତ୍ସାହନ ଦେବ । ଏ କ୍ଷେତ୍ରରେ ପ୍ରାୟ ୭୦ ଲକ୍ଷ ଲୋକ କାମ କରୁଛନ୍ତି । ତେବେ ସିଗାରେଟ୍ ଯଦି କ୍ଷତିକାରକ, ତାହେଲେ ବିଡ଼ି କାହିଁକି ନୁହେଁ ବୋଲି ସୋସିଆଲ୍ ମିଡିଆରେ ନେଟିଜେନ୍ ପ୍ରଶ୍ନ କରୁଛନ୍ତି ।
📱 Get Argus News App
✨
ଏହା ପୂର୍ବରୁ କେନ୍ଦ୍ର ସରକାର ବିଡ଼ି ଉପରୁ କେନ୍ଦ୍ରୀୟ କର ସାମାନ୍ୟ ମାତ୍ରାରେ କର ହଟାଇଥିଲେ । ତେବେ ରାଜ୍ୟଗୁଡ଼ିକ ବିକ୍ରି ଉପରେ କର ବଳବତ୍ତର ରଖିଥିଲେ । ଏବେ GSTରେ ହୋଇଥିବା ପରିବର୍ତ୍ତନ ସେପ୍ଟେମ୍ବର ୨୨ ତାରିଖରୁ ସାରା ଦେଶରେ ଲାଗୁ ହେବ ।
Related Topics
Explore more stories